• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଆଜି ଶପଥଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ  ଶପଥପାଠ କରାଇଛନ୍ତି । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ଯକାଳ ୨ ବର୍ଷ ରହିବ 
  2. ବିଶ୍ବରେ ପ୍ରଥମ ଥର ପାଇଁ ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ ମନୁଷ୍ୟଠାରେ ଲାଗିଛି। ବ୍ରିଟେନ୍‌ରେ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲରେ ଏହି ସଫଳତା ମିଳିଛି। କେମ୍ବ୍ରିଜ୍‌ ଏବଂ ବ୍ରିଷ୍ଟଲ ୟୁନିଭର୍ସିଟି ସମେତ ଅନେକ ପ୍ରତିଷ୍ଠାନର ବୈଜ୍ଞାନିକ ଏହି ପରୀକ୍ଷଣରେ ସାମିଲ ଥିଲେ। ଏହା ରକ୍ତ ସମସ୍ୟା ଏବଂ ବିରଳ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ଚିକିତ୍ସାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
  3. ନେପାଳର ଦୋତି ଜିଲ୍ଲାରେ  ଗତକାଲି ବିଳମ୍ବିତ ରାତିରେ  ଭୁକମ୍ପ ଝଟକା ଅନୁଭୁତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୩ ରହିଥିବା ବେଳେ ଏଥିଯୋଗୁ ଏଯାଏ ୬ ଜଣଙ୍କ ମୃତ୍ୟୁ ଘଟିଛି। ନେପାଳ ସେନା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । 
  4. ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ। ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ଚାକିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । 
  5. ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି ।
  6. ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
  7. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବୁଧବାର କହିଛନ୍ତି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ପାଖରେ ସମସ୍ତ ଦକ୍ଷତା ରହିଛି। କିନ୍ତୁ ଏନେଇ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ନିଷ୍ପତ୍ତି ନେବେ।
  8. ପତ୍ରା ଚଅଲ୍‌ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମଞ୍ଜୁର ହୋଇଛି।
  9. ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କୁ ହଟାଇବା ଲାଗି ଅଧ୍ୟାଦେଶ ଆଗତ କରିବା ଲାଗି କେରଳ ସରକାର ସ୍ଥିର କରିଛନ୍ତି।
  10. ଆମେରିକୀୟ ପ୍ରଦେଶ ମେରିଲାଣ୍ଡ୍‌ର ଉପରାଜ୍ୟପାଳ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇ ମଙ୍ଗଳବାର ଦିନ ଅରୁଣା ମିଲର୍‌ ପ୍ରଥମ ଭାରତୀୟ-ଆମେରିକୀୟ ରାଜନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି।
  11. ଷ୍ଟିସ କେଏମ ଯୋସେଫ ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଲୋକ ଦେଶକୁ ନଷ୍ଟ କରି ଚାଲିଛନ୍ତି ଏବଂ ସେମାନେ ଦୁର୍ନୀତି କରି ଖସି ଯାଉଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।
  12. ଲୋକସଭା ବାଚସ୍ପତି ୫ଟି ସଂସଦୀୟ କମିଟିରେ ଓଡ଼ିଶାର ୬ ଜଣ ସାଂସଦଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି।
  13. ବିନୋଦ କୁମାର ସୋନାକାରଙ୍କ ଅଧ୍ୟକ୍ଷତାରେ ଗଠିତ ‘ଏଥିକ୍‌ସ କମିଟି’ରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ‘କମିଟି ଅନ୍ ଗଭର୍ନମେଣ୍ଟ ଆସୁରାନ୍ସ’ରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ଗିରୀଶ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ‘କମିଟି ଅନ୍ ପେପର୍ସ ଲେଡ୍ ଅନ ଦ ଟେବୁଲ’ରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଅଛନ୍ତି
  14. ବି. ବଲ୍ଲଭାନେନିଙ୍କ ଅଧ୍ୟକ୍ଷତାରେ ଗଠିତ ‘କମିଟି ଅନ ସବ୍-ଅରଡିନେଟ ଲେଜିସଲେସନ’ରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ କୁମାର ପୁଜାରୀ ଏବଂ ସି.ଆର୍‌ ପାଟିଲଙ୍କ ଅଧ୍ୟକ୍ଷତାରେ ଗଠିତ ‘ହାଉସ୍ କମିଟି’ରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ସଦସ୍ୟା ଭାବେ ମନୋନୀତ କରାଯାଛି।
  15. ଭାରତରେ ୨ ଲକ୍ଷ ୪୯ ହଜାର ଶତାୟୁ ଭୋଟର ଏବଂ ୧ କୋଟି ୮୦ ଲକ୍ଷ ଅଶୀତିପର ଭୋଟର ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ବୁଧବାର କହିଛନ୍ତି।
  16. ବାବ୍ରି ମସଜିଦ ଧ୍ବଂସ ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲ୍‌କେ ଆଡଭାନୀ, ବିଜେପି ନେତା ମୁରଲି ମ‌ନୋହର ଯୋଶୀ, ଉମା ଭାରତୀ ଏବଂ ଅନ୍ୟମାନଙ୍କୁ ଲକ୍ଷ୍ନୌର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୋଷମୁକ୍ତ କରିଥିଲେ।ତେବେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
  17. ମହାରାଷ୍ଟ୍ରରେ ପୁଣି ରାଜନୈତିକ ସମୀକରଣର ଆଭାସ । ଖୁବଶୀଘ୍ର ମହାରାଷ୍ଟ୍ରବାସୀ ଦେଖିବେ ଠାକରେ-ଆମ୍ବେଦକର ସଂଯୋଗ । ଉଦ୍ଧବ ଠାକରେଙ୍କ ଶିବସେନା ଓ ପ୍ରକାଶ ଆମ୍ବେଦକରଙ୍କ ଭଞ୍ଚିତ ବହୁଜନ ଅଘାଡ଼ି ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ । ୨୦ ନଭେମ୍ବରରେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଏକାଠି ହୋଇପାରନ୍ତି ।
  18. ବୁଧବାର ୟୁକ୍ରେନର ସବୁଠୁ ବଡ଼ ସହର ଖେରସନରୁ ନିଜ ସେନାଙ୍କୁ ହଟିବା ପାଇଁ ରୁଷ ନିର୍ଦ୍ଦେଶ ଦେଇଛି । ରୁଷର ରକ୍ଷା ମନ୍ତ୍ରୀ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ରୁଷ ସୈନିକଙ୍କୁ ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ପଛକୁ ହଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
  19. ବିଶ୍ୱର ଅନ୍ୟତମ ବିରଳ ୧୮ କ୍ୟାରେଟ ବିରଳ ହୀରା ଜେନେଭାରେ ଏକ ନିଲାମୀରେ ବିକ୍ରି ହୋଇଛି । ଏହି ବିରଳ ହୀରାକୁ ଫରଚ୍ୟୁନ୍ ହୀରା ବୋଲି ମଧ୍ୟ କୁହାଯାଏ । ଏହି ମୁକ୍ତା ଆକୃତିର ଫେନ୍ସି ଭିଭିଙ୍କ ଗୋଲାପୀ ରତ୍ନଙ୍କୁ ଏସିଆର ଜଣେ ବ୍ୟକ୍ତି କିଣିଛନ୍ତି । ନିଲାମୀରେ ହୀରାର ମୂଲ୍ୟ ୧୭ ମିଲିୟନ ସ୍ୱିସ୍ ଫ୍ରାଙ୍କ୍ ଥିଲା । କିନ୍ତୁ ପରେ ଏହି ରତ୍ନର ମୂଲ୍ୟ ୨୮,୫୭୦,୧୫୦ ମିଲିୟନ ଡଲାରରେ ପହଞ୍ଚିଥିଲା।
  20. ଦେଶକୁ ମିଳିବାକୁ ଯାଉଛି ଶେଷ ରାଫେଲ ବିମାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଯୁଦ୍ଧ ବିମାନ ଭାରତ ଆସିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଫାଇଟର୍ ଜେଟ୍ ଭାରତରେ ପହଞ୍ଚିବ । ପୂର୍ବରୁ ୩୫ଟି ବିମାନ ଆସିସାରିଥିବା ବେଳେ ଏବେ ଶେଷ ବିମାନ ଆସିବାକୁ ଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.