• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ବିଚାରପତି, ଆଇନ ମନ୍ତ୍ରୀ ଏବଂ ଶତାଧିକ ଅତିଥିଙ୍କ ହୃଦୟ ଜିତିଥିଲେ।
  2. ହିନ୍ଦୀରେ ନିଜର ଭାଷଣ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଅଧିକ ଜେଲ ତିଆରି କରିବା ପାଇଁ ଆଲୋଚନା ହେଉଛି, ଏହା କେଉଁ ପ୍ରକାରର ବିକାଶ? ଦେଶର ବିକାଶ ପାଇଁ ଜେଲ ସଂଖ୍ୟା କମ ହେବା ଉଚିତ୍। ମୁଁ ମୋର ମତକୁ ଅସମ୍ପୂର୍ଣ୍ଣ ଛାଡୁଛି, ଯାହା ମୁଁ କହି ନାହିଁ, ଆପଣ ସମସ୍ତେ ସେ ବିଷୟରେ ଚିନ୍ତା କରିବେ।
  3. ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ଯୋଗେ ‘ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ସମେତ ୯ଟି ସାଟେଲାଇଟ୍‌ ସଫଳତାର ସହିତ ମହାକାଶକୁ ପ୍ରେରଣ କରିଛି
  4. ପୋରବନ୍ଦରଠାରୁ ୨୫ କିଲୋମିଟର ଦୂର ଟୁକଡା ଗୋସା ଗାଁରେ ନିର୍ବାଚନ ଡ୍ୟୁଟି ପାଇଁ ମୁତୟନ ଥିବା ଇଣ୍ଡିଆ ରିଜର୍ଭ ବାଟାଲିୟନର ଜଣେ ଯବାନ ନିଜର ଦୁଇ ସହକର୍ମୀ ଯବାନଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ଆଉ ୨ ଜଣ ଆହତ ହୋଇଛନ୍ତି ।
  5. ୟୁକ୍ରେନ ଯୁଦ୍ଧକୁ ୯ ମାସ ଚାଲିଥିବାବେଳେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା ମିସାଇଲଗୁଡ଼ିକୁ ବାହାର କରି ୟୁକ୍ରେନ ଉପରେ ନିକ୍ଷେପ କରାଯାଉଛି ।
  6. ସରକାରୀ ଅର୍ଥରେ ମସଜିଦର ଇମାମଙ୍କୁ ଦରମା ଦେବା ସମ୍ବିଧାନର ଉଲ୍ଲଙ୍ଘନ ବୋଲି କହିଛନ୍ତି କେନ୍ଦ୍ରୀୟ ସୂଚନା କମିସନ ।
  7. କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି।
  8. ପୁଣିଥରେ ବିବାଦ ଘେରରେ ଯୋଗଗୁରୁ ବାବା ରାମଦେବ। ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ । ମହିଳାଙ୍କ ବେଶଭୁସା ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି । ମହିଳାମାନେ ବିନା କପଡ଼ାରେ ସୁନ୍ଦର ଦେଖାଯାନ୍ତି ବୋଲି ରାମଦେବ ବାବା କହିଛନ୍ତି।
  9. ଜୀବନ ଯୁଦ୍ଧରେ ହାରିଗଲେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।
  10. ଓଡିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ଏନ୍‌କାଉଣ୍ଟର । ସୁରକ୍ଷାବାହିନୀଙ୍କ ଗୁଳିରେ ତିନି ମାଓବାଦୀ ନିହତ । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି ।
  11. ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ । ତଥାପି ସେଦିନର ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ ।
  12. ସମଗ୍ର ଦେଶରେ କିଛି ଦିନ ହେବ ବହୁ ଚର୍ଚ୍ଚାରେ ଥିବା ଦିଲ୍ଲୀ ଅବକାରୀ ଦୁର୍ନୀତି ଏବେ ନୂଆ ମୋଡ ନେବାରେ ଲାଗିଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ସିବିଆଇ ତାର ଚାର୍ଜସିଟ ଦାଖଲ କରିଥିବା ବେଳେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଚାର୍ଜସିଟ ଦାଖଲ କରିଛି। ତେବେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥାର ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ।
  13. ରାଜଧାନୀର ଭୁବନେଶ୍ବର ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ। ଏହି ଅତ୍ୟାଧୁନିକ ବହୁତଳ କାର ପାର୍କିଂରେ ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ ୫ଟି ଫ୍ଲୋରରେ ଯାନବାହନ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ମଲ୍ଟି ଲେବେଲ କାର ପାର୍କିଂରେ ୧୯୬ଟି ୪ ଚକିଆ ଓ ୩୯୮ଟି ମୋଟର ସାଇକେଲ ପାର୍କିଂ କରିବାର କ୍ଷମତା ରହିଛି। ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଏହା ଉଦଘାଟନ ହେବାର ସମ୍ଭାବନା ରହିଥିବା ବେଳେ ଆଗୁଆ କାର୍ଯ୍ୟ ଆରମ୍ଭ କରାଯାଇଛି।
  14. ତାମିଲନାଡୁ ସାଲେମି ଜିଲ୍ଲାର ୮୫ ବର୍ଷୀୟ ପୂର୍ବତନ କୃଷୀ ସଂଘ ଆୟୋଜକ ଥାନଗାବେଲ୍‌ ଏନେଇ ଥାଲାୟୁରରେ ଥବା ଶାସକ ଦଳ ଡିଏମ୍‌କେ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
  15. ୟୁକ୍ରେନ୍ ଉପରେ ବଡ଼ ପ୍ରହାର କରିବା ଯୋଜନାରେ ଋଷ୍ । ୟୁକ୍ରେନ ସେନାକୁ ମାତ୍ ଦେବାକୁ ପ୍ଲାନ୍ ରଚିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ରସାୟନିକ ପଦାର୍ଥରେ ତିଆରି ବିଷକ୍ତ ମିସାଇଲ ମାଡ଼ କରିପାରନ୍ତି ପୁଟିନ ।
  16. କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଶନିବାର କହିଛନ୍ତି ଯେ ବିଗତ ବର୍ଷ ତୁଳନାରେ ଚଳିତ ରବି ଋତୁରେ ୨୪.୧୩ ଲକ୍ଷ ହେକ୍ଟର ଅଧିକ ଜମିରେ ରବି ଫସଲ ହୋଇଛି।
  17. ଜମ୍ମୁ-କାଶ୍ମୀର ରାଜ୍ୟ ତଦନ୍ତ ସଂସ୍ଥା (ଏସ୍‌ଆଇଏ) ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ୧୧ଟି ସ୍ଥାନରେ ଆଜି ଚଢ଼ଉ କରି ନିଷିଦ୍ଧ ଜମାତ-ଏ-ଇସଲାମି ସଂଗଠନର ୯୦ କୋଟି ଟଙ୍କାର ଘର/ସମ୍ପତ୍ତିକୁ ସିଲ କରିଦେଇଛି।
  18. ମହାପ୍ରଭୁ ଜଗନ୍ନାଥଙ୍କ ମାଲିକାନାରେ ଥିବା ବିଭିନ୍ନ ଭୂସମ୍ପତ୍ତି ଉତ୍ସରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫ କୋଟି ୮୦ ଲକ୍ଷ ୮୪ ହଜାର ୮୫୯ ଟଙ୍କା ଆଦାୟ ହୋଇଛି। ଗତ ୫ ବର୍ଷ ମଧ୍ୟରେ ୧୩୪ କୋଟି ୬୫ ଲକ୍ଷ ୨୯ ହଜାର ୧୫୧ ଟଙ୍କା ଆୟ ସଂଗ୍ରହ ହୋଇଛି। 
  19. କିକ୍ ବକ୍ସିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି କେନ୍ଦୁଝରର ସାର ମାଝୀ। ସେ ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡେରେସନ୍ ପକ୍ଷରୁ ଦିଲ୍ଲୀର ତାଲ କାଟୋରା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଖେଳରେ କିକ୍ ଲାଇଟ୍ର ସ୍ୱର୍ଣ୍ଣ ଏବଂ ଲାଇଟ୍ କଣ୍ଟାକ୍ଟରେ ରୌପ୍ୟ ପଦକ ହାସଲ କରି ସୁନାମ ଆଣିଛନ୍ତି ଛାତ୍ରୀ ସାର ମାଝୀ।
  20. ଇଣ୍ଡୋନେସିଆରେ ଅନୁଭବ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୧୦ରେ ପହଞ୍ଚିଛି । ୨୪ ଜଣ ଆହତ ହୋଇଛନ୍ତି । ଗତ ସୋମବାର ଏହି ଭୂକମ୍ପ ଅନୁଭବ ହୋଇଥିଲା ।  ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.