• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମଗ୍ର ବିଶ୍ବର ଜନସଂଖ୍ୟା ୮୦୦ କୋଟି ଛୁଇଁଛି । ଏ ନେଇ ମିଳିତ ଜାତିସଂଘ ଔପଚାରିକ ଭାବେ ଘୋଷଣା କରିଛି । ମଙ୍ଗଳବାର (ନଭେମ୍ବର ୧୫ ( ବିଶ୍ବର କିଛି ଅଂଚଳରେ ନଭେମ୍ବର ୧୫ ଆରମ୍ଭ ହୋଇଗଲାଣି) ରେ ବିଶ୍ବର ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି।
  2. ଆଫଗାନିସ୍ତାନରେ ଇସ୍ଲାମିକ ଆଇନ ସଂପୂର୍ଣ୍ଣଭାବେ ଲାଗୁ କରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି । ବିଭିନ୍ନ ଅପରାଧ ପାଇଁ ଇସ୍ଲାମରେ ଥିବା ନିର୍ଦ୍ଦେଶ ଅନୁସାରେ ଦଣ୍ଡ ଦିଆଯିବ ।
  3. ଗତ ୫ ତାରିଖରେ ଟେସ୍‌ଲାର ଏକ କାର୍‌ ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣା ଘଟିବା ପରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି।
  4. ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି (ସୋମବାର) ଓଡ଼ିଶାର ଧର୍ମଘଟକାରୀ ଓକିଲମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏବଂ ଆସନ୍ତା ବୁଧବାର (୧୬ ନଭେମ୍ବର) ଠାରୁ ନିୟମିତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  5. ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି।
  6. ଭାରତ ସରକାରଙ୍କ ମୁଖ୍ୟ ବୈଦେଶିକ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଏଣ୍ଡ ଆନାଲିସିସ ଓ୍ବିଙ୍ଗ (ର’)ର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ର’ର ଜଣେ ଅଧିକାରୀ ଅଫିସ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
  7. ଗୁଜରାଟ ହାଇକୋର୍ଟ ମୋରବି ପୋଲ ଭୁଶୁଡିବା ଘଟଣାରେ ସ୍ୱତଃ ସଜ୍ଞାନ ନେଇଥିବା ଜନସ୍ୱାର୍ଥ ଯାଚିକା ଉପରେ ମଙ୍ଗଳବାର ନଭେମ୍ୱର ୧୫ରେ ଶୁଣାଣି କରିପାରନ୍ତି ।
  8. ଲୋକପ୍ରିୟ ମିଡିଆ ପ୍ଲେଇଙ୍ଗ ସଫ୍ଟୱେର ଭିଏଲସି ମିଡିଆ ପ୍ଲେୟର ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଏବେ ପୁଣି ଥରେ ଏହାକୁ ଡାଉନଲୋଡ କରିବା ପାଇଁ ୟୁଜର୍ସଙ୍କୁ ବିକଳ୍ପ ମିଳିଛି । ଏହି ମଲ୍ଟିମିଡିଆ ପ୍ଲେୟାରକୁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଆଇଟି ମନ୍ତ୍ରଣାଳୟ ବ୍ୟାନ କରିଥିଲା ।
  9. କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ରାଜ୍ୟ ଗୁଡିକର ସହମତି ଜରୁରୀ ଏବଂ ଯଦି ରାଜ୍ୟ ଏହି ପ୍ରସଙ୍ଗରେ ଆଗକୁ ବଢନ୍ତି ତେବେ କେନ୍ଦ୍ର ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛି ।
  10. ଝାଡଖଣ୍ଡ ରାଜନୀତି ଏବେ ବେଶ ସରଗରମ ରହିଛି । ଏହାରି ଭିତରେ ଝାଡ଼ଖଣ୍ଡର ପୂର୍ବତନ ବିଜେପି ସରକାରର ୫ ମନ୍ତ୍ରୀଙ୍କ ବିରୋଧରେ ଏସିବି ତଦନ୍ତ ପାଇଁ ହେମନ୍ତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ଚିଠିରେ ଏହି ସୂଚନା ଦିଆଯାଇଛି ।
  11. ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ବା ଉଚ୍ଚଶିକ୍ଷା କମିଶନ ଅଫ୍ ଇଣ୍ଡିଆ ବିଲ୍ (HECI-Bill) ରେ ଏଭଳି ଆଇନ ରହିଛି ଯାହାକୁ ପାଳନ ନକରିବା ଦ୍ବାରା ଏହି ଶିକ୍ଷାନୁଷ୍ଠାନମାନଙ୍କୁ ଏବେ ଭାରି ପଡ଼ିପାରେ। ପ୍ରସ୍ତାବିତ ଏଚଇସିଆଇ ବିଲ୍‌ରେ କେନ୍ଦ୍ର ସରକାର ୟୁଜିସି ଏବଂ ଏଆଇସିଟିଇ ନିୟମକୁ ଉଲ୍ଲଘଂନ କରୁଥିବା ସଂସ୍ଥାନ ଉପରେ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇବାକୁ ଅନୁମତି ଦେଇଛି।
  12. ନାବାଳିକାଙ୍କ ସହ ଯୌନ ଶୋଷଣ ମାମଲାରେ ଜେଲରେ ଥିବା ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଧ ଶରଣାରୁଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ୍ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ଅଭିଯୋଗ କରାଯାଇଛି ଯେ, ସନ୍ଥ ୨୦୧୩ରୁ ୨୦୧୫ ମଧ୍ୟରେ ମଧ୍ୟ ରାତ୍ରିରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲା।
  13. ଟ୍ଵିଟରର ୫୦ ପ୍ରତିଶତ ଓ୍ଵାର୍କ ଫୋର୍ସ ହ୍ରାସ କରିବା ପରେ ବର୍ତ୍ତମାନ ଏଲନ ମସ୍କ କଣ୍ଟ୍ରାକ୍ଟ ହିସାବରେ ରଖାଯାଇଥିବା ୪୪୦୦ ଲୋକଙ୍କୁ କମ୍ପାନିରୁ ବାହାର କରିଛନ୍ତି। ଏଲନ ମସ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଫ୍ୟାକ୍ଚ ଚେକିଂ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି।
  14. ରାଜଧାନୀର ରାଜପଥରେ ସୋମବାର ଠାରୁ ଗଡ଼ିବ ବିଏସ-୪ ଓ ବିଏସ-୩ ଗାଡ଼ି । ଦିଲ୍ଲୀ ଏନସିଆରରେ କିଛି ଦିନ ହେଲା ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଥିବାରୁ ନିୟମ କଡ଼ାକଡ଼ି କରାଯାଇଥିଲା ।
  15. ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉଥିବାରୁ ଲୋକମାନେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ି ଗୁଡ଼ିକୁ ବେଶ ପସନ୍ଦ କରୁଛନ୍ତି । ଲୋକଙ୍କ ପସନ୍ଦ ଓ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଗୁଡ଼କ ପକ୍ଷରୁ ବୈଦ୍ୟୁତିକ ଯାନ ବଜାରକୁ ଛାଡ଼ିଲେଣି ।  ଇଲେକ୍ଟ୍ରିକ୍‌ ବାଇକ୍‌, ସ୍କୁଟର ଏବଂ କାର ମଧ୍ୟ ବଜାରରେ ଉପଲବ୍ଧ ହେଉଛି ।
  16. ସ୍କୁଲରେ ପିଲାମାନେ ପଢିବେ ଅର୍ଥନୀତି ପାଠ। ସହିତ ବିଦ୍ୟାଳୟ ଶିକ୍ଷା ବୋର୍ଡ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ତିନୋଟି ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତେ ଏହାକୁ ନିଜ ବିଦ୍ୟାଳୟ ପାଠ୍ୟକ୍ରମରେ ରଖିବାକୁ ରାଜି ହୋଇଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଆରବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।
  17. ଜାତୀୟ କ୍ରୀଡା ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବାକୁ ଥିବା ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ।ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ
  18. ଓଡ଼ିଶା ଝିଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏନେଇ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ୩୦ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡା ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯିବ।
  19. ଦେଶର ଷ୍ଟାର ତଥା ଭେଟରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
  20. ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ ଆୟୋଜିତ ହୋଇଯାଇଛି। ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ୮ଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା। ଅଭିନବ ପ୍ରଦର୍ଶନ ପାଇଁ ଓଡ଼ିଶା ଷ୍ଟଲକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.