• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଜି-୨୦ ସହଯୋଗୀ ଦେଶଗୁଡ଼ିକ ସହିତ ଡିଜିଟାଲ ଜ୍ଞାନକୌଶଳ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବ। ଏହା ପ୍ରତ୍ୟେକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଜି-୨୦ର ଅଧ୍ୟକ୍ଷ ଦେଶ ଭାବେ ଭାରତ ପାଇଁ ବିକାଶ କ୍ଷେତ୍ରରେ ଡାଟାର ବ୍ୟବହାର ପ୍ରମୁଖ ପ୍ରସଙ୍ଗ ରହିବ।
  2. ଅଫତାବ ପୁଲିସକୁ ଦେଇଥିବା ତଥ୍ୟ କେତେ ସତ ଏବଂ କେତେ ମିଛ ଏହାର ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସ ଅଫତାବର ନାର୍କୋ ଟେଷ୍ଟ କରାଇବା ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ଆଜି ଏହି ଅନୁମତି ଦେଇଛନ୍ତି। ପଚରାଉଚରା ବେଳେ ଅଫତାବ ପୁଲିସକୁ ମିଛ ସୂଚନା ଦେଉଛି ଓ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିବାରୁ ପୁଲିସ ଏହି ପରୀକ୍ଷା କରାଇବାକୁ ଅନୁମତି ମାଗିଥିଲା।
  3. ଧବଳେଶ୍ବର ପୀଠ। ବାବା ଧବଳେଶ୍ବରଙ୍କ ଦର୍ଶନ ପାଇପାରିବେ ଭକ୍ତ। ସପ୍ତାହକୁ ୪ ଦିନ ଡଙ୍ଗା ଯୋଗେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ। 
  4. ଆଦର୍ଶ  ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି
  5. ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାନୁଷ୍ଠାନ ବିକାଶର କର୍ଣ୍ଣଧାର ସାଜିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୭ ମସିହା ନଭେମ୍ୱର ୧୪ ତାରିଖ ଶିଶୁ ଦିବସରେ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍‍ ଅଭିଯାନ’ ଇତିମଧ୍ୟରେ ୫ବର୍ଷ ପୂରଣ କରିଛି।
  6. ଜି ଉଦୟଗିରିରେ କ୍ରମାଗତ ଭାବେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଶୀତ ଆରମ୍ଭରୁ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି। ପ୍ରତିଦିନ ଜି ଉଦୟଗିରିରେ ପାରଦ ତଳ ମୁହାଁ ହେଉଥିବାରୁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି।୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
  8. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ସେ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢେଇ କରିବେ। ଏଥିପାଇଁ ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି ।
  9. ୟୁକ୍ରେନ୍‌ -ଋଷ ଯୁଦ୍ଧ ଚାଲିଥିବା ବେଳେ ପୋଲାଣ୍ଡରେ ପଡିଛି ଋଷର କ୍ଷେପଣାସ୍ତ୍ର। ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ମିସାଇଲ ହମଲା ଜାରି ରହିଥିବା ବେଳେ ଏବେ ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି। ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି।
  10. ବ୍ୟକ୍ତିଗତ ସମ୍ପତ୍ତିର ପଞ୍ଜିକରଣ କରିବା ଓ ବନ୍ଧକ ରଖିବା ବେଳେ ଲୋକେ ନାନାଦି ଠକାମୀର ଶିକାର ହେଉଛନ୍ତି। ନକଲି ପରିଚୟ ଦେଇ ଲୋକେ ସମ୍ପତ୍ତି ବନ୍ଧକ ରଖୁଥିବା ଓ ବିକ୍ରି କରୁଛନ୍ତି। ଏହାକୁ ରୋକିବା ପାଇଁ ଆଧାରଜନିତ ବାୟୋମେଟ୍ରିକ୍‍ ଯାଞ୍ଚ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ। ଏନେଇ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଆଇନ ବିଭାଗକୁ ଲେଖିଛି ଚିଠି।
  11. ଜାପାନର ବଡ଼ ନିବେଶ କମ୍ପାନି ୱାର୍କ ସଫ୍ଟବ୍ୟାଙ୍କ, ପେଟିଏମରୁ ପ୍ରାୟ ୧,୭୪୬ କୋଟି ଟଙ୍କାର ସେୟାର ବିକ୍ରି କରିବାକୁ ପ୍ରସ୍ତୁତ କରୁଛି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ସଫ୍ଟବ୍ୟାଙ୍କ, ପେଟିଏମର ପ୍ରାୟ ୨.୯ କୋଟି ସେୟାରକୁ ୬୦୧.୪୫ ଟଙ୍କା ପ୍ରତି ସେୟାରରେ ବିକ୍ରି କରିବ ।
  12. ୨୦୨୧ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ୧୫,୨୪,୪୬୯ ବିଦେଶୀ ଆସିଥିଲେ। ଏମାନଙ୍କ ମଧ୍ୟରେ ୭୪.୩୯ ପ୍ରତିଶତ ବିଦେଶୀ କେବଳ ୧୦ ଦେଶରୁ ଆସିଛନ୍ତି। ଏହା ସହ ୨୫.୬୧ ପ୍ରତିଶତ ଅନ୍ୟାନ୍ୟ ଦେଶରୁ ଆସିଛନ୍ତି।
  13. ସୁପ୍ରିମକୋର୍ଟ କହିଛନ୍ତି ଯେ କଠୁଆରେ ଆଠ ବର୍ଷର ନାବାଳିକାକୁ ସାମୂହିକ ଦୁଷ୍କର୍ମ ଏବଂ ଏହା ପରେ ହତ୍ୟା ଭଳି ସଙ୍ଗୀନ ମାମଲାର ଅଭିଯୁକ୍ତ ନାବାଳକ ନୁହେଁ ଏବଂ ତା’ ବିରୋଧରେ ବୟସ୍କ ଅର୍ଥାତ୍ ସାବାଳକ ଭାବରେ ମୋକଦ୍ଦମା କରାଯିବ।
  14. ନାସା ନିଜର ଡ୍ରିମ୍ ପ୍ରୋଜେଟ୍ ଆର୍ଟେମିସ୍-୧ ମିଶନକୁ ବୁଧବାର ସଫଳ ପୂର୍ବକ ଲଞ୍ଚ କରିଛି । ଆର୍ଟେମିସ୍-୧ଲଞ୍ଚ କରିବାରେ ଏହା ନାସାର ତୃତୀୟ ପ୍ରୟାସ । ପ୍ରଥମ ଦୁଇଟି ମିଶନ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରାସନ (ନାସା) ରଦ୍ଦ ହୋଇଥିଲା ।
  15. ସତ୍ୟପାଠ ଦାଖଲ କରି ସରକାର କହିଛନ୍ତି ଯେ ବ୍ୟାପକ ବିଚାର, ପ୍ରାକ-ପ୍ରସ୍ତୁତି ଓ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ପରେ ଏହାକୁ ଲାଗୁ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ଦେଶରୁ ଜାଲନୋଟ କାରବାର ସମାପ୍ତ କରିବା, କଳାଧନକୁ ଲୋପ କରିବା, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ।
  16. କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ବିରୋଧରେ ଏକ ଗିରଫ ପରଓ୍ଵାନା ଜାରି କରିଛନ୍ତି। ୧୩ ବର୍ଷ ପୂର୍ବେ ଦୁଇଟି ଅଳଙ୍କାର ଦୋକାନରୁ ହୋଇ ହୋଇଥିବା ଚୋରି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ ବିରୋଧରେ ଏହି ଗିରଫ ପରଓ୍ଵାନା ଜାରି ହୋଇଛି।
  17. ପର୍ଯ୍ୟାୟକ୍ରମେ ବିମାନ ଚଳାଚଳ ଆରମ୍ଭ ହୋଇଥିଲେ ବି ମାସ୍କ ପିନ୍ଧିବା କଟକଣା ଏପର୍ଯ୍ୟନ୍ତ ଲାଗୁ ରହିଥିଲା । କିନ୍ତୁ ଏବେ ଦେଶରେ କରୋନା ସ୍ଥିତିରେ ଉନ୍ନତି ଆସିବା ପରେ ସରକାର ଏହି କଟକଣା ଉଠାଇନେଇଛନ୍ତି ।
  18. ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ। କର୍ଣ୍ଣାଟକରେ ପୂର୍ବତନ ଜେଡିଏସ ନେତାଙ୍କ ହତ୍ୟା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
  19. ଦେଶକୁ କୋଭିଡମୁକ୍ତ କରିବାକୁ ଚୀନ ସରକାର କଠୋର କଟକଣା ଲାଗୁ କରୁଛନ୍ତି । କିନ୍ତୁ ବାରମ୍ବାର କଠୋର ଲକଡାଉନରେ ରହି ରହି ଚୀନର ଲୋକମାନେ ବିରକ୍ତ ହୋଇଗଲେଣି । କଠୋର ଲକଡାଉନ ଓ ସରକାରୀ କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରିବା ଆରମ୍ଭ କରିଛନ୍ତି ।
  20. ନିଖୋଜ ବୋଲି କୁହାଯାଉଥିବା ଗୁଜରାଟ ‘ଆପ୍‌’ ପ୍ରାର୍ଥୀ କଞ୍ଚନ ଜରିୱାଲା ଆଜି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ‘ଆପ୍‌’ କହିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.