• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ଏହା ହୋଇପାରିବ ନାହିଁ  ଏହି ପ୍ରସଙ୍ଗରେ ଆଗତ ଏକ ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ମତ ରଖି ଜଷ୍ଟିସ ଏମଆର ଶାହା ଏହା କହିଛନ୍ତି ।
  2. ଆମ୍ ଆଦମୀ ପାର୍ଟି(ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଚାର ଆରମ୍ଭ କରିଦେଇଛନ୍ତି। ହେଲେ ଆଜି ନିର୍ବାଚନ ପ୍ରଚାର ପାଇଁ ଗୁଜରାଟ ଯାଇଥିବା କେଜ୍ରିୱାଲଙ୍କ ଉପରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଆଜି ସେ ସୁରଟରେ ଏକ ରୋଡ୍ ସୋ’ କରୁଥିଲେ। ଏହି ସମୟରେ ହିଁ ତାଙ୍କ ଉପରେ ପଥର ଫିଙ୍ଗାଯାଇଥିବା ଜଣାପଡ଼ିିଛି।
  3. ୬ ମାସରେ ଅମରାବତୀକୁ ରାଜଧାନୀ ନଗରୀରେ ବିକଶିତ କରିବା ପାଇଁ ମାର୍ଚ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରତି ଜାରି କରିଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।
  4. ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।
  5. ରବିବାର ଦିନ ତେଲେଙ୍ଗାନା ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ‘ପ୍ରଜା ସଂଗ୍ରାମ ଯାତ୍ରା’ର ପଞ୍ଚମ ପର୍ଯ୍ୟାୟ ପାଇଁ ଅନୁମତି ନ ମିଳିବାରୁ ତେଲେଙ୍ଗାନାରେ ସଦ୍ୟ ବିବାଦ ଆରମ୍ଭ ହୋଇଛି।
  6. ସ୍ଥାପନ ହୋଇଥିବା ଅକ୍ଷୟ ଶକ୍ତି କ୍ଷମତା ଆଧାରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଚୀନ୍ ପ୍ରଥମ, ୟୁରୋପୀୟ ସଂଘ ଦ୍ବିତୀୟ ଏବଂ ଆମେରିକା ତୃତୀୟ ସ୍ଥାନରେ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।
  7. ଆମେରିକାର ଏକ ଆସବାବପତ୍ର କଂପାନି ଏହାର ୨୭୦୦ କର୍ମଚାରୀଙ୍କୁ ମଧ୍ୟରାତ୍ରୀରେ ଛଟେଇ ମେସେଜ୍ ପଠାଇଛି। ଶୋ‌ଇଥିବା ଅବସ୍ଥାରେ କର୍ମଚାରୀମାନେ ଚାକିରି ହରାଇଥିଲେ। ଦିନରୁ ଉଠିବା ପରେ ସେମାନେ ମେସେଜ୍‌ ପଢ଼ି ସେମାନଙ୍କ ଚାକିରି ଚାଲିଯାଇଥିବା ଜାଣିବାକୁ ପାଇଥିଲେ।
  8. ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ସୋମବାର ବରଳ ବିଶ୍ବ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଗାଏକ୍ବାଡ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି ଇତିହାସ ରଚିଛନ୍ତି। ସୀମିତ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
  9. ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିର୍ଦ୍ଦେଶ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ନେଇ ଦୃଢ଼ ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ କୋର୍ଟ । ତୁରନ୍ତ କାର୍ଯ୍ୟରେ ଯୋଗ ନଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରୁ ନ ଓହରିଲେ ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 
  10. ବିଶ୍ୱର ପ୍ରାୟ ୮୦ ଦେଶର ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ତଥା ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି । ଏଥିରେ ଏହି ୫୦ କୋଟି ହ୍ବାଟସଆପ୍ ୟୁଜରଙ୍କ ଫୋନ ନମ୍ବର ଅନଲାଇନରେ ବିକ୍ରି ପାଇଁ ରଖାଯାଇଛି । ଏହାମଧ୍ୟରେ ଭାରତର ୬୦ ଲକ୍ଷ ୟୁଜରଙ୍କ ଡାଟା ରହିଛି । ଡାଟା ଲିକ୍ ପରେ ଭାରତର ୬୦ ଲକ୍ଷ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ବିପଦରେ ।
  11. ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି।
  12. ଡିସେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ରାଷ୍ଟ୍ରପତି ମହୋଦୟା ଓଡ଼ିଶା ଆସିବାର ସମ୍ଭାବନା ରହିଛି।ରାଜଧାନୀ ଭୁବନେଶ୍ୱରେ ଥିବା ୨ ପ୍ରତିଷ୍ଠିତ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ମହୋଦୟା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
  13. ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି ।
  14. ଝାଡଖଣ୍ଡର ଜାମସେଦପୁରରେ ଟାଟା ଷ୍ଟିଲ୍‌ର ୨୭ ବର୍ଷ ପୁରୁଣା ୧୧୦ ମିଟର ଉଚ୍ଚ ଚିମନିକୁ ମାତ୍ର ୧୧ ସେକେଣ୍ଡରେ ଧ୍ଵସ୍ତ କରାଯାଇଛି। ଚିମନିକୁ ଧ୍ଵଂସ କରାଯିବାର ଭିଡିଓକୁ କମ୍ପାନି ଟ୍ଵିଟ୍ କରିଛି। କମ୍ପାନି କହିଛି ସୁରକ୍ଷିତ, ନିୟନ୍ତ୍ରିତ ଏବଂ ପରିବେଶ ଅନୁକୂଳ ଭାବେ ଚିମନିକୁ ଭୁଶୁଡା ଯାଇଛି।
  15. କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ଓଡ଼ିଶାରେ ୧୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏ ବାବଦକୁ ରାଜ୍ୟରେ ୨୨୬କୋଟି ଟଙ୍କା ଚଳିତ ଆର୍ଥିକବର୍ଷ ଖର୍ଚ୍ଚ ହେବାକୁ ରହିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ(ଡିପିଆଇଆଇଟି)ର ସ୍ବତନ୍ତ୍ର ସଚିବ ସୁମିତା ‌େ‌ଦୗରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।
  16. ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି । କ୍ରମାଗତ ପଞ୍ଚମ ଦିନ ହେଲା କ​ରୋନା ବଢ଼ିବାରେ ଲାଗିଛି । ରାଜଧାନୀ ବେଜିଂରେ କେବଳ ୪ହଜାର ମାମଲା ରୁଜୁ ହୋଇଛି ।
  17. ୯ ମାସ ହେଲା ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ମିସାଇଲ ମାଡ଼ରେ ଛାରଖାର ହୋଇଛି ୟୁକ୍ରେନ ସହର । ଅଧିକାଂଶ ସହର ମାଟିରେ ମିଶିଛି । ତଥାପି ଥମିବାର ନା ଧରୁନାହିଁ ଯୁଦ୍ଧ । ଋଷ ସୈନ୍ୟ ପଛଘୁଞ୍ଚା ଦେବା ପରେ ୟୁକ୍ରେନକୁ ମାତ୍ ଦେବାକୁ ନୂଆ ଯୋଜନା କରୁଛନ୍ତି ପୁଟିନ୍ ।
  18. ବିହାରରେ ଚୋରଙ୍କ ରେକର୍ଡ । ଦିନ ଦ୍ବିପ୍ରହରେ ମୋବାଇଲ ଟାଓ୍ବାର ଖୋଲି ନେଇଛନ୍ତି ଚୋରି ହୋଇଛି । ପ୍ରାୟ ୨୦ଲକ୍ଷ ଟଙ୍କାର ଟାଓ୍ବାରକୁ ଖୋଲି ସ୍କ୍ରାପ୍ ମୂଲ୍ୟରେ କବାଡ଼ିଆକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।
  19. ବରଗଡ଼ରେ ୩ଟି, ପଦ୍ମପୁରରେ ୨ଟି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ଜଗଦମ୍ବା କ୍ଲଥ ଷ୍ଟୋର ସହ ମିନାକ୍ଷୀ ଜୁଏଲାରୀରେ ଚଢାଉ ହୋଇଛି । ତେବେ ଜଗଦମ୍ବା କ୍ଲଥ ଷ୍ଟୋରର ମାଲିକ ସୁନୀଲ ଅଗ୍ରୱାଲ ହୋଇଥିବା ବେଳେ ମୀନାକ୍ଷୀ ଜୁଏଲାରୀର ମାଲିକ ଓମ ପ୍ରକାଶ ଅଗ୍ରୱାଲ ବୋଲି ସୂଚନା ମିଳିଛି । ପାଇକମାଳର ୨ଟି ସ୍ଥାନରେ ମଧ୍ୟ ଜିଏସଟି ରେଡ ହୋଇଛି ।
  20. ପୁରୁଣା ପେନ୍‌ସନ୍‌ ସ୍କିମ୍‌ରେ କର୍ମଚାରୀଙ୍କ ପେନ୍‌ସନ୍‌ ଟଙ୍କାକୁ ସରକାର ସମ୍ପୂର୍ଣ୍ଣ ରୂପେ ବହନ କରନ୍ତି। ଏନ୍‌ଡିଏ ସରକାରଙ୍କ ଅମଳରେ ୨୦୦୪ରେ ସେହି ସ୍କିମ୍‌କୁ ବନ୍ଦ କରିଦିଆଯାଇଥିଲା। ସେହି ସ୍ଥାନରେ ନୂଆ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌) ଲାଗୁ କରାଯାଇଛି। ଏଥିରେ କର୍ମଚାରୀଙ୍କ ମୂଳ ଦରମାର ୧୦ ପ୍ରତିଶତ କର୍ମଚାରୀଙ୍କ ଯୋଗଦାନ ଏବଂ ୧୪ ପ୍ରତିଶତ ରାଶି ରାଜ୍ୟ ସରକାରଙ୍କ ଯୋଗଦାନ ଭାବେ ଜମା କରାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.