• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜକୋଟ ଜିଲ୍ଲାର ରାଜସମାଦିଆ ଗାଁର ଗ୍ରାମ୍ୟ ଉନ୍ନୟନ କମିଟି ଗାଁରେ ରାଜନୈତିକ ଦଳର ପ୍ରବେଶ ତଥା ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛି। ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରାର୍ଥୀଙ୍କୁ ପ୍ରଚାର କରିବାକୁ ଅନୁମତି ଦେବା ଏହି ଅଞ୍ଚଳ ପାଇଁ କ୍ଷତିକାରକ ହେବ।
  2. ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲ୍‌କାତାସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି।
  3.  ‘ବୁଲେଟ୍‌ ପ୍ରୁଫ୍‌’ କାର୍‌ ଛାଡ଼ି ଆମେରିକାର ୪ଜଣ କୂଟନୀତିଜ୍ଞା ରାଜଧାନୀ ଦିଲ୍ଲୀ ସଡ଼କରେ ‘ନିଜସ୍ବ ଅଟୋ ଚଳାଇ’ ଯାତାୟାତ କରୁଛନ୍ତି।
  4.  କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ଉତ୍ତମ ସନ୍ତୁଳନ ରକ୍ଷା କରିବା ଏବଂ ଅଫିସ୍‌ ପ୍ରତିଦ୍ବନ୍ଦ୍ବିତା ଏଡ଼ାଇବା ଲାଗି ସାନ୍‌ ସାଙ୍ଗିଆଧାରୀ ଜଣେ ୨୨ ବର୍ଷୀୟ ଚୀନା ତରୁଣୀ ଶ୍ମଶାନରେ ଚାକିରି କରିଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂପୋଷ୍ଟ୍‌’ ରିପୋର୍ଟ କରିଛି।
  5. ଦେଶ ଜଣେ ନିରପେକ୍ଷ ତଥା ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ କରୁଛି, ଏପରି ବ୍ୟକ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏକଥା କହିଛନ୍ତି ସୁପ୍ରିମକୋର୍ଟ ।ଜଷ୍ଟିସ୍ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, “ ଉଦାହରଣସ୍ବରୂପ ପ୍ରଧାନମନ୍ତ୍ରୀଙ୍କୁ ବିରୋଧରେ କୌଣସି ଅଭିଯୋଗ ଆସିଲା, ସେତେବେଳେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା । କିନ୍ତୁ ଯଦି ମୁଖ୍ୟ ନିର୍ବାଚନ କମିସନର ଦୂର୍ବଳ ଥିବେ ତାହା ସମଗ୍ର ବ୍ୟବସ୍ଥାର ବିଫଳତା ନୁହେଁ କି ?”
  6.  କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଦିଆଯିବ। ଏଥିସହ ପ୍ରତ୍ୟେକ ସିଜନାଲ ଷ୍ଟାଫ୍ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।
  7. ଚଳିତ ମାସ ୧୯ରେ ନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ସହ ସମ୍ପର୍କିତ ଦସ୍ତାବିଜ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି। ଜଷ୍ଟିସ କେ ଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ଗୋଏଲଙ୍କ ନିର୍ବାଚନ କମିଶନର ଭାବରେ ନିଯୁକ୍ତିରେ କୌଣସି ତ୍ରୁଟି ଅଛି କି ନାହିଁ କୋର୍ଟ ଜାଣିବାକୁ ଚାହୁଁଛନ୍ତି କାରଣ ତାଙ୍କୁ ଚାକିରିରୁ ସ୍ବେଚ୍ଛାକୃତ ଅବସର ଦିଆଯାଇଥିଲା।
  8. ଇଣ୍ଡୋନେସିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ଏପର୍ଯ୍ୟନ୍ତ ୨୫୨ ଜଣକ ପ୍ରାଣ ଗଲାଣି। ଏନେଇ ସ୍ଥାନୀୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଏବେବି ୩୧ ଜଣ ନିଖୋଜ ଥିବାବେଳେ ୩୭୭ ଜଣ ଆହତ ଅଛନ୍ତି। ସେହିପରି ୭,୦୬୦ ଲୋକ ବାସହରା ହୋଇଛନ୍ତି।
  9. ଆସନ୍ତାବର୍ଷ ଫେବୃଆରୀ ପହିଲାରୁ ଦର୍ଶକଙ୍କ ପାଇଁ ଟିଭି ଦେଖିବା ଶସ୍ତା ହୋଇଯିବ। ଟ୍ରାଇ ଏହାର ନୂଆ ଟାରିଫ୍ ଅର୍ଡର(ଏନ୍‌ଟିଓ) ୨.୦ରେ ସଂଶୋଧନ ପୂର୍ବକ ଏକ ଟିଭି ଚ୍ୟାନେଲ ଲାଗି ମୂଳ୍ୟ ସୀମା ଧାର୍ଯ୍ୟ କରିଛନ୍ତି।
  10. ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ । ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍। ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ ପାଇଁ ଅନୁବନ୍ଧିତ ହେଲେ ଅନୁପମ ଖେର ।
  11. ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅମ୍ଲାନ ଯୋଜନାର ଶୁଭାରାମ୍ଭ କରିଛନ୍ତି।  ଲାଭବାନ ହେବେ ୧.୩୭ କୋଟି ଲୋକ   । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଯୋଜନା  ।
  12. ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏସଏସସି ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି। ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ଯ୍ଯନ୍ତ ଆବେଦନ ତାରିଖ ଧାର୍ଯ୍ଯ କରାଯାଇଛି।
  13. ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଡେବିଟ୍ କାର୍ଡଧାରୀଙ୍କୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ବାବଦରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରୁଛି। ଏଟିଏମ୍ କାର୍ଡ ସହ ସେମାନଙ୍କୁ ଏକ ଦୁର୍ଘଟଣାଜନିତ ବୀମା ସୁରକ୍ଷା ମଧ୍ୟ ମିଳିଥାଏ। 
  14. ଭାରତୀୟ ରେଳ ଖୁବ୍ ଶୀଘ୍ର ଦୁଇ ରାଜ୍ୟକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପହାର ଦେବାକୁ ଯାଉଛି। ତେଲେଙ୍ଗାନା ଏବଂ ବିହାର ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି।
  15. ଇରାକ ଓ ସିରିଆରେ ଥିବା କୁର୍ଦିସ୍ ଠିକଣାଗୁଡ଼ିକ ଉପରେ ତୁର୍କୀ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକର୍ କହିଛନ୍ତି ଯେ, ଇରାକ ଓ ସିରିଆରେ ଥିବା ୪୦୦ରୁ ଅଧିକ ଟାର୍ଗେଟ୍ ଉପରେ ଏହି ଆକ୍ରମଣ କରାଯାଇଛି ।
  16. ମୋରବି ଝୁଲାପୋଲ ଦୁର୍ଘଟଣା ମାମଲାରେ ବୁଧବାର ୮ ଅଭିଯୁକ୍ତଙ୍କ ଜାମିନ ନିବେଦନ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଅଭିଯୁକ୍ତମାନଙ୍କ ଜାମିନ ଲାଗି ଓକିଲ ଉପସ୍ଥାପନ କରିଥିବା ତର୍କରେ କୋର୍ଟ ସନ୍ତୁଷ୍ଟ ହୋଇନଥିଲେ।
  17. କର୍ମଚାରୀଙ୍କ ଛଟେଇରେ କମ୍ପ୍ୟୁଟର ଓ ପ୍ରିଣ୍ଟର ମେକର ଏଚପି ମଧ୍ୟ ଯୋଗ ଦେଇଛନ୍ତି। ଏଚପି ଇଂକ୍ ଆଗାମୀ ୩ ବର୍ଷରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ବିଶ୍ୱରେ କମ୍ପାନୀରୁ ୪ରୁ ୬ ହଜାର କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି  ଆକଳନ କରାଯାଉଛି।
  18. କାତାରରେ ଖେଳାଯାଉଥିବା ଫିଫା ବିଶ୍ଵ କପ୍ ୨୦୨୨ରେ ପୁଣି ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ଅପ୍ରତ୍ୟାଶିତ ପରାଜୟର ମୁହଁ ଦେଖିବାକୁ ପଡିଛି। ଏସୀୟ ଦେଶ ଜାପାନ ଜର୍ମାନୀକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି।
  19. ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଯୋରନ୍ଦା ମହିମାଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ ମନ୍ଦିର ଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା।
  20. ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ବିଶ୍ବର ଏକ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ରନର ଅପରାଜିତ ଇନିଂସ ଖେଳିଥିଲେ । ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହା ତାଙ୍କର ଦ୍ବିତୀୟ ଶତକ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.