• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅବସରପ୍ରାପ୍ତ IAS ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେଶର ସର୍ବୋଚ୍ଚ ସଂସ୍ଥାର ତୃତୀୟ ପଦବୀ ପ୍ରାୟ ୩ ମାସ ଧରି ଖାଲି ପଡିଥିଲା।
  2. ଓଡ଼ିଶା କ୍ୟାଡରର ୩ ଆଇଏଏସଙ୍କୁ କେନ୍ଦ୍ରରେ ଦାୟିତ୍ୱ ଦେଇଛନ୍ତି ସରକାର । ସଞ୍ଜୟ ରସ୍ତୋଗି ହୋଇଛନ୍ତି ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ । ଏହା ସହ କୃଷି ମନ୍ତ୍ରାଳୟର ଅତିରିକ୍ତ ସଚିବ ହୋଇଛନ୍ତି ପ୍ରମୋଦ ମେହେର୍ଦ୍ଦା । ସେହିପରି ସଞ୍ଜୀବ କୁମାର ମିଶ୍ରଙ୍କୁ ଏନଆରଏର ସଚିବ ଓ ପରୀକ୍ଷା ନିୟନ୍ତ୍ରକ ଭାବେ ଦାୟିତ୍ୱ ଦିଆଯାଇଛି ।
  3. ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଟକ୍ ସୋ ହୋଷ୍ଟ ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି ।
  4. ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟକୁ ବ୍ରିଟେନ୍ ଏବଂ ଫ୍ରାନ୍ସ ସମର୍ଥନ କରିଛନ୍ତି। ଭାରତ ସହିତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ କରିଥିଲେ।
  5. ଟି-୨୦ ବିଶ୍ଵ କପ୍ ୨୦୨୨ ଜିତିବା ସ୍ଵପ୍ନ ଧୂଳିସାତ ହେବା ପରେ ଆକ୍ସନ ମୋଡରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଏହି କ୍ରମରେ ଚୟନକର୍ତ୍ତାଙ୍କ କମିଟି ଭଙ୍ଗ ହୋଇ ସାରିଛି।
  6. ନିକଟରେ ଜାରି ରିପୋର୍ଟ ଅନୁସାରେ ୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ମଧ୍ୟରେ କରୋନା ମହାମାରୀ ଯୋଗୁଁ ସମଗ୍ର ଦୁନିଆରେ ଏକ କୋଟି ୪୯ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହା ସ୍ଵାଭାବିକ ମୃତ୍ୟୁ ତୁଳନାରେ ତିନି ଗୁଣ ଅଧିକ ରହିଛି। କେବଳ ଏତିକି ନୁହେଁ ମହାମାରୀ ପ୍ରଭାବରେ ୨୦୨୦-୨୧ର ଦୁଇ ବର୍ଷରେ ଲୋକଙ୍କହାରାହାରି ଆୟୁଷ ୧.୭ ବର୍ଷ ହ୍ରାସ ପାଇଛି।
  7. ଓଡିଶା ସରକାର ଆଉ ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବି ୩୦ ଜିଲ୍ଲା ପାଇଁ ଗ୍ରୁପ-ଏ ରାଙ୍କରେ ନିଯୁକ୍ତି ମିଳିବ। ୩୦ ଜିଲ୍ଲା ପାଇଁ ଗ୍ରୁପ ଏ ରାଙ୍କର ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଏଲଟିଆରଏମଓ ଅର୍ଥ ହେଉଛି ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବୀ ।
  8. ଓଡିଶାରୁ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
  9. ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ଏବେ ଜୋମାଟୋ ମଧ୍ୟ ସାମିଲ ହୋଇଛି । ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି ।
  10. ଓଡ଼ିଶାର ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି ।
  11. ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଏବଂ ପୁରୀରେ ପ୍ରସ୍ତାବିତ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏକ ଏକ୍ସପ୍ରେସ୍‍-ୱେ ନିର୍ମାଣ କରାଯିବ। ଫଳରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଦୂରତା ୬୬ କିମିରୁ ୫୭ କିମିକୁ ହ୍ରାସ ପାଇବ। ଏହି ଏକ୍ସପ୍ରେସ୍‍-ୱେ’ରେ ଗାଡ଼ି ଘଣ୍ଟା ପ୍ରତି ୧୨୦ କିମି ବେଗରେ ଧାଇଁବ।
  12. ଓଡିଶାରେ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ । ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ପ୍ରକାଶ ।
  13. ପେରୁରେ ଉଡ଼ାଣ ଭରୁଥିବା ସମୟରେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ । ବିମାନ ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
  14. ବିବେକ୍ ଏକ୍ସପ୍ରେସକୁ ସପ୍ତାହରେ ଦୁଇ ଥର ଚଲାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ପୂର୍ବରୁ ଏହି ଟ୍ରେନ୍ ମାତ୍ର ଗୋଟିଏ ଦିନ ଚାଲୁଥିଲା । ଆସାମରୁ ଯାତ୍ରା ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲୁଛି ଏହି ଟ୍ରେନ୍ ।
  15. ଓଡ଼ିଶାର କଟକସ୍ଥିତ ବିଶେଶ୍ୱର ଫୁଡ୍ସ (ଫାର୍ମ-ବି) ଉଦ୍ୟୋଗର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମି ସାହୁଙ୍କୁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ । ଚଳିତ ବର୍ଷ ସ୍ପେନ୍‌ର ମାଦ୍ରିଦ୍‌ ଠାରେ ଆଇଡବ୍ଲୁଇସି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମହିଳା ଉଦ୍ୟୋଗୀ ସମାବେଶ ୨୦୨୨ ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
  16. ପ୍ରତିଷ୍ଠିତ ଶିଶୁ ସାହିତ୍ୟିକା କୁମୁଦଲତା ମହାନ୍ତିଙ୍କ ପରଲୋକ । ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘଦନ ହେବ ଅସୁସ୍ଥ ଥିଲେ । ସେ ବହୁ ଶିଶୁ ସାହିତ୍ୟ ଏବଂ ଗୀତି କବିତା ରଚନା କରିଛନ୍ତି ।
  17. ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସେ ITTF-ATTU ଏସିଆନ କପରେ ମେଡାଲ୍ ଜିତିଛନ୍ତି। ଥାଇଲାଣ୍ଡ ବେଙ୍କକ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ ତିନିଥରର ଚାମ୍ପିୟନ ଜାପାନର ହିନା ହୟାତଙ୍କୁ ୪-୨ରେ ପରାସ୍ତ କରି ବ୍ରୋଞ୍ଚ୍ ମେଡାଲ ଜିତିଛନ୍ତି ମନିକା।
  18. ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ସର୍ବବୃହତ ଏକକ କ୍ରୀଡ଼ା ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ କାତାରରେ ଚଳିତ ୨୦ ତାରିଖରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି ।
  19. ଦିଲ୍ଲୀର ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରାଯାଉଥିବା ଭିଡିଓ କିପରି ଲିକ୍ ହେଲା ତାହାକୁ ନେଇ ଦିଲ୍ଲୀର ରସ୍ ଆଭେନ୍ୟୁ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି)କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ଭିଡିଓକୁ ଲିକ୍ କରି ଇଡି କୋର୍ଟରେ ଦେଇଥିବା ପ୍ରତିଶ୍ରୁତିର ଉଲ୍ଲଙ୍ଘନ କରିଛି ବୋଲି ଜୈନଙ୍କ ଓକିଲ କୋର୍ଟରେ ଅଭିଯୋଗ କରିବା ପରେ କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି ।
  20. ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦୃଶ୍ୟମ୍-୨’କୁ ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ପ୍ରଥମେ ଅଜୟ ଦେବଗନ ଫିଲ୍ମର ଟିଜର ସେୟାର କରିବା ସହ ପରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.