• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀରର ସେପାଖକୁ ଚାଲିଯାଇଛନ୍ତି । ରୁଷ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ସହ ୟୁକ୍ରେନ ସୈନ୍ୟ ସେଠାରେ ପହଞ୍ଚିଛନ୍ତି ।
  2. ଛାତ୍ରଛାତ୍ରୀ ହିନ୍ଦୀ ଭାଷାରେ ଇଂଜିନିୟରିଂ ପଢି ଇଂଜିନିୟର ହେବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି | ଆଞ୍ଚଳିକ ଭାଷାରେ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ପାଇଁ ସରକାର ପ୍ରୟାସ କରୁଥିବାବେଳେ ଏଥିପ୍ରତି କିନ୍ତୁ ଛାତ୍ରଛାତ୍ରୀଙ୍କର ସେତେ ଉତ୍କଣ୍ଠା ଥିବାର ପରିଲକ୍ଷିତ ହେଉନାହିଁ।
  3. ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ଅନ୍ୟତମ ଦୋଷୀ ନଳିନୀ ଶ୍ରୀହରନଙ୍କ ମୁକ୍ତି ପ୍ରସଙ୍ଗରେ ସୋନିଆଙ୍କ ସହ ଏକମତ ନୁହେଁ ଦଳ କଂଗ୍ରେସ । ନଳିନୀଙ୍କ ମୁକ୍ତି ପାଇଁ ସୋନିଆ ଅନୁରୋଧ କରିଥିବାବେଳେ ତାଙ୍କ ଦଳ କଂଗ୍ରେସ ଭିନ୍ନ ମତ ପ୍ରକାଶ କରିଛି।
  4. ୪୪ ବିଲିୟନ ଡଲାରରେ କମ୍ପାନୀକୁ କିଣିବା ପରେ ଟ୍ୱିଟର କର୍ମଚାରୀଙ୍କୁ ତାଙ୍କର ପ୍ରଥମ ସମ୍ବୋଧନରେ ଏଲୋନ୍ ମସ୍କ ଏହି ସଂସ୍ଥା ଦେବାଳିଆ ହେବାର ଆଶଙ୍କା ପ୍ରକାଶ କରିଛି। ସେ କହିଛନ୍ତି ଯେ ଲାଭଜନକ ସ୍ଥିତିରେ ରହିବା ପାଇଁ ଆମକୁ ସପ୍ତାହକୁ ୮୦ ଘଣ୍ଟା କାମ କରିବାକୁ ପଡିବ। ଅର୍ଥାତ ଛୁଟିଦିନ ବ୍ୟତୀତ ଦୈନିକ ୧୨ରୁ ୧୩ ଘଣ୍ଟା କାମ କଲେ ହିଁ କମ୍ପାନୀକୁ ଲାଭ ମିଳିବ |
  5. ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
  6. ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆଜିଠାରୁ ଦକ୍ଷିଣ ଭାରତରେ ଚଳାଚଳ ଆରମ୍ଭ କରିଛି। ଚେନ୍ନାଇରୁ ବାଙ୍ଗାଲୋର ଦେଇ ମହୀଶୂର ଯାତ୍ରା କରିବ ଏହି ଅର୍ଦ୍ଧ-ଦ୍ରୁତଗାମୀ ଟ୍ରେନ୍।
  7. ଇରାନ ନିଜ କ୍ଷେତ୍ରୀୟ ପ୍ରତିଦ୍ୱିନ୍ଦ୍ୱୀ ସାଉଦି ଆରବକୁ କଡ଼ା ଚେତାବନୀ ଦେଇଛି । ଇରାନର ମନ୍ତ୍ରୀ ଇସ୍ଲାଇଲ ଖାତିବ ଚେତାବନୀ ଦେଇ କହିଛନ୍ତି, ଆଜି ଯାଏଁ ଇରାନ ତାର୍କିକ ଏବଂ ରଣନୈତିକ କାରଣରୁ ଧୈର୍ଯ୍ୟ ଧରି ରହିଛି । କିନ୍ତୁ ଯଦି ଏହିପରି ଜାରି ରୁହେଁ ତେବେ ଇରାନର ଧୈର୍ଯ୍ୟ ରଖିବ କି ନାହିଁ ତାର ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ।
  8. କେନ୍ଦ୍ରୀୟ ଏଜେନ୍ସୀ (ଇଡି) ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ବ୍ୟତୀତ ସହଅଭିଯୁକ୍ତ ପ୍ରବୀଣ ରାଉତଙ୍କ ଜାମିନକୁ ମଧ୍ୟ ଚାଲେଞ୍ଜ କରିଥିଲେ। ମାମଲାରେ ପ୍ରତିବାଦୀ ସଞ୍ଜୟ ରାଉତ ଓ ପ୍ରବୀଣ ରାଉତ ୧ ସପ୍ତାହ ମଧ୍ୟରେ ଜବାବି ଆଫିଡେଭିଟ୍ ଦାଖଲ କରିବେ। ଏଣୁ କୋର୍ଟ ଇଡିଙ୍କୁ ତାଙ୍କ ଆବେଦନରେ ନଭେମ୍ବର ୧୪ ତାରିଖ ସୁଦ୍ଧା ସଂଶୋଧନ କରିବାକୁ କହିଛନ୍ତି।
  9. ବାରମ୍ବାର କୋଭିଡ-୧୯ରେ ସଂକ୍ରମିତ ହେବା ଯୋଗୁ ଅନେକ ଅଙ୍ଗକୁ ପ୍ରଭାବିତ କରିବାର ଆଶଙ୍କା କରାଯାଇଛି।ଗବେଷକମାନେ କହିଛନ୍ତି ଯେ ଏହା ଦ୍ୱାରା ହସ୍ପିଟାଲରେ ଭର୍ତ୍ତି ହେବାର ବିପଦ ବଢିବା ସହ ଫୁସଫୁସ୍, ହୃଦୟ, ମସ୍ତିଷ୍କ, ଶରୀରର ରକ୍ତ ଓ ମସ୍କୁଲୋସ୍କେଲଟେଲ (ଏହି ସିଷ୍ଟମର ହାଡ, କାର୍ଟିଲେଜ, ଗଣ୍ଠି, ସ୍ନାୟୁ ଓ ସଂଯୁକ୍ତ ଟିସ୍ୟୁକୁ ଗଠିତ)ଏହା ଛଡା ଜଠରାନ୍ତ୍ର ପ୍ରଣାଳୀ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
  10. ଉତ୍ତରାଖଣ୍ଡ ଆୟୁର୍ବେଦ ଓ ୟୁନାନି ଲାଇସେନସିଂ ଅଥରିଟି ରାମଦେବ ବାବାଙ୍କ ଦିବ୍ୟ ଫର୍ମାସୀଙ୍କୁ ୫ଟି ଔଷଧର ଉତ୍ପାଦନ ତତ୍କାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଅଥରିଟି ଏହି ୫ଟି ଔଷଧର ସଂଶୋଧିତ ଫର୍ମୂଲେସନ ସିଟ୍ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
  11. ଦିବ୍ୟ ଫର୍ମାସୀର ବିପିଗ୍ରିଟ୍, ମଧୁ ଗ୍ରିଟ୍, ଥାୟରୋ ଗ୍ରିଟ୍, ଲିପିଡୋମ ଟାବଲେଟ୍, ଆଇ ଗ୍ରିଟ୍ ଗୋଲ୍ଡ ଟାବଲେଟ୍‌କୁ କ୍ରମଶଃ ବ୍ଲଡ ପ୍ରେସର, ଡାୟବେଟିଜ୍, ଗୋଇଟର, ଗ୍ଲୁକୋମା ଓ ହାଇକୋଲେଷ୍ଟ୍ରଲ ଔଷଧ କହି ବିକ୍ରି କରୁଛନ୍ତି। ତେବେ ଡ୍ରଗ ଲାଇସେନସିଂ ଅଥରିଟି ଏବେ ଏହାର ପ୍ରଡକ୍ସନ ଅଟକାଇ ଦେଇଛନ୍ତି। ଏହା ଛଡା ଅଥରିଟି ସଂଶୋଧିତ ଫର୍ମୂଲେସନ ରିପୋର୍ଟ ମଧ୍ୟ ମାଗିଛନ୍ତି। କୁହାଯାଇଛି ଯେଉଁ ପର୍ଯ୍ୟନ୍ତ ନୂଆ ଫର୍ମୂଲେସନକୁ ମଞ୍ଜୁରୀ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ସବୁ ଔଷଧର ଉତ୍ପାଦନ ହେବ ନାହିଁ।
  12. ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦିଆଯିବ। ହିନ୍ଦୁ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱାଧିନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
  13. ଝାଡ଼ଖଣ୍ଡ ବିଧାନସଭାରେ ସଂରକ୍ଷଣକୁ ବଢାଇ ୭୭ ପ୍ରତିଶତ କରିବା ନେଇ ଏକ ବିଧେୟକ ଶୁକ୍ରବାର ପାରିତ ହୋଇଛି । ଏହାସହ ଏସସି,ଏସଟି, ଇବିସି, ଓବିସି ଏବଂ ଆର୍ଥିକ ରୂପେ ଦୁର୍ବଳ(ଇଡବ୍ଲୁଏସ) ପାଇଁ ସରକାରୀ ନିଯୁକ୍ତିରେ ସଂରକ୍ଷଣକୁ 60 ପ୍ରତିଶତରୁ ବଢାଇ ୭୭ ପ୍ରତିଶତ କରାଯାଇଛି ।
  14. ଗତ ଦୁଇ ଦିନ ଧରି ଭୁବନେଶ୍ବରରେ ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା । ଆଜି ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡ଼ିଆରେ କଥା ହୋଇଥିଲେ । ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।
  15. ଓଜେଏସ- ୨୦୨୧ର ପରୀକ୍ଷାଫଳ। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ।
  16. ରାଜ୍ୟରେ ଯୁବକଯୁବତୀଙ୍କ ପାଇଁ ବ୍ୟାପକ  ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୭ ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ସରକାରୀ ମାଧ୍ୟମିକ ସ୍କୁଲରେ ପାଇବେ ନିଯୁକ୍ତି । ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  17. ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆରେ ଇଞ୍ଜିନିୟରିଂ ବହି ପଢ଼ିବେ। ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରିରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛି।
  18. ଆସନ୍ତା ୧୫ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବା ଅବପାତ ରୂପ ନେବ ତାହା ଏବେ ସ୍ପଷ୍ଟ ହୋଇନାହିଁ।
  19. ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପରଲୋକ ଘଟିଛି। ୪୬ ବର୍ଷୀୟ ସିଦ୍ଧାନ୍ତଙ୍କର ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
  20. ଦେଶର ଦୁଇ ତୃତୀୟାଂଶ ଆଇଟି କର୍ମଚାରୀ (ନଲେଜ ୱାର୍କର) ୨୦୨୩ରେ ସେମାନଙ୍କର ଚାକିରୀ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳକୁ ନେଇ ଅସନ୍ତୋଷ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ଖରାପ ହେବା ଆଦି କାରଣରୁ ସେମାନେ ଚାକିରୀ ବଦଳାଇବାକୁ ବିଚାର କରୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.