• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମ୍‌‌ ଆଦମୀ ପାର୍ଟି ୧୩୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ ଓ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି। ୩ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟ ହାସଲ କରିଛନ୍ତି। ଗତ ୪ ତାରିଖରେ ୨୫୦ଟି ୱାର୍ଡ ପାଇଁ ହୋଇଥିବା ନିର୍ବାଚନରେ ଆମ୍‌‌ ଆଦମୀ ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳିଛି।
  2. ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ହେଲେ ‘ପର୍ସନ ଅଫ ଦ ଇୟର-୨୦୨୨’। ବିଶ୍ୱ ପ୍ରସିଦ୍ଧ ପତ୍ରିକା ଟାଇମ୍ ଦ୍ୱାରା ତାଙ୍କୁ ଏହି ସମ୍ମାନ ଦିଆଯାଇଛି।  ଟାଇମ୍ ମାଗାଜିନ୍ ନିଜ କଭର୍ ପୃଷ୍ଠାରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସ୍ଥାନ ଦେଇଛି।
  3. ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବା ଲାଗି ୬ ବର୍ଷ ତଳେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି କରିବା ପରେ ଆଜି ସୁପ୍ରିମ୍‌ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍‌ ଲ’ ରିପୋର୍ଟ କରିଛି।
  4. ହିମାଚଳ ପ୍ରଦେଶ କଂଗ୍ରେସରେ ଫାଟ। ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ୩୦ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ।
  5. ୨୦୨୫ ସୁଦ୍ଧା ରାଜ୍ୟରେ ବ୍ୟବହାର ହେଉଥିବା ସମୁଦାୟ ଯାନବାହନରୁ ବିଦ୍ୟୁତ୍‍ ଚାଳିତ ଯାନ ୨୦%ରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି ସ୍ଥଳେ ଓଡ଼ିଶା ବିଦ୍ୟୁତ୍‍ ଚାଳିତ ଯାନ ନୀତିରେ ବ୍ୟାପକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ପରିଣାମ ସ୍ୱରୂପ ରାଜ୍ୟରେ ବିଦ୍ୟୁତ୍‍ଚାଳିତ ଯାନ ବିକ୍ରି ବଢ଼଼ିବାରେ ଲାଗିଛି। 
  6. ସୁପ୍ରିମକୋର୍ଟ ଲଞ୍ଚ କରିଛନ୍ତି ନୂଆ ମୋବାଇଲ ଆପ୍ଲିକେସନ। ମୋବାଇଲ ଆପ୍ଲିକେସନ ଆଣ୍ଡ୍ରୋଏଡ ୨.୦ ଭର୍ସନ ଲଞ୍ଚ ହେବା ଫଳରେ ଆଇନ ଅଧିକାରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ନୋଡାଲ ଅଧିକାରୀଙ୍କୁ ଅଦାଲତର ଗୃହ କାର୍ଯ୍ୟର ପ୍ରକୃତ ସମୟ ବା ରିୟଲ ଟାଇମ୍‌ ଦେଖିବାରେ ସୁବିଧା ପ୍ରଦାନ କରିବ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଏହି ଆପ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।
  7. ଢାକାଠାରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ୫ରନ୍‌ରେ ବିଜୟ ସହ ଘରୋଇ ବାଂଲାଦେଶ ଭାରତ ବିପକ୍ଷ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିଛି। ଆଜି ୨ୟ ଦିନିକିଆ ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
  8.  ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରି ପାରିବେ। ଅନ୍ୟାନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତ ମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ।
  9. କେନ୍ଦ୍ର ସରକାର ୨୦୧୬ ନଭେମ୍ବରରେ କରିଥିବା ବିମୁଦ୍ରିକରଣ ( ନୋଟବନ୍ଦୀ) ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ୍ ଏସ୍ ନାଜିରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପୀଠ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।
  10. ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସରକାରୀ-ବେସରକାରୀ ଭାଗିଦାରୀତାରେ ନିୟମିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ନାହିଁ। ଭାରତ ଗୌରବ ଟ୍ରେନ୍ ବିଷୟରେ ମନ୍ତ୍ରୀ କହିଛନ୍ତି, ୧୫ଟି ସେବା ପ୍ରଦାନକାରୀ ସଂସ୍ଥା ଭାରତ ଗୌରବ ଟ୍ରେନ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ଏଥିମଧ୍ୟରୁ ୪ଟି ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରେକ୍ ବଣ୍ଟନ କରାଯାଇଛି।
  11. ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି। ଟେଲିକମ୍ ସେବା ପ୍ରଦାନକାରୀମାନେ ଅକ୍ଟୋବରରୁ ୫ଜି ସେବା ଆରମ୍ଭ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।
  12. ରେପୋରେଟ୍‌‌ ୦.୩୫%କୁ ବୃଦ୍ଧି କଲା ଆର୍‌‌ବିଆଇ। ରେପୋ ରେଟ୍‌‌ ୩୫ ବେସିସ୍‌‌ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍‌‌ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି କରାଯାଇଛି।
  13. ସଂସଦର ଶୀତ ଅଧିବେଶନରେ ୧୭ଟି କାର୍ଯ୍ୟଦିବସ ରହିଥିବା ବେଳେ ଡିସେମ୍ବର ୨୯ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ ।
  14. ଅଗ୍ନିବୀରର ଜେନେରାଲ ଡ୍ୟୁଟି (ମହିଳା ମିଲିଟାରୀ ପୋଲିସ୍) ପାଇଁ ନିଯୁକ୍ତି ରାଲି ୬ ଡିସେମ୍ବରରୁ ଆରମ୍ଭ ହୋଇଛି, ଯାହାକି ୧୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୋମବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, କିର୍କିର ବିଇଜି କେନ୍ଦ୍ରରେ ଅଗ୍ନିବୀର ଜେନେରାଲ ଡ୍ୟୁଟି (ମହିଳା ମିଲିଟାରୀ ପୋଲିସ୍) ର ନିଯୁକ୍ତି ରାଲି ଅନୁଷ୍ଠିତ ହେବ । 
  15. ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା ରଦ୍ଦ କରିଥିବା ଜଣାପଡ଼ିଛି । ଏଥିସହିତ ୨୦୨୩-୨୪ ଶିକ୍ଷାବର୍ଷରେ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲାଗୁ କରାଯାଇଛି ।
  16. ଫିଫା ୱାଲର୍ଡ କପ ୨୦୨୨ ସେଲିବ୍ରେଟ କରିବା ପାଇଁ ଭାରତୀୟ ଟେଲିକମ କମ୍ପନୀ ରିଲାନ୍ସ ଜିଓ ଏକ ନୂଆ ଇଣ୍ଟନେଟ ଡାଟା ପ୍ୟାକ ୟୁଜର୍ସଙ୍କ ପାଇଁ ଆଣିଛି । ଏହି ପ୍ୟାକର ମୂଲ୍ୟ ମାତ୍ର ୨୨୨ଟଙ୍କା ଏବଂ ୟୁଜର୍ସଙ୍କୁ ଅତିରିକ୍ତ ଡାଟା ଦେବା ପାଇଁ ଲଞ୍ଚ କରାଯାଇଛି । ଏହି ପ୍ଲାନର ନାମ ରଖାଯାଇଛି ‘ଫୁଟବଲ ୱାଲର୍ଡ କପ ଡାଟା ପ୍ୟାକ’ ।
  17. ଫେସ୍‌ବୁକ୍‌ର ମୁଳ କମ୍ପାନୀ ମେଟା ନିକଟରେ ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହା ସହିତ କମ୍ପାନୀ ଘୋଷଣା କରିଥିଲା ଯେ, ସେମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ଯାହା ଦେଖିବାକୁ ମିଳୁଛି ଯେ, କମ୍ପାନୀ ଏହାର କଥା ରଖିବାରେ ବିଫଳ ହୋଇଛି। ବର୍ତ୍ତମାନ ଅନେକ କର୍ମଚାରୀ ଅନ୍ୟ କର୍ମଚାରିଙ୍କଠାରୁ କମ୍ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି।
  18. ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଓଡ଼ିଶାର ବିଭିନ୍ନ ପଦକ୍ଷେପ ପାଇଁ ରାଜ୍ୟକୁ ୩ ଟି ଜାତୀୟ ପୁରସ୍କାର ମିଳିଛି। ମଳ ଉପଚାର ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ବିଏମସିକୁ ଆଇଏସସି-ଫିକି ପରିମଳ ଆୱାର୍ଡରେ ପରୁସ୍କୁତ କରାଯାଇଥିବା ବେଳେ ପରିମଳ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଥିବା ଭଦ୍ରକ ମ୍ୟୁନିସପାଲଟିର ଜଣେ ସ୍ୱଚ୍ଛସାଥୀଙ୍କୁ ପୁରସ୍କୃତ କରାଯାଇଛି। 
  19. ଦିଲ୍ଲୀ ମହାନଗର ନିଗମ(ଏମ୍‌ସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବବି କିନ୍ନର ଇତିହାସ ରଚିିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମ୍‌ସିଡିର କାଉନସିଲର ହେବେ।
  20. ଗତ ୫ ବର୍ଷରେ ୧୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଏମପି-ବିଧାୟକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୨୨ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.