• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଗୁରୁବାର ରୁଷ ବିରୋଧରେ ବ୍ରିଟେନ ସରକାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରୁଷର ୧୮ ବିଲିୟନ ପାଉଣ୍ଡ(୨୦.୫ ବିଲିୟନ ଡଲାର)ର ସମ୍ପତ୍ତି ଫ୍ରିଜ୍ କରିଛି ବ୍ରିଟେନ । ଏହି ସମ୍ପତ୍ତିରେ ରୁଷ ଧନୀକ ବ୍ୟକ୍ତି, ସଂସ୍ଥା ଏବଂ ଅନ୍ୟ ବ୍ୟକ୍ତିଙ୍କ ସମ୍ପତ୍ତି ସାମିଲ ରହିଛି ।
  2. କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ । ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି।
  3. ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି। ଡିଜିଲକର ପ୍ଲାଟଫର୍ମ ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖି ହେଲଥ ଲକର ଭାବେ କାର୍ଯ୍ୟ କରିବ । ଏଥିରେ ଚିକିତ୍ସକଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ, ଟିକାକରଣ ରେକର୍ଡ, ପରୀକ୍ଷାଗାର ବିବରଣୀ, ହସପିଟାଲରୁ ମିଳିଥିବା ସବିଶେଷ ବିବରଣୀ ରଖାଯାଇପାରିବ ।
  4. ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ ବୃକକ(କିଡନୀ) ପ୍ରତିରୋପଣ କରାଯିବ। ଲାଲୁଙ୍କୁ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିବେ।
  5. ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ଗାଇଡଲାଇନ୍ ଜାରି କରିଛି । ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପ୍ରସ୍ତୁତ କରିଥିବା ଲୋକଙ୍କ ପାଇଁ ଏହି ପରିବର୍ତ୍ତନ କରାଯାଇଛି । ଯଦି ଆଧାର କାର୍ଡରେ କୌଣସି ଭୁଲ ଅଛି ବା କୌଣସି ପ୍ରମାଣପତ୍ର ଦେଇ ଅପଡେଟ କରିନାହାନ୍ତି, ତେବେ ଅବଶ୍ୟ କରାଇନିଅନ୍ତୁ ।
  6. ମାଳଦୀପର ରାଜଧାନୀ ମାଲେରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଏକ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ମରାମତି ଗ୍ୟାରେଜରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ସମେତ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି ।
  7. ବିଜେପି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାହାରିଛି ଟିମ୍ ଆନ୍ନା। ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ସମାଜସେବୀ ଆନ୍ନା ହଜାରେଙ୍କ ଟିମ୍ ଆନ୍ଦୋଳନ କରିବ ବୋଲି ଅନ୍ନାଙ୍କର ସେକ୍ରେଟାରୀ କଳ୍ପନା ଇନାମଦାର ସୂଚନା ଦେଇଛନ୍ତି।
  8. ସାବରୀମାଳା ମନ୍ଦିର ନିକଟସ୍ଥ ଅଞ୍ଚଳ ମାଦକ ଦ୍ରବ୍ୟ ଫ୍ରି ଜୋନ୍ । ମଣ୍ଡଲମ-ମକରାଓ୍ବିଲକ୍କୁ ପର୍ବ ପୂର୍ବରୁ ଘୋଷଣା କରିଛନ୍ତି କେରଳ ସରକାର । ମନ୍ଦିର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାରର ନିଶା ଦ୍ରବ୍ୟ ବିକ୍ରିକୁ ବ୍ୟାନ କରାଯାଇଛି । ଆଗକୁ ସ୍ବାମୀ ଆୟାପ୍ପାଙ୍କ ପ୍ରସିଦ୍ଧ ପର୍ବ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର। ନଭେମ୍ବର ୧୪ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ମଦ ଫ୍ରି ଜୋନ୍ ଭାବେ ଘୋଷଣା ହୋଇଛି । 
  9. କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କେରଳ କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳର କୁଳପତି ପଦରୁ ହଟାଯାଇଛି । କେରଳର ବାମପନ୍ଥୀ ସରକାର ଗୁରୁବାର କେରଳ କଳାମଣ୍ଡଲମ ଡିମଡ-ଟୁ-ବିଶ୍ୱବିଦ୍ୟାଳ ଅଧିନିୟମରେ ସଂଶୋଧନ କରିଛନ୍ତି । ଏଥିରେ ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇ ଏହି ପଦରେ କୌଣସି କଳା ଏବଂ ସଂସ୍କୃତି କ୍ଷେତ୍ରର  କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇ ପାରିବ ।
  10. ବିଶ୍ଵ କପ୍‌ରେ ଭାରତୀୟ ଦଳର ଅଭିଯାନ ସମାପ୍ତ ହୋଇଛି। ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜୟ ଭାରତର ବିଶ୍ଵ କପ୍ ଜିତିବା ସ୍ଵପ୍ନକୁ ଚୁରମାର କରିଛି। ଏବେ ବିଶ୍ଵ କପ୍‌ର ଫାଇନାଲ୍ ମୁକାବିଲା ନଭେମ୍ବର ୧୩ରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।
  11. ବଜାରରେ ୧ ଟ୍ରିଲିୟନ ଡଲାର ହରାଇବାରେ ପ୍ରଥମ ସାର୍ବଜନିକ ସୂଚୀଭୁକ୍ତ କମ୍ପାନୀ ପାଲଟିବ ଆମାଜନ।
  12. ଦୂଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଢ଼େ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଯାଇଥିଲେ । କିନ୍ତୁ ମହାମହିମ କାର୍‌କେଡ୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ୨ କିମି ଚାଲିଚାଲି ଶ୍ରୀମନ୍ଦିର ନିକଟକୁ ଯାଇଥିଲେ । ଯାହାକୁ ଦେଖି ପୁରୀବାସୀ ଭାବବିହ୍ୱଳ ହୋଇଯାଇଥିଲେ।
  13. ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦୁଷଣକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି । ସବୁ ମାମଲାରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସିଜେଆଇଙ୍କ ନେତୃତ୍ବରେ ଶୁଣାଣି କରୁଥିବା ବେଞ୍ଚ୍ କହିଛନ୍ତି ।
  14. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାରେ ଥିବା ପାଞ୍ଚଟି ମୁନିସିପାଲ କର୍ପୋରେସନ ଜାଗା ମିଶନରେ ଆଜିଠୁ ସ୍ଥାନ ପାଇଛି lରାଜ୍ୟର ସମସ୍ତ ମୁନିସିପାଲିଟି ଓ ଏନ.ଏ.ସି.ରେ ଥିବା ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରାଯାଇଛି l
  15. ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ବ୍ଲକ ଏବଂ ଜିଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜିତ ହେବ ।
  16. ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାରସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ମତ ଦେବାପାଇଁ ପ୍ରୟାସ କରିଛନ୍ତି ।ଆସନ୍ତା ୧୨ ତାରିଖରେ ଗୋଟିଏ ପର୍ଯ୍ୟାୟରେ ୬୮ଟି ଯାକ ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍‍ଗଣତି କରାଯିବ ।
  17. ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ଥର ପାଇଁ ଯୋଗ୍ୟତା ଆଧାରରେ ରେଳ ଆଞ୍ଚଳିକ ମହାପ୍ରବନ୍ଧକଙ୍କୁ ନିଯୁକ୍ତି ଦେଇଛନ୍ତି। ସୋମବାର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ୧୯୮୫ ବ୍ୟାଚ୍‌ ଭାରତୀୟ ରେଳ ଯନ୍ତ୍ରୀ ସେବା (ଆଇଆର୍‌ଏସ୍‌ଇ) ଅଧିକାରୀ ରୂପ୍‌ ନାରାୟଣ ଶୂନକରଙ୍କୁ ଦାୟିତ୍ବ ଦେଇଛନ୍ତି।
  18. ପ୍ରାୟ ୧୧ ବର୍ଷ ପରେ ଟିଭି ଚାନେଲଗୁଡ଼ିକ ପାଇଁ ସରକାର ଅପ୍‌ଲିଙ୍କିଂ ଓ ଡାଉନ୍‌ଲିଙ୍କିଂ ଗାଇଡ୍‌ଲାଇନ୍‌କୁ ମଞ୍ଜୁର କରିଛନ୍ତି। ନୂଆ ଗାଇଡ୍‌ଲାଇନ୍ ଅନୁସାରେ ଟିଭି ଚାନେଲଗୁଡ଼ିକ ଜାତୀୟ ସ୍ବାର୍ଥ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ୩୦ ମିନିଟ୍‌ର କାର୍ଯ୍ୟକ୍ରମ ପ୍ରସାରଣ କରିବେ।
  19. ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ରୁଷ୍‌ ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା କରିଛି। ରୁଷ୍‌ ଖେରସନ ଅକ୍ତିଆର କରିବାର ପ୍ରାୟ ୮ ମାସ‌ ପରେ ଏହି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଛି। ୟୁକ୍ରେନ୍‌ ଯୁଦ୍ଧରେ ଏଯାବତ ରୁଷ୍‌ର ୧ ଲକ୍ଷରୁ ଅଧିକ ସୈନିକ ମୃତାହତ ହୋଇଛନ୍ତି।
  20. ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ପ୍ରକ୍ରିୟା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିବା ସତ୍ତ୍ୱେ ଜାତୀୟ ତଦନ୍ତକାରୀ ଏଜେନ୍‌ସି ଇଡି କାହିଁକି ଏଯାବତ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗିରଫ କରିନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.