• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଗଲ  କମ୍ପାନିରୁ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଗୁଗଲ ଯୋଜନା କରୁଛି । ଅନ୍ୟ କମ୍ପାନି ପରି ଗୁଗଲ ଉପରେ ମଧ୍ୟ ଡାଉନସାଇଜିଂର ଚାପ ବଢିବାରେ ଲାଗିଛି । କମ୍ପାନି ନିଜର ପ୍ରାୟ ୬ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା କରିବାକୁ ଯୋଜନା କରୁଛି । 
  2. ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା କିମ୍ବା ଯୁବତୀ ସେମାନଙ୍କର ଘନିଷ୍ଠ ସାଥୀ କିମ୍ବା ପରିବାର ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି। ଏଭଳି ଏକ ଚକିତ କରିଦେବା ଭଳି ତଥ୍ୟ ରଖିଛନ୍ତି ୟୁଏନ ଚିଫ୍ ଆଣ୍ଟୋନିଓ ଗୁଟେରରସ। ସେ ଏହି ପ୍ରସଙ୍ଗରେ ସରକାରଙ୍କୁ ଜାତୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି।
  3. ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନର ସେଆର ୨୨ ନଭେମ୍ବର ମଙ୍ଗଳବାର  ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ଇଣ୍ଟ୍ରାଡେରେ ୧୦ ପ୍ରତିଶତ ହ୍ରାସ ସହ ୪୮୩ ଟଙ୍କା ୨୦ ପଇସାକୁ ପହଞ୍ଚିଯାଇଛି।
  4. କାର୍‌କୁ ପିଛା କରି ଏକ ଟଙ୍କା ଭର୍ତ୍ତି କାର୍ଟୁନ୍‌ ଜବତ କଲା ପୋଲିସ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ସିଆଳିଆ ରାସ୍ତାରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅକ୍ଟୋବରେ ଏକ ବ୍ରାଉନ୍‌ସୁଗାର୍‌ କାରବାର ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତ ଶରତ ବେହେରା (ବାୟା)କୁ ଧରିବାକୁ ପୋଲିସ ସମ୍ପୃକ୍ତ କାର୍‌କୁ  ପିଛା କରିଥିଲା।
  5. ବୁଧବାରଠୁ ଦଶମ ସମେଟିଭ ପରୀକ୍ଷା ଏକ ଆରମ୍ଭ । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ବ୍ୟବସ୍ଥା କରାଯାଇଛି।
  6. ଭଞ୍ଜବିହାରରେ ପ୍ରତିଷ୍ଠା ହେବ ତେଲୁଗୁ ଚେୟାର । ଶ୍ରୀକାକୁଲମ୍‌ ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ଓଡିଆ ଚେୟାର । ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ଓଡିଶା ସଂସ୍କୃତି ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ପାଞ୍ଚ ବର୍ଷ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ ।
  7. ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ ଦେଖାଯାଆନ୍ତି ନାହିଁ । କିଛି ବ୍ୟାକ୍ଟେରିଆ ବହୁତ ଭୟଙ୍କର ହେବା ସହିତ ଜୀବନହାନୀର କାରଣ ସାଜିଥାନ୍ତି । ତେବେ ବ୍ୟାକ୍ଟେରିଆକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । କେବଳ ଭାରତ ନୁହେଁ ସାରା ଦୁନିଆରେ ଏଭଳି ୫ ପ୍ରକାରର ବ୍ୟାକ୍ଟେରିଆ ମାତିଛନ୍ତି ।
  8. ୨୩ ବର୍ଷୀୟ ସିଏନା ବର୍ନାଲ୍ ଏବଂ ସିଏରା ବର୍ନାଲ୍ ଆମେରିକାର ଟେକ୍ସାସରେ ରୁହନ୍ତି । ଉଭୟେ ଜନ୍ମ ସମୟରେ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେମାନେ ପିମୋର୍ଡିଆଲ ଡ୍ୱାରଫିସ୍ମ ବିରଳ ରୋଗ ସହିତ ଜନ୍ମ ହୋଇଥିଲେ ଯାହା ପୂର୍ବରୁ କେବେ ଶୁଣାଯାଇ ନଥିଲା । ଏହି ବିରଳ ଏବଂ ଅଜବ ରୋଗର ଶିକାର ଯାଆଁଳ ଭଉଣୀ ଦୁଇଜଣ ହୋଇଥିଲେ । ଏହି କାରଣରୁ ଉଭୟଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । କାରଣ ସେମାନେ ଡିସକୋର୍ଡାଣ୍ଟ ଟ୍ୱିନିଙ୍ଗର ବିରଳ ରୋଗର ଶିକାର ହୋଇଥିଲେ ।
  9. ଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ୍ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରୁ ୭୦୯ ପ୍ରାର୍ଥୀ ମହିଳା ଏବଂ ୬୪୦ ହେଉଛନ୍ତି ପୁରୁଷ ପ୍ରାର୍ଥୀ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ମୋଟ୍ ୨୫୮୫ ପ୍ରାର୍ଥୀ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ୧୧୬୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା।
  10. କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ର ୩ୟ ଦିନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ। ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ସାଉଦିଆରବ।
  11. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି।
  12. ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଟାଇ ଭାବେ ଶେଷ ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି ।
  13. ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ନାଟମଣ୍ଡପର ଚାରୋଟି କଲମରେ ଫାଟ ସୃଷ୍ଟି ହୋଇଛି। ଫେବୃଆରୀ ସୁଦ୍ଧା ମରାମତି କାର୍ଯ୍ଯ ଶେଷ ହେବ। ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ବୈଷୟିକ କୋରକମିଟି ମରାମତି କାର୍ଯ୍ଯ ଶେଷ କରିବ।
  14. ହକି ବିଶ୍ୱକପକୁ ନଜରରେ ରଖି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅର୍ଥାତ କ୍ରୁଟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି।  ଖୁବଶୀଘ୍ର ଭୁବନେଶ୍ୱରକୁ ୪୦ଟି ଇଲେକ୍ଟ୍ରିକ ବସ ବା ଇ -ବସ ଆସିବ।  ଭୁବନେଶ୍ୱରରେ ଇ-ବସ ସଂଖ୍ୟା ୧୦ ରୁ ୫୦କୁ ବୃଦ୍ଧି ପାଇବ।  ବିଶ୍ୱକପ ହକି ଆୟୋଜନ ପୂର୍ବରୁ ଭୁବନେଶ୍ୱରକୁ ଆସିବ ସମସ୍ତ ବସ ।
  15. ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‍କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଧିକୃତ ବିମାନ ଚଳାଚଳ କମ୍ପାନୀ ଠାରୁ ଟେଣ୍ଡର ଆହ୍ୱାନ କରାଯାଇ ଥିବା ବେଳେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।
  16. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
  17. ୫୦୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଗ୍ରୀସ ଆଡ଼କୁ ଆସୁଥିବା ଏକ  ବୋଟ୍ ଖରାପ ପାଗ ଓ ଇଂଜିନ ଖରାପ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା । ପରେ ଜରୁରୀ ସୂଚନା ପାଇଁ ଗ୍ରୀସ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।
  18. ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି।
  19. ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ସଫଳ ପଦକ୍ଷେପ ଗ୍ରହଣ କରି ଆସୁଛି।
  20. ତାମିଲନାଡୁ ଓ ଏହାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରି ଯାଇଛି। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.