• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଦ୍ୱାରା ନଭେମ୍ବର ୨୬ ତାରିଖ ଦିନ ଅନ୍ତରୀକ୍ଷକୁ ପଠାଇଯାଇଥିବା ପୃଥିବୀ ଅବଲୋକନ ଉପଗ୍ରହ-୦୬ କାର୍ଯ୍ୟକ୍ଷମ ହୋଇଛି। ଏହା ମହାକାଶରୁ ପୃଥିବୀର ଫଟୋଚିତ୍ର ପଠାଇବା ଆରମ୍ଭ କରିଛି।
  2. ପୂର୍ବତନ ଚୀନ୍‌ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍‌ଙ୍କର ପରଲୋକ ହୋଇଛି। ସେ ତାଙ୍କ ଗୃହସହର ସଂଘାଇରେ ବୁଧବାର ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ୧୩ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜିଆଙ୍ଗ ଜେମିନ ଲ୍ୟୁକୋମିଆରେ ପୀଡ଼ିତ ଥିଲେ।
  3. ବାଙ୍ଗାଲୋରର ସ୍କୁଲଗୁଡ଼ିକରେ ଛାତ୍ରମାନଙ୍କ ବ୍ୟାଗ ହଠାତ୍ ଯାଞ୍ଚ କରାଯାଇଥିଲା, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଉଦ୍ୟମରେ ଯେତେବେଳେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା, ସେତେବେଳେ କଣ୍ଡୋମ, ଗର୍ଭନିରୋଧକ ବଟିକା, ଲାଇଟର, ସିଗାରେଟ୍ ଇତ୍ୟାଦି ମିଳିଥିଲା।
  4. ବୁଧବାରଦିନ ଉତ୍ତର ଆଫଗାନିସ୍ତାନର ସମାମଙ୍ଗମ ରାଜ୍ୟରେ ଥିବା ଆଇବାକ୍ ସହରରେ ଥିବା ଏକ ସିହା ମଦ୍ରାସାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ଏହା ଫଳରେ ସେଠାରେ ପଢୁଥିବା ୧୬ ଛାତ୍ର ନିହତ ହୋଇଛନ୍ତି
  5. ଦିଲ୍ଲୀ ମଦ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଅମିତ ଅରୋରାଙ୍କୁ ଗିରଫ କରିଛି। ବ୍ୟବସାୟୀ ଅମିତ ହେଉଛନ୍ତି ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍‌’ର ନିର୍ଦେଶକ।
  6. ‘ବିଜେପି’ ହାତଯୋଡ଼ି ଈଶ୍ବରଙ୍କୁ ପୂଜା କରୁଛି, କିନ୍ତୁ ପ୍ରକୃତ ତପସ୍ବୀଙ୍କ ଭବିଷ୍ୟତ ନଷ୍ଟ କରୁଛି ମଙ୍ଗଳବାର ସନ୍ଧ୍ୟାରେ  ଉଜ୍ଜୟିନୀସ୍ଥିତ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା ପରେ କଂଗ୍ରେସ ‌ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି
  7.  ମଙ୍ଗଳବାର ରାତିରେ ‘ଟୋୟୋଟା କିର୍ଲୋସ୍କର୍‌ ମୋଟର୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର୍‌ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୬୪ ବର୍ଷ ହୋଇଥିବା 
  8. ଆର୍ଥିକ ବର୍ଷ ୨୦୨୧-୨୨ ରେ ଶାସନରେ ଥବା ବିଜେପିକୁ ଚାନ୍ଦା ଆକାରରେ ୬୧୪.୫୩ କୋଟି ଟଙ୍କା ମିଳିଛି। ଯାହା ବିରୋଧୀ କଂଗ୍ରେସକୁ ମିଳିଥିବା ରାଶିଠାରୁ ଛଅ ଗୁଣା ଅଧିକ।
  9. ନ୍‌ଟିଭିରୁ ଇସ୍ତଫା ଦେଲେ ରବିଶ କୁମାର ! ଏନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ବିଶିଷ୍ଟ ବ୍ୟକ୍ତି ଏବଂ କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ଟୁଇଟ୍‌ର ଯୋଗେ ସୂଚନା ଦେଇଛନ୍ତି । କିନ୍ତୁ ରବିଶ କୁମାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ ।
  10.  ଏନଡିଟିଭିରୁ ପ୍ରଣୟ ରଏ ଏବଂ ତାଙ୍କ ପତ୍ନୀ ରାଧିକା ରଏ ଇସ୍ତଫା ଦେଇଥିଲେ । ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଟେଲିଭିଜନ ଲିମିଟେଡ୍(ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଥିଲେ। ଏନଡିଟିଭିର ପ୍ରତିଷ୍ଠାତା ହେଉଛନ୍ତି ପ୍ରଣୟ ରଏ ।
  11. ଆର୍ଟିମିସ୍ ପ୍ରୋଗ୍ରାମର ପ୍ରଥମ ଫ୍ଲାଇଟ୍ ଆର୍ଟିମିସ୍-୧ରେ ଓରିୟନ ସ୍ପେସ୍ କ୍ରାଫ୍ଟ ସୋମବାର ପୃଥିବୀଠାରୁ ପାଖାପାଖି ୪ଲକ୍ଷ ୩୫ ହଜାର କିଲୋମିଟର ଦୂରରେ ଥିଲା। ଯାହା ପୃଥିବୀ ଓ ସ୍ପେସ୍‌ କ୍ରାଫ୍ଟ ମଧ୍ୟରେ ସବୁଠୁ ଦୀର୍ଘତମ ଦୂରତା ଥିଲା। ଓରିୟନ ସ୍ପେସ୍ କ୍ରାଫ୍ଟ ଚନ୍ଦ୍ରକୁ ୨ ଚକ୍କର ମାରିବା ପରେ ଏବେ ପୃଥିବୀକୁ ଫେରୁଛି। 
  12.  ଆମେରିକାରେ ଏବେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଯାଇଛି। ଆମେରିକା ସଂସଦ ସମାନ ସେକ୍ସ ମ୍ୟାରେଜ୍ ବିଲକୁ ଗୃହୀତ କରିଛି। ଦେଶରେ ଏଲଜିବିଟିକ୍ୟୁ ସମୂଦାୟ ବେଶ ଉତ୍ସାହର ସହ ଏହାକୁ ସ୍ୱାଗତ କରିଛନ୍ତି। 
  13. ଗୁଜରାଟ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଏଟିଏସ । ଆଣ୍ଟି ଟେରର୍ ସ୍କ୍ବାର୍ଡ ବେଆଇନ ଡ୍ରଗ୍ସ ବ୍ୟବସାୟୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ବଡ଼ଦୋରାର ବିଭିନ୍ନ ଔଷଧ ନିର୍ମାଣୀକାରୀ କମ୍ପାନୀ ଗୁଡ଼ିକରେ ରେଡ୍ ମାରିଛି ଏଟିଏସ୍  । ବିଭିନ୍ନ ସ୍ଥାନରୁ ପ୍ରାୟ ୫ଶହ କୋଟି ଟଙ୍କାରୁ ଅଧିକ ବେଆଇନ ଔଷଧ ଜବତ କରିଛି ।
  14. ବେଙ୍ଗାଳୁରୁର ଇଲେକ୍ଟ୍ରୋନିସ୍ ସିଟି ସୀମାନ୍ତ ଇଲାକାରେ ଦୁଷ୍କର୍ମ ହୋଇଛି । ଯୁବତୀଙ୍କୁ ରାପିଡୋ ଚାଳକ ଏବଂ ତା’ର ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।
  15.  ଯୁକ୍ତଦୁଇ ପରୀକ୍ଷାରେ କପି ରୋକିବା ଓ ସୁପରିଚାଳନା ପାଇଁ ‘ରିମୋଟ ଆକ୍ସସେସ୍‍ କନେକ୍ଟିଭିଟି’ ବ୍ୟବସ୍ଥା ଗଣଶିକ୍ଷା ବିଭାଗ ଲାଗୁ କରିବାକୁ ଯାଉଛି। ଯାହା ଫଳରେ ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆସିବା ସହ କପିକୁ ରୋକାଯାଇ ପାରିବ।
  16. ଆସନ୍ତା ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାଗୁଡ଼ିକରେ ଯୋଗଦେବେ।
  17. ଓଡିଆ ସାହିତ୍ୟର ଯଶସ୍ବୀ ସାଧକ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ।
  18. ସାଇବର୍‍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ହ୍ୟାଣ୍ଡସେଟ୍‍ରେ ବ୍ଲୁଟୁଥ୍‍ ଅନ୍‍ ଥିଲେ, ୨୫ ମିଟର ପରିଧି ମଧ୍ୟରେ ଏହାକୁ ହ୍ୟାକ୍‍ କରିହେବ। ପାସ୍‍ ୱାର୍ଡ ଜଣା ନ ଥାଇ ମଧ୍ୟ ହ୍ୟାକରମାନେ ମୋବାଇଲକୁ ହ୍ୟାକ୍‍ କରୁଥିବାର ଅନେକ ଉଦାହରଣ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି।
  19. ଭୁବନେଶ୍ୱରରେ ଆୟୋଜିତ ହେବ ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ। ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ ହେବ। ‘ସୁମଙ୍ଗଳମ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’ର ଅଂଶ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। 
  20. ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ବୁକିଂ ହୋଇନଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ଦର୍ଶାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.