• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇଣ୍ଡିପେଣ୍ଡେଣ୍ଟରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୯ ମାସ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧରେ ରୁଷିଆର ୧,୫୦୦ରୁ ଅଧିକ ସେନା ଅଧିକାରୀ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୬୦ ଜଣ ଜେନେରାଲ ଓ କର୍ଣ୍ଣେଲ ପାହ୍ୟା ଅଧିକାରୀ ଅଛନ୍ତି।
  2. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆବେଗପୂର୍ଣ୍ଣ ଭାଷଣ ଦେବାପରେ ସୁପ୍ରିମ୍‌କୋର୍ଟ ଜାମିନ ପାଇବା ସତ୍ତ୍ବେ ଦେଶର ବିଭିନ୍ନ ଜେଲ୍‌ରେ ଛୋଟ ଅପରାଧରେ ଅନେକ ଗରିବ ଶଢ଼ୁଛନ୍ତି ,ଏଭଳି କଏଦୀଙ୍କ ସଂପର୍କରେ ୧୫ ଦିନ ମଧ୍ୟରେ ଜେଲ ଅଧିକାରୀମାନେ ଜାତୀୟ ଆଇନ ସେବା ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଆଜି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  3. ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ୁଥିବା ମୋଟ୍‌ ୧୬୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୫୬ ଜଣ ତଥା ୨୮ ପ୍ରତିଶତ ପ୍ରାର୍ଥୀ କୋଟିପତି। ଏଡିଆର ରିପୋର୍ଟ ଅନୁଯାୟୀ ଏହି କୋଟିପତି ପ୍ରାର୍ଥୀଙ୍କ ତାଲିକାରେ ବିଜେପି ‌ଶୀର୍ଷରେ ଅଛି।
  4. ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି ସବୁଠାରୁ ଭଲ ଅଛି । ସଂଖ୍ୟାଲଘୁଙ୍କ ଅଧିକାରକୁ କିପରି ସୁରକ୍ଷା ଦିଆଯାଏ ତାହା ଜାତିସଂଘ ଭାରତଠାରୁ ଶିଖିବା ଉଚିତ ବୋଲି ସେଣ୍ଟର ଫର ପଲିସି ଆନାଲିସିସ୍ ନାମକ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା କହିଛି।
  5. ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
  6. ହାଇଦ୍ରାବାଦ ରାସ୍ତାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଏକ କ୍ରେନ୍ ଆଣି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲାଙ୍କ କାରକୁ ଟାଣି ନେବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା
  7. ଗୋଟିଏ ପଟେ ଆମେରିକାରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବାବେଳେ ଅନ୍ୟପଟେ ବ୍ରିଟେନରେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ତାହା ହେଉଛି ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡ଼ିବ ଓ ଦରମା କମିବ ନାହିଁ ।
  8. ମୁମ୍ୱାଇର ଧରାବୀ ଏସିଆର ସହୁଠୁ ବଡ଼ ବସ୍ତି ଅଞ୍ଚଳରେ ସାମିଲ । ଏବେ ଏହାର ବିକାଶ କାମ ଏସିଆର ସବୁଠୁ ବଡ଼ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ମିଳିଛି । ବହୁ ବଡ଼ କମ୍ପାନିକୁ ପଛରେ ପକାଇ ଆଦାନୀ ରିୟଲ୍ଟି ଧରାବୀ ସ୍ଲମର ରୂପାନ୍ତରଣ ପାଇଁ ରିଡେଭଲପମେଣ୍ଟ ପ୍ରୋଜେକ୍ଟ ନିଲାମୀ ଜିତି ନେଇଛି ।
  9. କିଛିଦିନ ତଳେ ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିଥିବା ବେଳେ ଏବେ ଏଥିରେ ଭିସ୍ତାରା ଏୟାରଲାଇନ୍ସକୁ ମିଶାଇବା ପାଇଁ ଟାଟା ଯୋଜନା ପ୍ରସ୍ତୁତ କରିଛି । ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍‌ ଲାଇନ୍‌, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି ।
  10. ଡିଜିଟାଲ କରେନ୍ସି  ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ଡେସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। 
  11. ସୌରଭ କିରପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିଅମ କରିଥିବା ସୁପାରିସକୁ କେନ୍ଦ୍ର ସରକାର ପୁଣି ଫେରାଇ ଦେଇଛନ୍ତି । ସୌରଭ କିରପାଲ ହେଉଛନ୍ତି ପୂର୍ବତନ ସିଜେଆଇ ବିଏନ କିରପାଲଙ୍କ ପୁଅ ।
  12. ରାଜ୍ୟର ମିଶନ ଶକ୍ତି ମାଆ ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ  ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା।
  13.  ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ ‘ମେକ୍‍ ଇନ ଓଡ଼ିଶା କନ୍‍କ୍ଲେଭ’ (ଏମ୍‍ଆଇଓ) ୨୦୨୨। ଏହି କନ୍‌କ୍ଲେଭ୍‌ ରାଜ୍ୟରେ ଷ୍ଟାର୍ଟଅପ୍‍ଗୁଡିକରେ ଯଥାସମ୍ଭବ ଅଧିକ ପୁଞ୍ଜିନିବେଶ ଓ ସେଗୁଡିକ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଇବ।
  14. କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାପରେ ଶର୍ମିଲାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।
  15. ୨୦୧୪ କ୍ରିଷ୍ଣାନନ୍ଦପୁର ନାବାଳିକା ଗଣଦୁଷ୍କର୍ମ  ଓ ହତ୍ୟା ମାମଲାରେ ୨ ଜଣ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ । ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ। ସେମାନଙ୍କ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। 
  16. ପଦମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା । ପଦମପୁରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ତର୍ଜମା କଲେ ସିଇଓ ।
  17.  ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅମୀୟ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ । BO ଅଫିସର ଦୁଇ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ଟିମ ।
  18. ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢ଼ୁଥିବା ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବାକୁ ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି ।
  19. ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କା ଋଣ କରାଯିବ। ସେହିପରି ୧୪ ହଜାର ଏକ କୋଟି ୩୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିବା ପାଇଁ ବଜେଟ୍‍ରେ ବ୍ୟବସ୍ଥା କରାଯାଇସାରିଛି। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୭ ହଜାର ୨ଶହ ୫ କୋଟି ୩ ଲକ୍ଷ ଟଙ୍କା ଥିଲା।
  20. ଇଂଲଣ୍ଡ ଓ ଆମେରିକା ଗ୍ରୁପ୍‌-ବି’ରେ ନିଜ ନିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଜିତି ଚଳିତ ବିଶ୍ବକପ୍‌ରେ ପ୍ରିକ୍ବାର୍ଟର ଫାଇନାଲ୍‌ (ରାଉଣ୍ଡ ୧୬) ସ୍ଥାନ ସୁରକ୍ଷିତ କରିନେଇଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.