• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହିମାଚଳ ପ୍ରଦେଶର ମୋଟ ୬୮ଟି ଆସନ ନିମନ୍ତେ ଶନିବାର ଭୋଟଗ୍ରହଣ ଶେଷ ହୋଇଛି। ଲାହୋଲ ସ୍ପିତି ଜିଲ୍ଲାର ସବୁଠୁ ଉଚ୍ଚ ଭୋଟଗ୍ରହଣ କେନ୍ଦ୍ର ଟାସିଗଙ୍ଗରେ ନିର୍ବାଚନ କମିସନ ସମୁଦ୍ର ପତନରୁ ୧୫ ହଜାର ୨୫୬ ଫୁଟ ଉଚ୍ଚତାରେ ଭୋଟଗ୍ରହଣ କେନ୍ଦ୍ର ସ୍ଥାପନା କରିଥିଲେ।
  2. ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମସ୍‌)ଙ୍କ ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ୩୦ରୁ ଅଧିକ ବର୍ଷ ସେବା ପରେ ସ୍ୱେଛାକୃତ ଅବସର (ଭିଆରଏସ୍) ଘୋଷଣା କରିଛନ୍ତି।  ଡା. ଗୁଲେରିଆଙ୍କ ସରକାରୀ ନିଯୁକ୍ତି କାର୍ଯ୍ୟକାଳ ଏପ୍ରିଲ ୨୦୨୪ ଥିଲା।
  3. ଦୀର୍ଘ ୩୧ ବର୍ଷର କାରାଦଣ୍ଡ ଭୋଗିବା ପରେ ଜେଲ୍‌ରୁ ମୁକୁଳିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ। ନଳିନୀ ଶ୍ରୀହରଣ, ତାଙ୍କ ସ୍ୱାମୀ ମୁରୁଗନ ଏବଂ ସନ୍ଥନ, ରବର୍ଟ ପାୟସ ଏବଂ ଜୟକୁମାର। ସୁପ୍ରିମକୋର୍ଟ ଏହି ୫ ଜଣଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
  4. ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରଠାରୁ ଏଥିରେ ଲଗାତାର ପରିବର୍ତ୍ତନ ହେଉଛି। ନିକଟରେ ଟ୍ୱିଟର ଭେରିଫାଏଡ ବ୍ଲୁ ଟିକ୍‌ ଲାଗି ମାସିକ ୮ ଡଲାର ସବସ୍କ୍ରିପସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଘୋଷଣା କରିଥିଲା।ଫଳରେ ଟ୍ୱିଟର ବ୍ଲୁ ଟିକ୍‌ ଲାଗି ୮ ଡଲାର ସବସ୍କ୍ରିପସନକୁ ବର୍ତ୍ତମାନ ଲାଗି ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛି।
  5. ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସାରା ବିଶ୍ୱ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଏଥିପାଇଁ ମୁଖ୍ୟତଃ ୩ଟି କାରଣ ଦାୟୀ ବୋଲି ସେ କହିଛନ୍ତି । କୋଭିଡ୍‌ ମହାମାରୀ, ୟୁକ୍ରେନ୍‌-ଋଷ୍‌ ଯୁଦ୍ଧ, ଆର୍ଥିକ ବାଜର କାରଣରୁ ଭାରତ ସମେତ ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି । 
  6. ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପାଖାପାଖି ୧୪ ଦିନ ଚାଲିବ । ଭାରତ ଯୋଡୋ ଯାତ୍ରାରେ ରାହୁଲ ଲୋକଙ୍କ ସହ ଅଲଗା ଅଲଗା ଅନ୍ଦାଜରେ ମିଳୁଛନ୍ତି ଓ ସାଙ୍ଗକୁ ବିଜେପି ବିରୋଧରେ ଆକ୍ରମକ ପ୍ରଦର୍ଶନ କରୁଛନ୍ତି। ଭାରତ ଯୋଡୋ ଯାତ୍ରାର ଆଗାମୀ ପ୍ରସ୍ଥାନ ମଧ୍ୟପ୍ରଦେଶ ହେବ। ନଭେମ୍ବର ୨୦ ତାରିଖ ସୁଦ୍ଧା ରାହୁଲ ମଧ୍ୟପ୍ରଦେଶରେ ପହଞ୍ଚିଯିବେ।
  7. ବିବିସିର ରିପୋର୍ଟ ଅନୁସାରେ ନ୍ୟୁଜିଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ମାଜେଷ୍ଟିକ ପ୍ରିନ୍ସସେସ୍ କ୍ରୁ ଶିପରେ ପ୍ରାୟ ୪୬୦୦ ଯାତ୍ରୀ ଏବଂ ଚାଳକ ଥିଲେ । ଏଥିରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ । ୧୨ ଦିନରେ ଯାତ୍ରାର ଅଧା ରାସ୍ତାରେ କରୋନାରେ ଏତେ ସଂଖ୍ୟକ ମାମଲା ସାମନାକୁ ଆସିବା ଆରମ୍ଭ ହୋଇଥିଲା ।
  8. ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। 
  9. ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ପାଠ । ଏନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ରାଜ୍ୟ ସରକାରଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଓଡ଼ିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ଓଡ଼ିଆ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । 
  10. ଜାତୀୟ ଶିକ୍ଷାନୀତିରେ ନୂଆ ନିଷ୍ପତ୍ତି ନିଆଯାଇଛି । ଏଣିକି ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ସହିତ ଡାକ୍ତରୀ, ଆଇନ, ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ସମସ୍ତ ପାଠ ମାତୃଭାଷାରେ ପଢ଼ିବେ । ଏନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କୁହାଯାଇଛି ।
  11. ଶାହରୁଖ ଖାନ ଓ ତାଙ୍କର ମ୍ୟାନେଜର ପୂଜା ଦଦଲାନୀଙ୍କୁ କଷ୍ଟମ ଅଫିସରମାନେ ଏୟାରପୋର୍ଟରେ ଅଟକ ରଖିବା ସହ ଏକଘଣ୍ଟା ଧରି ପଚରାଉଚରା କରିଥିଲେ । ଶାହରୁଖ ଏକ ମହଙ୍ଗା ଘଣ୍ଟା ପିନ୍ଧିଥିଲେ, ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ରହିଥିଲା । ଉକ୍ତ ଘଣ୍ଟା ପାଇଁ ଶାହରୁଖ ଖାନଙ୍କୁ ୬.୮୩ ଲକ୍ଷ ଟଙ୍କାର କଷ୍ଟମ ଡ୍ୟୁଟି ଭରିବାକୁ ପଡ଼ିଥିଲା । ପ୍ରାଇଭେଟ ଚାର୍ଟର୍ଡ ପ୍ଲେନରେ ଶାହରୁଖ ଦୁବାଇରୁ ଆସୁଥିଲେ । ଏୟାରପୋର୍ଟର ଟି ୩ ଟର୍ମିନାଲରେ ତାଙ୍କୁ ଅଟକ ରଖାଯାଇଥିଲା ।
  12. ଦେଶରେ ଦେଖା ଦେଇଛି ଗହମ ଅଭାବୀ ସଙ୍କଟ, ଏହି କାରଣରୁ ଗହମର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ମେ ୨୦୨୨ ରେ, ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ହେଁ ମେ ମାସରୁ ଗହମ ମୂଲ୍ୟରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। 
  13. ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ତାର କଳା ବାଦଲ ଛାଇଥିବା ବେଳେ ସେପ୍ଟମ୍ବର ମାସରେ ଭାରତର ଉଦ୍ୟୋଗିକ ଉତ୍ପାଦନ(ଆଇଆଇପି) ଗତ ବର୍ଷ ସମାନ ମାସ ତୁଳନାରେ ୩.୧ ପ୍ରତିଶତ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ ଉଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ୨୦୨୧ରେ ୪.୪ ପ୍ରତିଶତ ବୃଦ୍ଧି ପାଇଥିଲା । ଅନ୍ୟପଟେ ମାନ୍ୟୁଫାକଚରିଂ କ୍ଷତ୍ରେରେ ଉତ୍ପାଦନ ୨୦୨୨ ସେପ୍ଟେମ୍ବର ମାସରେ ୧.୮ ପ୍ରତିଶତ ବୃଦ୍ଧି ପାଇଥିଲା ।
  14. ଦୀର୍ଘ ୩ବର୍ଷ ହେବ ୨୦୦୦ ଟଙ୍କିଅ।। ନୋଟ ଛପା ଯାଉନାହିଁ । ସେଥିପାଇଁ ବଜାରରେ ୨୦୦୦ଟଙ୍କାର କାରବାର ଅଧିକ ହେଉନାହିଁ । ଆରଟିଆଇ ସୂଚନା ଅନୁଯାୟୀ, ୨୦୧୯-୨୦, ୨୦୨୦-୨୦୨୧ ଓ ୨୦୨୧-୨୨ ମସିହା ପର୍ଯ୍ୟନ୍ତ କୌଣସି ୨୦୦୦ ନୋଟ ଛପା ଯାଇନାହିଁ ।
  15.  ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଅନୁକମ୍ପା ଭାବେ ଚାକିରି ପାଇଥିବା କୌଣସି ବ୍ୟକ୍ତି ନିଜ ପରିବାର ଓ ଆଶ୍ରିତଙ୍କୁ ଅଣଦେଖା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।
  16. ନେପାଳରେ ଶନିବାରଦିନ ପୁଣି ଭୂମିକମ୍ପ ହୋଇଛି । ଶନିବାର ସଂଧ୍ୟା ୭ଟା ୫୭ ମିନିଟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
  17. ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ବଡ ପଦକ୍ଷେପ ନେଇଛି। ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ୯୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୦୦ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବାବେଳେ ରାଜ୍ୟ ଗୃହ ବିଭାଗର ସୂତ୍ର ଅନୁଯାୟୀ ଡ୍ରଗ୍ ରାକେଟ ଏବଂ ମନି ଲଣ୍ଡରିଂ ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି।
  18. କଂଗ୍ରେସ ସରକାରକୁ ଆସିଲେ ଅହମ୍ମଦାବାଦରେ ତିଆରି ହୋଇଥିବା ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରଖାଯିବ । ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତାହାର ଜାରି କରି ଏଭଳି କହିଛି କଂଗ୍ରେସ । ଏହା ସହିତ ପୂର୍ବ ୨୭ ବର୍ଷରେ ଗୁଜରାଟରେ ହୋଇଥିବା ସମସ୍ତ ଘୋଟାଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଦଳୀୟ ନେତା କହିଛନ୍ତି ।
  19. ବିମାନ କମ୍ପାନିକୁ ସେପ୍ଟେମ୍ୱର ତ୍ରୈମାସ ପରିଣାମରେ ବଡ଼ ଝଟକା ଲାଗିଛି । କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସେପ୍ଟେମ୍ୱର ତ୍ରୈମାସରେ ୩୦୮.୪ କୋଟି ଟଙ୍କାର କ୍ଷତି ହୋଇଛି । ପୂର୍ବ ବର୍ଷ ସମାନ ଅବିଧରେ ମଧ୍ୟ କମ୍ପାନି ୩୦୫.୭୬ କୋଟି ଟଙ୍କା କ୍ଷତି ରେକର୍ଡ କରିଥିଲା । ପୂର୍ବ ବର୍ଷ ତୁଳନାରେ କମ୍ପାନିର କ୍ଷତିରେ ସାମନ୍ୟ ବୃଦ୍ଧି ଘଟିଛି ।
  20. ବିପାସା ବସୁ ଓ କରଣ ସିଂହ ଗ୍ରୋଭର ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଅଭିନେତ୍ରୀ ବିପାସା ବସୁ ଏକ ଖୁବ୍ ସୁନ୍ଦର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.