• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୃଥିବୀର ଜନସଂଖ୍ୟା ଏବେ ୮୦୦ କୋଟିରେ ପହଞ୍ଚିଥିବା ବେଳେ ବର୍ଦ୍ଧିତ ଜନସଂଖ୍ୟା ଆମ ଆଗରେ ଅନେକ ଆହ୍ବାନ ସୃଷ୍ଟି କରୁଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଅସମତା, କ୍ଷୁଧା, ଜଳବାୟୁ ସଂକଟ, ଦ୍ରୁତ ସହରୀକରଣ ଓ ବାର୍ଦ୍ଧକ୍ୟ।
  2. ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ।
  3. ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀମାନଙ୍କରେ ଛଟେଇ ଚାଲିଥିବା ବେଳେ ଭାରତର ଦୁଇ ବଡ଼ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ମେଟାର ଭାରତୀୟ ମୁଖ୍ୟ ଅଜିତ ମୋହନ ଦୁଇ ସପ୍ତାହ ତଳେ ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀର ପବ୍ଲିକ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ ସମାନ ପଦକ୍ଷେପ ନେଇଛନ୍ତି।
  4. ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭେଟ ହୋଇଛି। ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ନେତା ପରସ୍ପରକୁ ଭେଟିଥିବା ବେଳେ କରମର୍ଦ୍ଦନ କରିଛନ୍ତି।
  5. ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ବାଲିଯାତ୍ରା ଚର୍ଚ୍ଚା।ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟନକୁ ସମ୍ବୋଧନ କରିଛନ୍ତି।
  6. ରାଜ୍ୟର ୬୪ ବ୍ଲକର ୨, ୬୩, ୫୬୦ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି। ୧୨ ଜିଲ୍ଲାର ୧୫ ପୌରାଞ୍ଚଳରେ ୩୩ % ରୁ ଅଧିକ କ୍ଷତି ହୋଇଛି। ଏଯାଏ ଅଧିକାଂଶ ଚାଷୀ ସେମାନଙ୍କ ବୀମା ରାଶି ପାଇ ନାହାନ୍ତି। ଟେକ୍ନିକାଲ ଆଡଭାଇଜାରୀ କମିଟି ଏହା ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
  7.  କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ୨୨ ସ୍କୁଲର ୨୧ ସହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇଥିଲେ। ୩୫ ମିନିଟରେ ପ୍ରାୟ ୨୨ହଜାରରୁ ଉର୍ଦ୍ଧ ଡଙ୍ଗା ତିଆରି କରି କଟକ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।
  8. ଦିଲ୍ଲୀରେ ଓଡିଆ ‘RAW’ ଅଧିକାରୀଙ୍କ ଆତ୍ମହତ୍ୟା । ଦଶ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଭାରତର ଆନ୍ତର୍ଜାତିକ ଗୁପ୍ତଚର ସଂସ୍ଥା ‘RAW’ ଅଫିସର ଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକ ବୋଲି ଜଣ ପଡିଛି। 
  9. ପାଞ୍ଚ ବର୍ଷରୁ ଅଧିକ ସମୟ ହେବ ସାଂସଦ/ବିଧାୟକଙ୍କ ସଂପର୍କିତ ୯୬୨ ମାମଲା କୋର୍ଟରେ ବିଚାରଧୀନ ରହିଛି। ଆଉ ବିଡମ୍ବନାର କଥା ଏହି ମାମଲାରେ ଓଡିଶା ଶୀର୍ଷରେ ରହିଛି।
  10. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଇଣ୍ଡୋନୋସିଆର ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ରାତ୍ରୀଭୋଜନରେ ସାମିଲ ହୋଇନାହାନ୍ତି। ଏହି ନିଷ୍ପତ୍ତି ସେ ଅଚାନକ ନେଇଥିବା ବେଳେ ଏହାର କାରଣ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।
  11. ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ସାଉଥ୍‌ ସୁପର୍‌ଷ୍ଟାର ମହେଶ ବାବୁଙ୍କ ପିତା କ୍ରିଷ୍ଣା (ଶିବା ରାମା କ୍ରିଷ୍ଣା)ଙ୍କର ମଙ୍ଗଳବାର ସକାଳେ ହାଇଦ୍ରାବାଦରେ ୭୯ ବର୍ଷ ବୟସରେ ପରଲୋକ ହୋଇଛି।
  12. ସିଭିଲ୍‌ ସର୍ଭିସ୍‌ ପରୀକ୍ଷା-୨୦୨୧ରେ ସଫଳତା ପାଇଥିବା ଆଇଏଏସ୍‌ମାନଙ୍କୁ କେନ୍ଦ୍ର ସରକାର କ୍ୟାଡର୍‌ ଆବଣ୍ଟନ କରିଛନ୍ତି। ୧୭୮ ଜଣଙ୍କ କ୍ୟାଡର୍‌ ପ୍ରସ୍ତୁତ ହୋଇଥିବା ବେଳେ ଏଥିରୁ ୬ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି।
  13. ମଙ୍ଗଳବାରଦିନ ରୁଷ ପକ୍ଷରୁ ୟୁକ୍ରେନର କେତେକ ସହର ଉପରେ ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ବିଶେଷକରି ପାଓ୍ବାର ଗ୍ରୀଡ, ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।
  14. ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନ୍‌ପୁଟ ସବ୍‌ସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । 
  15. ‘ଆଦିପୁରଷ’ ର ଟ୍ରେଲର ରିଲିଜ୍ ପରଠାରୁ ଚର୍ଚ୍ଚାରେ ରହିଆସିଛି। ଫିଲ୍ମରେ ସୈଫଙ୍କ ଲୁକ୍‌କୁ ନେଇ ଅନେକ ବିବାଦ ହୋଇଥିଲା। ଏବେ ଫିଲ୍ମ ଆଦିପୁରୁଷକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଡାଇରେକ୍ଟର ଓମ ରାଉତ ଫିଲ୍ମରେ ସୈଫ୍‌ଙ୍କ ଦାଢ଼ିକୁ ଡିଜିଟାଲ ଭାବରେ ହଟାଇବାକୁ ଯୋଜନା କରୁଛନ୍ତି।
  16. ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ସୁନୀଲ ସିନ୍ଦେଙ୍କ ପରଲୋକ। ସୋମବାର ଦିନ ସେ ତାଙ୍କ ମୁମ୍ବାଇ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ସୁନୀଲଙ୍କୁ ପ୍ରାୟତଃ ୭୫ ବର୍ଷ ହୋଇଥିଲା। ସୁନୀଲ ଟିଭି ସିରିଏଲ ‘ସର୍କସ’ରେ କାମ କରୁଥିଲେ।
  17. କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ବନ୍ଦ କରିବା ପାଇଁ ସରକାର ଦେବାଳିଆ ପ୍ରକ୍ରିୟା ଆପଣାଇବାକୁ ଯୋଜନା କରୁଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ଖବର ଅନୁସାରେ, ଦେଶର ଦେବାଳିଆ କୋର୍ଟ ଯିବା ପାଇଁ ପବ୍ଲିକ ସେକ୍ଟର କମ୍ପାନି ଗୁଡିକୁ ବିଚାର କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି ।
  18. ଏଲ୍ ଆଣ୍ଡ୍ ଟି ଇନଫୋଟେକ୍ ଏବଂ ମାଇଣ୍ଡଟ୍ରିର ବିଲୟକୁ ମଞ୍ଜୁରୀ ମିଳିବା ପରେ। ଏବେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ କମ୍ପାନୀର ଜଏଣ୍ଟ ଭେଞ୍ଚରକୁ LTIMindtee ନାମରେ ନାମିତ କରାଯିବ।
  19. ଏଣିକି ଆଧାର ଦ୍ବାରା କରିହେବ ୟୁପିଆଇ ଟ୍ରାଞ୍ଜାକ୍ସନ। ଅନଲାଇନ ପେମେଣ୍ଟ ଆପ୍ ଫୋନ୍‌ ପେ ଏବେ ଆଧାର ଦ୍ବାରା ୟୁପିଆଇ ସେବା ଆରମ୍ଭ କରିଛି। ଏହି ନୂଆ ସର୍ଭିସ ଦ୍ବାରା ଆଧାରକୁ ୟୁପିଆଇ ସହ ସଂଯୋଗ କରି ଟ୍ରାଞ୍ଜାକ୍ସନ କରିହେବ।
  20. ସୋମବାର କନଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ତଥ୍ୟ ଜାରି କରାଯାଇଛି । ତଥ୍ୟ ଅନୁଯାୟୀ ଖାଦ୍ୟ ଉତ୍ପାଦ ଦାମ୍‌ କମ୍ ହେବା ଦ୍ବାରା ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୭୭ ପ୍ରତିଶତକୁ ପହଞ୍ଚିଛି। ଅବଶ୍ୟ ଏହା ଏବେବି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଇଁ ସନ୍ତୋଷଜନକ ସ୍ତରର ଉପରେ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.