• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଏସିଆର ଧନୀ ବ୍ୟକ୍ତଙ୍କ ତାଲିକା ୨୦୨୨’ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସହଧର୍ମିଣୀ ଅକ୍ଷରା ମୂର୍ତ୍ତି ବ୍ରିଟେନରେ ‘ସାମିଲ ହୋଇଛନ୍ତି ।
  2. ଚାଇନା ନେପାଳର ଉତ୍ତର ସୀମାରେ ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି।
  3. ବ୍ୟାଙ୍କ ତରଫରୁ ପ୍ରତ୍ୟେକ ଦିନ ୟୁପିଆଇ ଲେଣଦେଣକୁ ନେଇ ସୀମା ଧାର୍ଯ୍ୟ କରାଯାଇଛି। ଏବେ ଏସ୍‌ବିଆଇ ୟୁପିଆଇ କାରବାରର ଗୋଟିଏ ଦିନର ସୀମାକୁ ୧ ଲକ୍ଷ କରିଦେଇଛନ୍ତି। ସେହିପରି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଏହି ସୀମାକୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରିଛି।
  4. ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସବୁ ଚିହ୍ନଟ କରାଯିବ ଏବଂ ସମସ୍ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପଲିସି ଅନ୍ତର୍ଭୂକ୍ତ କରାଯିବ । ଏନେଇ ସ୍ଵତନ୍ତ୍ର ନିୟମ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ।
  5. ଏଲନ ମସ୍କ ତାଙ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଏ ନେଇ ମସ୍କ ଶୁକ୍ରବାର ଏକ ଟ୍ୱିଟ୍‌ କରିଥିବା ବେଳେ ଭେରିଫିକେସନ ଲାଗି କମ୍ପାନୀର ପ୍ରିମିୟମ ସବସ୍କ୍ରିପସନ ସର୍ଭିସ୍ ଟ୍ୱିଟର ବ୍ଲୁକୁ ୨ ଡିସେମ୍ବରରେ ରି ଲଞ୍ଚ କରାଯିବ। 
  6.  ଦିଲ୍ଲୀର ଅବକାରୀ ଦୁର୍ନୀତିର  ସିବିଆଇ ଚାର୍ଜସିଟରେ ଦୁଇ ଗିରଫ ବ୍ୟବସାୟୀ, ଜଣେ ସମାଚାର ଚ୍ୟାନେଲ ମୁଖ୍ୟ, ହାଇଦ୍ରାବାଦର ଜଣେ ମଦ ବ୍ୟବସାୟୀ, ଦିଲ୍ଲୀର ଜଣେ ମଦ ବିତରକ ଏବଂ ଅବକାରୀ ବିଭାଗର ଦୁଇ ଅଧିକାରୀ ସାମିଲ ଅଛନ୍ତି । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟଙ୍କ ବିରୋଧରେ ଏଜେନ୍ସି ତଦନ୍ତ ଜାରି ରଖିଥିବା ଅଧିକାରୀ କହିଛନ୍ତି ।
  7. ଭାରତର ଗଣତନ୍ତ୍ର ଦିବସ ୨୦୨୩ ସମାରୋହରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥି ଲାଗି ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।
  8. ସୁପ୍ରିମକୋର୍ଟ  ସ୍କୁଲ୍ ସର୍ଭିସ୍ କମିସନରେ ହୋଇଥିବା ଦୁର୍ନୀତିରେ ସିବିଆଇ ତଦନ୍ତ କରିବା  ନେଇ କଲିକତା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି । କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ ଏହି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ମନୀଷ ଜୈନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଉପରେ ରୋକ୍ ଲଗାଇଛନ୍ତି। 
  9. ମଧୁବାବୁ ପେନସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ଡିସେମ୍ବର ପହିଲା ସୁଦ୍ଧା ୪୮ ଲକ୍ଷରୁ ଅଧିକ ହିତାଧିକାରୀ କମ୍ବଳ ପାଇଁ ୩୦୦ ଟଙ୍କା ଲେଖାଏ ମିଳିବ ସହାୟତା। ସମୁଦାୟ ୧୪୬ କୋଟି ଖର୍ଚ୍ଚ ହେବ।
  10. ଓଡ଼ିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ(ଓଏସଏମଇ)ରେ ରାଗିଂ ଅଭିଯୋଗରେ ୮୨ଜଣ ଛାତ୍ରଙ୍କୁ ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ତୃତୀୟ ବର୍ଷର ୮୨ଜଣ ଛାତ୍ରଙ୍କୁ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଜାରି ହୋଇଛି।
  11. ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ୍ କୋଭିଡ୍ ବୁଷ୍ଟର୍ ଡୋଜ୍ ‘ଫାଇଭ୍‌ ଆର୍ମସ୍‌’କୁ ମଞ୍ଜୁରୀ ମିଳିଛି। ଏହି ଟିକାର ସୀମିତ ବ୍ୟବହାର ପାଇଁ ଶୁକ୍ରବାର ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ର ଅନୁମୋଦନ ମିଳିଛି।
  12. ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ବିଶେଷ କାର୍ଯ୍ଯରେ ନିୟୋଜିତ ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି।
  13. ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପି ସାଂସଦ ମନୋଜ ତିୱାରୀ ଏଥିରେ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ସିସୋଦିଆ । କିନ୍ତୁ ଆମ୍ ଆଦମୀ ପାର୍ଟି (ଆପ୍) ହୀନ ରାଜନୀତିକୁ ଭୟ କରୁନାହିଁ ବୋଲି ସିସୋଦିଆ କହିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  14. ରାଜଧାନୀ ରାଜରାସ୍ତାରେ ଯଦି କୌଣସି ସ୍ଥାନରେ ଗାଈଗୋରୁ ଦେଖା ଯାଆନ୍ତି ତେବେ ସେମାନଙ୍କୁ ବିଏମ୍‍ସି କାବୁକରି ନେଇ ସହରର ଦୂରରେ ଥିବା ଗୋଶାଳାରେ ଛାଡ଼ିବ। ଗାଈ ମାଲିକ ସେମାନଙ୍କୁ ନେବାକୁ ଆସିଲେ କଡ଼ା ଜରିମାନା କରାଯିବ। ଏମିତି କିଛି କଡ଼ା ଆଭିମୁଖ୍ୟ ସହ ବିଏମ୍‍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
  15. ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି।
  16. ଏପ୍ରିଲ-ଜୁନ୍ ୨୦୨୨ ଅବଧି ପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସଟି) କ୍ଷତିପୂରଣ ପାଇଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ୧୭,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧,୧୫,୬୬୨ କୋଟି ଟଙ୍କା ଜିଏସଟି କ୍ଷତିପୂରଣ ପ୍ରଦାନ କରାଯାଇଛି।
  17. କଳା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଦିଗରେ ପ୍ରତି ଜିଲାସ୍ତରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହାର ପ୍ରଚାରପ୍ରସାର ସହ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବାକୁ ରାଜ୍ୟର ସମସ୍ତ ଜିଲା ସଂସ୍କୃତି ଅଧିକାରୀ (ଡିସିଓ)ମାନଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପରାମର୍ଶ ଦେଇଛନ୍ତି।
  18. ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି
  19. ୟସ୍‌ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ରାଣା କପୁରଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୪୬୬.୫୧ କୋଟି ଟଙ୍କା ଲଣ୍ଡରିଂ ମାମଲାରେ କପୁରଙ୍କୁ ୨୦୨୦ରେ ଇଡି ଗିରଫ କରିଥିଲା।
  20. ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଜିତିଲା ନ୍ୟୁଜିଲାଣ୍ଡ । ଶୁକ୍ରବାର ଅକଲାଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟ ହରାଇଛି ବ୍ଲାକ କ୍ୟାପ୍ସ। ଟିମ୍ ଇଣ୍ଡିଆ ୩୦୭ ରନ୍‌ର ଟାର୍ଗେଟ ଦେଇଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଏହାକୁ ଖୁବ୍ ସହଜରେ ହାସଲ କରିନେଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.