• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ମିଶ୍ରଣ ହୋଇ ଗଠନ ହେବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଆଇ) । ଏହି ଆୟୋଗ ଗଠନ ନେଇ ପ୍ରସ୍ତାବ ଦିଆଯାଇଛି ।
  2. ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)ରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା ଏଣିକି ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ଶିଡ୍ୟୁଲ ପ୍ରସ୍ତୁତ କରିବ ଏନଟିଏ । ଏହି ଶିଡ୍ୟୁଲରେ ନିଟ, ଜେଇଇ ମେନ, ସିୟୁଇଟି ସମେତ ଅନ୍ୟ ବଡ଼ ବଡ଼ ପ୍ରବେଶିକା ପରୀକ୍ଷାକୁ ନୂଆ ଢଙ୍ଗରେ ସେଟ୍ କରାଯିବ ।
  3. ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେ ଯାଧବ ଆଉ ନାହାନ୍ତି । କଲ୍ୟାଣୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । କଲ୍ୟାଣୀଙ୍କ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ବନ୍ଧୁ ପରିଜନ, ଫ୍ୟାନ୍ସ ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।
  4. ଦୀର୍ଘ ୪ ଦଶନ୍ଧି ଧରି ରାଜ୍ୟ ସରକାର ୧୬୦ ଗୋଷ୍ଠୀଙ୍କୁ ଜନଜାତି ମାନ୍ୟତା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଉଛନ୍ତି। ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଜନଜାତି ମାନ୍ୟତା ନେଇ ଓଡ଼ିଶାର କୌଣସି ପ୍ରସ୍ତାବକୁ ସ୍ଥାନ ନ ମିଳିବା କେନ୍ଦ୍ରର ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।
  5. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ସାରା ଦେଶରୁ ବିରୋଧର ଶିକାର ହେବାପରେ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କର ମନ୍ତ୍ରୀ ଅଖିଳ ଗିରି।
  6. ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ବିଲମ୍ବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସର୍ବୋଚ୍ଚ ଅଦାଲତ କଲେଜିୟମର ସୁପାରିସ୍ ସତ୍ତ୍ବେ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରିପତି ନିଯୁକ୍ତିରେ ବିଳମ୍ବ ହେଉଛି।
  7. ବୌଦ୍ଧ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ପରିସରରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଉଦଘାଟିତ ହୋଇଯାଇଛି।
  8. ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ୫ ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚମ୍ପିଅନ। ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ବେ ହାରିଲା ପାକିସ୍ତାନ। ମେଲବର୍ଣ୍ଣରେ ପାକିସ୍ତାନ ୧୩୭/୮ ଏବଂ ଇଂଲଣ୍ଡ ୧୩୮/୫।
  9. ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ରବିବାର ସେତେବେଳେ ଝଟକା ଲାଗିଲା ଯେତେବେଳେ ଦଳର ୬ ଥର ବିଧାୟକ ନିର୍ବାଚିତ ବିଧାୟକ ଦଳରୁ ଇସ୍ତଫା ଦେଲେ। ମଧୁ ଶ୍ରୀବାସ୍ତବ ନାମକ ଏହି ବିଧାୟକ ଗତ ୬ ଥର ହେଲା ବଡୋଦରାର ୱାଘୋଡିଆ ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଉଥିଲେ।
  10. ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଇଣ୍ଡୋନେସିଆର ବାଲି ଦ୍ବୀପକୁ ଯାତ୍ରା କରିବେ। ୪୫ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୨୦ଟି ପ୍ରମୁଖ ଅଧିବେଶନ ଓ କେତେକ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି।
  11. ବିଚାରପତିମାନଙ୍କ ନିଯୁକ୍ତି ଲାଗି ରହିଥିବା କଲେଜିୟମ୍ ବ୍ୟବସ୍ଥା ‘ଅସ୍ବଚ୍ଛ ଓ ଅନୁତ୍ତରଦାୟୀ’ ବୋଲି ଆଇନ ମନ୍ତ୍ରୀ କିରଣ ରିଜିଜୁ ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଚଳିତ ସପ୍ତାହରେ ଅବସର ନେଇଥିବା ପ୍ରଧାନବିଚାରପତି ୟୁୟୁ ଲଳିତ କହିଛନ୍ତି ଯେ ଏହି ବ୍ୟବସ୍ଥା ‘ସମ୍ପୂର୍ଣ୍ଣ ଠିକ୍ ଓ ସନ୍ତୁଳିତ’ ଏବଂ ଆଇନ ମନ୍ତ୍ରୀ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ।
  12. ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଶନିବାର କହିଛନ୍ତି ଯେ ଚୀନ୍-ଭାରତ ସୀମାନ୍ତ ସ୍ଥିତି ଏବେ ସ୍ଥିର ଅଛି, କିନ୍ତୁ କେତେବେଳେ କ’ଣ ହେବ କହିହେବ ନାହିଁ। କାରଣ ଚୀନ୍ ସେନା (ପିଏଲ୍‌ଏ) ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୈନ୍ୟସଂଖ୍ୟା ହ୍ରାସ କରିନାହିଁ,
  13. ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ରାକେଶ କୁମାରଙ୍କ ୮୧ ବର୍ଷ ବୟସରେ ୧୦ ତାରିଖରେ ପରଲୋକ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ
  14. ତେଲେଙ୍ଗାନାର ୪ ଟିଆର୍ଏସ ବିଧାୟକଙ୍କୁ ୧୦୦ କୋଟି ଟଙ୍କା ବିନିମୟରେ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବା ବେଳେ ମାମଲାରେ ତେଲେଙ୍ଗାନା ପୁଲିସ ଶନିବାର ‌୪ଟି ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରିଛି। ବିଧାୟକଙ୍କୁ କିଣିବା ପ୍ରୟାସ ଅଭିଯୋଗ ଉପରେ ତଦନ୍ତ କରୁଥିବା ଏସଆଇଟି ଦାବି କରିଛି ଯେ ଚଢ଼ଉ ସମୟରେ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି।
  15. ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ଦିନରେ ୩୨କୋଟି ମୂଲ୍ୟର ୬୧କିଲୋଗ୍ରାମ ସୁନା ଜବତ କରିଛି ସୀମାଶୁଳ୍କ ବିଭାଗ। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.