• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶିବାଜୀ ମହାରାଜଙ୍କ ସହ ତୁଳନା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ‘ଶିବାଜୀ ମହାରାଜ ଆମ ଭଗବାନ । ଆମ ମାଆ-ବାପାଙ୍କ ଠାରୁ ମଧ୍ୟ ଅଧିକ ସମ୍ମାନ ସହ ତାଙ୍କ ନାଁ ଧରିଥାଉ’।
  2. ବିଶ୍ୱ ଶିଶୁ ଦିବସରେ ୟୁନିସେଫ ପିଲାଙ୍କ ଉପରେ ହେଉଥିବା ଭେଦଭାବ ଉପରେ ଏକ ରିପୋର୍ଟରେ କୁହାଯାଇଛି ଯେ, ସାରା ଦୁନିଆରେ ଜାତି, ଭାଷା ଏବଂ ଧର୍ମ ଆଧାରରେ ପିଲାଙ୍କ ସହ ଭେଦଭାବ କରାଯାଉଛି । ଏହାସହ ବର୍ଣ୍ଣବୈଷମ୍ୟକୁ ନେଇ ମଧ୍ୟ ଭେଦଭାବ କରାଯାଉଛି ।
  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା  ଏବଂ ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।  ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।
  4. ଦେଶରେ ଯୁବ ବର୍ଗଙ୍କୁ ରୋଜଗାର ଦେବା ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂତନ ଚାକିରି ପାଉଥିବା ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୮ ମାସ ଭିତରେ କେନ୍ଦ୍ରୀୟ ବିଭାଗଗୁଡିକରେ ୧୦ ଲକ୍ଷ  ନିଯୁକ୍ତି ଦେବାକୁ ଘୋଷଣ କରିଥିଲେ।
  5. ନୂଆ ଗାଇଡଲାଇନ୍ସ ଅନୁଯାୟୀ, କମ୍ପାନୀ ଫେକ୍ ରିଭ୍ୟୁ ଦେଖାଇବାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇପାରେ। ଇ-କମର୍ସ କମ୍ପାନୀଙ୍କ ପାଇଁ  ଏହି ନୂଆ ଗାଇଡଲାଇନ୍ସ ୨୫ ନଭେମ୍ବର ଲାଗୁ ହେବ। ଏହି ନୂଆ ନିୟମର ଉଦ୍ଦେଶ୍ୟ ମିଥ୍ୟା ଏବଂ ପେଡ୍ ରିଭ୍ୟୁ ଉପରେ ନିୟନ୍ତ୍ରଣ ରଖିବା। ନିୟମ ଲାଗୁ ହେବା ପରେ ଇ-କମର୍ସ କମ୍ପାନୀ ଏବେ ଫେକ୍ ଏବଂ ପେଡ୍ ରିଭ୍ୟୁ କରିପାରିବେନି।
  6. ଆସନ୍ତା ଡିସେମ୍ବର ୧ ତାରିଖରୁ ପ୍ରତି ସପ୍ତାହରେ ପାଞ୍ଚ ଦିନ ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ ବୋଲି ସୋମବାର ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ପ୍ରତି ସପ୍ତାହର ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର (ଗେଜେଟେଡ୍‌ ଛୁଟିଦିନ ବ୍ୟତୀତ) ଦିନକୁ ପାଞ୍ଚ ଥର ପୂର୍ବାହ୍ନ ୧୦ରୁ ୧୧, ୧୧ରୁ ୧୨, ୧୨ରୁ ୧ ଏବଂ ଅପରାହ୍ନ ୨ରୁ ୩ ଓ ୩ରୁ ୪ ମଧ୍ୟରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଉପଲବ୍ଧ ହେବ।
  7. ନିଶାଦ୍ରବ୍ୟ ସେବନ ଅଭିଯୋଗରେ ସାଉଦି ଆରବରେ ଗତ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡକାଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ, ୪ ଜଣ ସିରିୟା ନାଗରିକ, ୨ ଜଣ ଜୋର୍ଡାନ ନାଗରିକ ଓ ୩ ଜଣ ସାଉଦି ନାଗରିକ ବୋଲି ।
  8. ନ୍ୟୁଜିଲାଣ୍ଡରେ ଭୋଟଦାନ ପାଇଁ ସର୍ବନିମ୍ନ ବସୟସୀମା ୧୮ରୁ ୧୬କୁ କମାଇବାକୁ ସେଠାକାର ସଂସଦରେ ବିତର୍କ ହେବ । ଆବଶ୍ୟକ ପଡ଼ିଲେ ସାଂସଦମାନଙ୍କ ମଧ୍ୟରେ ଭୋଟ କରାଯାଇ ଆଇନରେ ପରିବର୍ତ୍ତନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡର୍ନ କହିଛନ୍ତି ।
  9. ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଆଧାର ସହିତ ତାଙ୍କର ପ୍ୟାନ୍‌ କାର୍ଡକୁ ଲିଙ୍କ୍‌ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କର ପ୍ୟାନ୍‌ କାର୍ଡ ଅଚଳ ହୋଇଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି।
  10. ନବ ନିଯୁକ୍ତ ନିର୍ବାଚନ କମିସନର୍‌ ଅରୁଣ ଗୋଏଲ୍‌ ଆଜି ନିର୍ବାଚନ କମିସନ୍‌ କାର୍ଯ୍ୟାଳୟରେ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
  11. ଦୀର୍ଘ ୬ ବର୍ଷ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ତାଙ୍କ ଚାଚା ଶିବପାଲ୍‌ ଯାଦବ ରବିବାର ଦିନ ପ୍ରଥମ ଥର ପାଇଁ ଗୋଟିଏ ନିର୍ବାଚନୀ ସଭା-ମଞ୍ଚରେ ଏକତ୍ର ହୋଇଥିଲେ।
  12. ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ ସହରର ଏକ ନାଇଟ କ୍ଲବରେ ଆଖିବୁଜା ଗୁଳିଚାଳନା ହୋଇଛି। ଯେଉଁଥିରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ୧୮ରୁ ଉର୍ଦ୍ଧ୍ବ  ଲୋକ ଆହତ ହୋଇଛନ୍ତି।
  13. ସମ୍ପ୍ରତି ସାରା ବିଶ୍ବର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି। ନିକଟରେ ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ସୂଚନା ଦିଆଯାଇଛି।
  14. ଏକ ନୂତନ ଅଧ୍ୟୟନ ଅନୁଯାୟୀ, ନାପକିନ୍ ବ୍ୟବହାର କର୍କଟ ରୋଗ ହେବାର ଆଶଙ୍କା ବଢାଇପାରେ। ଏହାଠୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବନ୍ଧ୍ୟାକରଣର ଏକ ସମସ୍ୟା ମଧ୍ୟ ହୋଇପାରେ।ଏନଜିଓ ଟକ୍ସିକ୍ସ ଲିଙ୍କରେ ପ୍ରୋଗ୍ରାମ ସଂଯୋଜକ ତଥା ଏହି ଅଧ୍ୟୟନରେ ଜଡିତ ଥିବା ଡକ୍ଟର ଅମିତ ଏହା ବିଷୟରେ କହିଥିଲେ ଯେ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ।
  15. କୋଜିକୋଡେରେ ଥୋଡାନୁର ଉପ-ଜିଲ୍ଲା କଳା ମହୋତ୍ସବରେ କୁରାନ ପଢ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପାର୍ବତୀ ଆରବୀରେ ପାରଙ୍ଗମ ଥିବାରୁ ଏହି ପ୍ରତିଯୋଗିତାରେ ସହଜରେ ଜିତି ନେଇଥିଲେ।
  16. ୦୨୩- ୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ ପିଲାଙ୍କ ପାଇଁ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯୁକ୍ତ ୩ ପିଲା ଏନସିସିକୁ ଏକ ଇଲେକ୍ଟିଭ ସବଜେକ୍ଟ ଭାବରେ ନେଇ ପାରିବେ ।
  17. ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା କଟକଣା। ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏୟାର ସୁବିଧା ଫର୍ମ ପୂରଣ କରିବାର ସର୍ତ୍ତ ଭାରତ ରଦ୍ଦ କରିଛି। ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କୁ ଆଉ ଆତ୍ମ ଘୋଷଣା ପତ୍ର ଦେଖାଇବାକୁ ପଡିବା ନାହିଁ।
  18. ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣା ନିଆଯାଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ । ଅନିର୍ଦ୍ଦିଷ୍ଟ କାଳ ପାଇଁ ୯ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରାଯାଇଛି ।
  19. ଅଜୟ ଦେବଗନ୍ ଙ୍କ ଅଭିନୀତ ଦୃଶ୍ୟମ-୨ ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ହିଁ ୧୫ କୋଟି ୩୮ ଲକ୍ଷ ଟଙ୍କାର ରୋଜଗାର କରିଛି । ତେବେ ଏହା ସମସ୍ତ ସିନେମାଘରେ ମାତ୍ର ୩ ଦିନ ହେବ ପଡିଛି । କିନ୍ତୁ ତିନି ଦିନରେ ଦୃଶ୍ୟମ-୨ଚଳଚ୍ଚିତ୍ର ପାଖାପାଖି ୬୪ କୋଟି ୧୪ ଲକ୍ଷ ଟଙ୍କା ରୋଜଗାର କରିଛି ।
  20. ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.