• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜାତିସଂଘ ପକ୍ଷରୁ ନିକଟରେ ବିଶ୍ବ ଜନସଂଖ୍ୟା ସଂପର୍କରେ ତଥ୍ୟ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୧ କୋଟି ଟପିଯିବ। ଜନସଂଖ୍ୟା ଉପରେ ଭାରତ ସରକାରଙ୍କ ବୈଷୟିକ ଗୋଷ୍ଠୀର ଆକଳନରେ ଟିକେ ଭିନ୍ନତା ରହିଛି।
  2. ମେକ୍ ଇନ ଇଣ୍ଡିଆ ଅଧିନରେ ବିଶକିତ କରାଯାଇଥିବା ଦେଶର ପ୍ରଥମ ସ୍ୱଦେଶୀ ଆଣ୍ଟି ରେଡିଏସନ ମିଶାଇଲ ରୁଦ୍ରମକୁ ଅଧିଗ୍ରହଣ କରିବା ପାଇଁ ସରକାରଙ୍କୁ ୧,୪୦୦ କୋଟି ଟଙ୍କାରୁ ଅଧିକର ପ୍ରସ୍ତାବ ଦେଇଛନ୍ତି ।
  3. କେନ୍ଦ୍ର ସରକାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ଅଧିନରେ ଦିଲ୍ଲୀରେ ପ୍ରତିଷ୍ଠିତ ଦ ଅଶୋକ ହୋଟେଲର ସାଂକେତିକ ମୂଲ୍ୟ ୭,୪୦୯ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରୀୟ ବିମୁଦ୍ରୀକରଣ ପାଇଲପାଲନ(ଏନଏମପି) ଯୋଜନା ଗତ ବର୍ଷ ଆରମ୍ଭ କରିଥିଲେ।
  4. ମାଲେସିଆର ଟାଣୁଆ ବିରୋଧୀ ଦଳ ନେତା ଅନୱର ଇବ୍ରାହିମ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଗତ କିଛି ଦିନ ଧରି ଦେଶରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ଅସ୍ଥିରତା ମଧ୍ୟରେ କିଙ୍ଗ୍ ଅବଦୁଲା ଏହି ନିଯୁକ୍ତି ଦେଇଛନ୍ତି ।
  5. ସୁପ୍ରିମକୋର୍ଟ କହିଛନ୍ତି, ମେ ୧୫ରେ ନିର୍ବାଚନ କମିସନ ପଦ ଖାଲି ପଡିଥିଲା। ଏତେ ଦିନ ଧରି କିଛି କରାଗଲା ନାହିଁ। ମାତ୍ର ଗୋଟିଏ ଦିନରେ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ସେହି ଦିନ ହିଁ ପୂରା ହୋଇଗଲା। ଏଥିରେ କେଉଁ ପ୍ରକାରର ମୂଲ୍ୟାଙ୍କନ କରାଗଲା ? ଆମେ ଅରୁଣ ଗୋଏଲଙ୍କ ଯୋଗ୍ୟତା ଉପରେ ନୁହେଁ ବରଂ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛୁ ବୋଲି କେଏମ ଯୋଶେଫଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଶ୍ନ କରିଛନ୍ତି।  
  6. ସାରା ବିଶ୍ୱରେ ଅନୁନ୍ୟ ୪ କୋଟି ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଆକଳନ କରିଛନ୍ତି। ଡବ୍ଲୁଏଚଓ ଏବଂ ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ(ସିଡିସି) ଏକ ମିଳିତ ବୟାନରେ କରୋନା ଯୋଗୁ ମିଳମିଳା ଟିକାକରଣରେ ବ୍ୟବଧାନ ଆସିଥିଲା ବୋଲି କହିଛନ୍ତି।
  7. କୌଣସି ଘଟଣାର ମୁକାବିଲା କରିବା ସମୟରେ ସନ୍ଦିଗ୍ଧଙ୍କୁ ହତ୍ୟା କରିବା ପାଇଁ ସାମର୍ଥ୍ୟ ଥିବା ଶକ୍ତିଶାଳୀ ରୋବୋଟ୍‌ ବ୍ୟବହାର କରିବା ଲାଗି ଆମେରିକାର ‘ସାନ୍‌ ଫ୍ରାନ୍‌ସିସ୍‌କୋ ପୋଲିସ୍‌ ଡିପାର୍ଟମେଣ୍ଟ୍‌’ ଏକ ଚିଠା ପ୍ରସ୍ତାବ ଆଗତ କରିଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।
  8. ସୂଚନା ଅଧିକାର ଆଇନ (ଆରଟିଆଇ)ରେ ସୁପ୍ରିମକୋର୍ଟରୁ ଏବେ ଅନଲାଇନରେ ସୂଚନା ପାଇବା ଲାଗି ଆବେଦନ କରାଯାଇ ପାରିବ। ଗୁରୁବାର ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଉକ୍ତ ପୋର୍ଟାଲ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।
  9. ଲେଫ୍ଟନାଣ୍ଟ ଜେ‌ନେରାଲ ସୟଦ ଅସୀମ ମୁନୀର ପାକିସ୍ତାନର ନୂଆ ସେନାମୁଖ୍ୟ ନିଯୁକ୍ତ ହୋଇଛନ୍ତି।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଲା ଡ୍ରୋନ୍। ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ପ୍ରଚାର ରାଲି କରୁଥିବା ବେଳେ ନୋ ଫ୍ଲାଇଂ ଜୋନ୍‌ରେ ଭିଡ଼ିଓ ଉତ୍ତୋଳନକାରୀ ଡ୍ରୋନ୍ ଉଡ଼ାଇବା ଖବର ସାମ୍ନାକୁ ଆସିଛି।
  11. ସବୁ ଜିଲ୍ଲା ଓ ସବୁ ଉପଖଣ୍ଡସ୍ତରୀୟ କର୍ମଚାରୀ ଦମନ ଚଳଚ୍ଚିତ୍ର ଦେଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସବୁ ପ୍ରତ୍ୟେକ ଶୋ ପ୍ରତି ୪୦ ହଜାର ଟଙ୍କା ଦିଆଯିବ। ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ହଲ୍‍ ବୁକ୍‍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
  12. ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି ଆଜି ସଚିନ୍‌ ପାଇଲଟ୍‌ଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
  13. ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
  14. ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ୭ ହଜାର ୫୪୦ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୨ହଜାର ୨୫୯ ଅଣଶିକ୍ଷକ କର୍ମଚାରୀ ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୪ ହଜାର କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନିୟମିତ ଭାବେ ନିଯୁକ୍ତି ପାଇବେ।
  15. ଜାମା ମସ୍‌ଜିଦ୍‌ରେ ଝିଅଙ୍କ ପ୍ରବେଶ ନେଇ କଟକଣା ଲଗାଯାଇଛି। ବିନା ପୁରୁଷରେ ମହିଳାଙ୍କର ସ୍‌ଜିଦ୍‌ ଭିତରକୁ ପ୍ରବେଶ ମନା ହୋଇଛି। ଏହି ନିର୍ଦ୍ଦେଶ ଦେଇଛି ଜାମା ମସଜିଦ ପରିଚାଳନା କମିଟି। ଏକୁଟିଆ ହୁଅନ୍ତୁ କିମ୍ବା ଗ୍ରୁପ୍‌ରେ ଆସନ୍ତୁ ବିନା ପୁରୁଷରେ ମହିଳାମାନେ ମିସ୍‌ଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ।
  16. ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା ପରେ କମଲ ହାସନ ରାତିରେ ଜ୍ୱର ଏବଂ ଦୁର୍ବଳ ଅନୁଭବ କରିଥିଲେ।
  17. ବର୍ତ୍ତମାନ ଗୁଗୁଲ ପେ’, ଫୋନ୍‌ ପେ’ ଏବଂ ପେ ’ଟିଏମ ଭଳି ବିଭିନ୍ନ ଡିଜିଟାଲ ଆପ୍‌ ଜରିଆରେ ଦୈନିକ କାରବାର ସଂଖ୍ୟାରେ କୌଣସି କଟକଣା ନାହିଁ। କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ) ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦୈନିକ ଡିଜିଟାଲ କାରବାର ସଂଖ୍ୟା ଉପରେ ଅଙ୍କୁଶ ଲାଗୁ କରାଯାଇପାରେ ବୋଲି କୁହାଯାଇଛି।
  18. ଭାରତ ଜୀବନ ବୀମା ନିଗମ(ଏଲଆଇସି) ଏହାର ଦୁଇଟି ଟର୍ମ ଇନସ୍ୟୁରାନ୍ସ ପଲିସିକୁ ବନ୍ଦ କରିଦେଇଛି। ତିନି ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ‘ ଜୀବନ ଅମର’ ଏବଂ ଏଲଆଇସି ଟେକ୍‌ ଟର୍ମ’ ଭଳି ଦୁଇ ଯୋଜନାର ମିଆଦୀ ବୁଧବାର ଶେଷ ହୋଇଥିବାରୁ ଏଗୁଡିକର ବନ୍ଦ କରିବା ନେଇ କମ୍ପାନୀ ଘୋଷଣା କରିଛି।
  19. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ ଧରି ଜଣେ ପ୍ରଫେସର ବିଭାଗୀୟ ମୁଖ୍ୟ ସହିତ ମେଡିକାଲର ଅଧ୍ୟକ୍ଷ / ଅଧୀକ୍ଷକ ପଦରେ ରହିଆସୁଥିଲେ ।
  20. ମୁମ୍ବାଇ ପାଇଁ ମିଳିମିଳା ଏକ ବଡ଼ ବିପଦ ପାଲଟିଛି। ବିଏମସି କହିଛି ଯେ ଗୁରୁବାର ଦିନ ମୁମ୍ବାଇରେ ୧୯ ଟି ମିଳିମିଳା ରୋଗ ପଞ୍ଜିକୃତ ହୋଇଛି ଏବଂ ମିଳିମିଳା ରୋଗରେ ପୀଡିତ ଜଣେ ଆଠ ମାସର ଶିଶୁଙ୍କର ମୃତ୍ୟୁ ଘଟିଛି। ବିଏମସି କହିଛି ଯେ ଗୁରୁବାର ଦିନ ସରକାରୀ ଡାକ୍ତରଖାନାରେ ଅତି କମରେ ୩୪ ଟି ମିଳିମିଳା ରୋଗୀ ଭର୍ତ୍ତି ହୋଇଥିବାବେଳେ ୩୬ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.