• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ମୋଟ ଦୁଇ ଲକ୍ଷ ୪୬ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି।
  2. ଦେଶରେ ଷ୍ଟାର୍ଟଅପ୍ ଦ୍ୱାରା ଆଠ ଲକ୍ଷ ଚାଳିଶ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ଚାକିରିଗୁଡିକ ୮୪ ହଜାର ସରକାରୀ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ୍ ଦ୍ୱାରା ସୃଷ୍ଟି ହୋଇଛି ବୋଲି  ଲୋକସଭାରେ ଲିଖିତ ଉତ୍ତରରେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି।
  3. ଜରାଟ ବିଧାନସଭା ନିର୍ବାଚନରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ୧୮୨ ଆସନ ବିଷିଷ୍ଟ ବିଧାନସଭାରେ ଭାଜପା ୧୫୬ଟି ଆସନରେ  କଂଗ୍ରେସ ୧୭, ଏଏପି ୫ ଏବଂ ଅନ୍ୟାନ୍ୟ ୪ ଆସନରେ ବିଜୟୀ ହୋଇଛନ୍ତି ।
  4. ଶହେଟି ସ୍ମାର୍ଟ ସିଟି ପାଇଁ ସରକାର ୩୪ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ଓ ସେଥି ମଧ୍ୟରୁ ୩୦ ହଜାର ୪୦୦ କୋଟି ଟଙ୍କା ଉପଯୋଗ ହୋଇଛି ବୋଲି ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଳ କିଶୋର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି।
  5. ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି। ସେ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।
  6. ରାଜ୍ୟସଭାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ କହିଛନ୍ତି ଯେ ଭାରତ ସମସ୍ତ ଜି-୨୦ ଦେଶ ସହ ଜଡିତ ଅଛି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଡିଜିଟାଲ ବିପ୍ଳବ କ୍ଷେତ୍ରରେ ଦେଶର ଅଗ୍ରଗତି ପ୍ରଦର୍ଶନ ଉପରେ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି, ଜି-୨୦ ପାଇଁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମୟରେ ଦେଶର ପ୍ରାଚୀନ ଐତିହ୍ୟସ୍ଥଳୀଗୁଡ଼ିକୁ ମଧ୍ୟ ଆଲୋକିତ କରାଯିବ।
  7. ରାଜ୍ୟସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ୨୦୧୮ରୁ ୨୦୧୧ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହ୍ରାସ ପାଇଛି। ୨୦୧୮ରେ ୪୧୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୨୨୯କୁ ହ୍ରାସ ପାଇଛି।
  8. କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି।
  9. ଭାଜପାର ଆକାଶ ସାକ୍ସେନା ରାମପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଆଜମଙ୍କ ଘନିଷ୍ଠ ସମ୍ପର୍କୀୟ ଅସିମ୍‌ ରାଜାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।
  10. ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ୪୦ଟି ଆସନରେ କଂଗ୍ରେସ ବାଜିମାତ୍‌ କରି ବଡ଼ ବିଜୟ ହାସଲ କରିଛି। ଭାଜପା ହାତକୁ ୨୫ଟି ଆସନ ଆସିଥିବା ବେଳେ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି ଆସନ ଯାଇଛି।
  11. ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି , ସମାଜବାଦୀ ପାର୍ଟିରେ ବିଲୟ ହୋଇଯାଇଛି।
  12. ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ‘ମାଣ୍ଡୋସ’ ଯୋଗୁ ପ୍ରବଳ ଝଡ ତୋଫାନ ହେବାର ସମ୍ଭାବନା ରହିଛି।
  13. ଭାରତରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ପରେ ପାରମ୍ପରିକ ଔଷଧ ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଗ୍ରହ ବୃଦ୍ଧି ପାଇଛି ।
  14. ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି।
  15. ସର୍ବସାଧାରଣଙ୍କ ବ୍ୟବହାର ପାଇଁ ସହିଦନଗର ପରେ ରାଜମହଲ ଛକ ସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଲୋକାର୍ପିତ ହେବାକୁ ଯାଉଛି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିଲା। ୭ ତାଲା ବିଶିଷ୍ଟ ଏହି ପାର୍କିଂ ସ୍ଥଳରେ ୪୫୦ ଚାରି ଚକିଆ ଓ ୩୫୦ରୁ ଅଧିକ ମୋଟର ସାଇକେଲ ପାର୍କିଂ ହୋଇପାରିବ।
  16. ଓଡ଼ିଶାର ବାଦ୍ୟ କିମ୍ବଦନ୍ତୀ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କର ୭୨ବର୍ଷ ରେ ପରଲୋକ ହୋଇଯାଇଛି। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
  17. ଓପିଏସସି ପକ୍ଷରୁ ପରିଚାଳିତ ଓସିଏସ ପ୍ରିଲିମନାରୀ ପରୀକ୍ଷାରେ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ୧୭୪୯ ମହିଳା ପରୀକ୍ଷାର୍ଥୀ । ଅକ୍ଟୋବର ୧୬ରେ ହୋଇଥିଲା ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୦୨୩ ଫେବ୍ରୁଆରୀ ମାସରେ ମୁଖ୍ୟ ପରୀକ୍ଷା ହେବ ।
  18. କଲେଜିୟମ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟରେ ଲଗାତାର ଶୁଣାଣି ଚାଲୁ ରହିଛି । ଗୁରୁବାର ଏହି ମାମଲାରେ ଶୁଣାଣି ଚାଲିଥିବାବେଳେ କୋର୍ଟ କେନ୍ଦ୍ର ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିବା ଦେଖାଯାଇଥିଲା । କୋର୍ଟ ଖୋଲାଖୋଲି ଭାବେ କହିଛନ୍ତି ଯେ ଯେପର୍ଯ୍ୟନ୍ତ କଲେଜିୟମ ବ୍ୟବସ୍ଥା ରହିଛି, ସରକାର ମଧ୍ୟ ଏହାକୁ ଅନୁସରଣ କରିବାକୁ ପଡ଼ିବ । ଯଦି ସରକାର ଏ ବାବଦରେ କୌଣସି ଆଇନ କରିବାକୁ ଚାହୁଁଛନ୍ତି, ତେବେ କରିପାରିବେ । କିନ୍ତୁ କୋର୍ଟର ନ୍ୟାୟିକ ସମୀକ୍ଷା କରିବାର ଅଧିକାର ରହିଛି ।
  19.  ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍‌ ନିର୍ମାତା ‘ଆଇଫୋନ୍‌’ ଖୁବ୍‌ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି।
  20. ଦେଶର ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ନିକଟରେ ସ୍ଵାକ୍ଷରିତ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.