• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ (ସର୍ବଶେଷ ସୂଚନା ଅନୁସାରେ) ୬୦.୨୦ ପ୍ରତିଶତ ଭୋଟଗ୍ରହଣ ହୋଇଛି । ଏହା ସହିତ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ୍ ହୋଇଯାଇଛି
  2. ଅଦାନୀ ଗ୍ରୁପ ଦ୍ବାରା ଏନଡିଟିଭିର ଅଧିଗ୍ରହଣ ପରେ ଏହାର ପ୍ରତିଷ୍ଠାତା ଡ.ପ୍ରଣବ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟ ଏନଡିଟିଭି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଏନଡିଟିଭିର କାର୍ଯ୍ୟକାରୀ ସଂପାଦକ ତଥା ବିଖ୍ୟାତ ସାମ୍ବାଦିକ ରବିଶ କୁମାର ବି ଇସ୍ତଫା ଦେଇଛନ୍ତି ।
  3. ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ ଗୁରୁବାର ଦିନ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରିଛନ୍ତି।
  4. କେତେକ ଅଜ୍ଞାତ ହ୍ୟାକର୍‌ ସ୍ବଳ୍ପ ସମୟ ପାଇଁ ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌ ହ୍ୟାକ୍‌ କରିଥିଲେ। ଗତ ସପ୍ତାହରେ ‘ଏମ୍‌ସ୍‌-ଦିଲ୍ଲୀ’ର ସର୍ଭର୍‌ ହ୍ୟାକ୍‌ ପରେ ଏହା ହେଉଛି ସରକାରୀ ସାଇଟ୍‌ ଉପରେ ଦ୍ବିତୀୟ ପ୍ରମୁଖ ସାଇବର୍‌ ଆକ୍ରମଣ।
  5. ରାଜ୍ୟ ସରକାର ଚଳିତ ବର୍ଷ ୨୩ ଟି ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନିୟୋଜନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ।
  6. ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।
  7. ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଯୁଗର ଅବସାନ । ଓଡିଆ ସାହିତ୍ୟର ଗବେଷକ ଓ ବର୍ଷୀୟାନ୍ ଲେଖକ ପ୍ରଫେସର ଡ. ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ । ଆଜି ସକାଳ ୧୦ଟାରେ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସୁଦର୍ଶନ ଆଚାର୍ଯ୍ୟ । ୨୦୦୬ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ‘ଅତିବଡୀ ସମ୍ମାନ’ରେ ସେ ଭୂଷିତ ହୋଇଥିଲେ।
  8. ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ । ଏହାପୂର୍ବରୁ ୨୦୧୮ ରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ଏବେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଜିନ୍ଦଲ ଘୋଷଣା କରିଛନ୍ତି ।
  9. ସମାଜର କୁତ୍ସାରଟନା ତଥା ବିଭିନ୍ନ ବାଧାବିଘ୍ନ ସତ୍ବେ ନିଜର ମେଡିକାଲ ପାଠ ପଢ଼ା ଶେଷ କରି ଦୁଇ କିନ୍ନର ତେଲଙ୍ଗାନାର ପ୍ରଥମ କିନ୍ନର ଡାକ୍ତର ହୋଇ ଇତିହାସ ରଚିଛନ୍ତି। ପ୍ରାଚୀ ରାଠୋଡ଼ ଏବଂ ରୁଥ ଜନପାଲ ନିକଟରେ ମେଡିକାଲ ଅଧିକାରୀ ଭାବରେ ସରକାରୀ ଉତ୍ସାମିଆ ଜେନେରାଲ ହସ୍ପିଟାଲ(ଓଜିଏଚ)ରେ ନିୟୋଜିତ ହୋଇଛନ୍ତି।
  10. ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩ କୋଷ୍ଟାଲ ଗାର୍ଡରେ ସାମିଲ ହୋଇଛି। ଏହି ହେଲିକପ୍ଟରର ଏକ ସ୍କ୍ୱାଡ୍ରନକୁ ଚେନ୍ନାଇରେ ଅନୁଷ୍ଠିତ ଭବ୍ୟ ସମାରୋହରେ କୋଷ୍ଟାଲ ଗାର୍ଡରେ କମିଶନ କରାଯାଇଛି। ଏହି ହେଲିକପ୍ଟରର ଉପଯୋଗ ଦେଶର ସମୁଦ୍ର ସୀମାର ନିରୀକ୍ଷଣ ଲାଗି ହେବ।
  11. କେନ୍ଦ୍ରର ଏୟାର କ୍ବାଲିଟି ପ୍ୟାନେଲ ୧ ଜାନୁଆରୀ ୨୦୨୩ ଠାରୁ ଏନସିଆାର ଅନ୍ତର୍ଗତ ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାକୁ କେବଳ ଇଲେକ୍ଟ୍ରିକ୍ ଏବଂ ସିଏନଜି ଗାଡ଼ି ରେଜିଷ୍ଟର କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଦିଲ୍ଳୀ ଏନସିଆରରୁ ୨୦୨୬ ସୁଦ୍ଧା ପର୍ଯ୍ୟାୟକ୍ରମେ ସବୁ ଡିଜେଲ୍ ଗାଡ଼ିକୁ ହଟାଇବାକୁ ନିର୍ଦେ୍ଦଶ ଦେଇଛନ୍ତି।
  12. କର୍ଣ୍ଣାଟକରେ ମୁସଲମାନ ଛାତ୍ରୀଙ୍କ ଲାଗି ୧୦ ନୂଆ କଲେଜ ନିର୍ମାଣର ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଥିବା ବେଳେ ବୋମଇ ସରକାର ଏଥିରୁ ୟୁ-ଟର୍ଣ୍ଣ ନେଇଛନ୍ତି। ମୁଖ୍ୟମନ୍ତ୍ରା ବାସବରାଜ ବୋମଇ ଗୁରୁବାର କଲେଜ ନିର୍ମାଣ ନିଷ୍ପତ୍ତି ସମ୍ପର୍କିତ ଖବରକୁ ଖାରଜ କରି ସରକାରୀ ସ୍ତରରେ ଏପରି କୌଣସି ଚର୍ଚ୍ଚା ହୋଇ ନଥିବା କହିଛନ୍ତି।
  13. ଭାରତ ଆଜି ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ ଜରିଆରେ ନିଜର ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସାମଗ୍ରିକ ଭାବେ ମାନବଜଗତର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଲାଗି ଭାରତକୁ ଜି୨୦ ଅଧ୍ୟକ୍ଷତା ମିଳିଛି।
  14. ଦେଶରେ ଗତ ୧୧ ବର୍ଷ ମଧ୍ୟରେ ଏଚ୍.ଆଇ.ଭି ସଂକ୍ରମଣ ହାର ୪୬% ହ୍ରାସ ପାଇଥିବା ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ପ୍ରକାଶ କରିଛି। ଏହି ବାର୍ଷିକ ଏଚ୍.ଆଇ.ଭି ସଂକ୍ରମଣ ହାର ୨୦୧୦ରୁ ୨୦୨୧ ମଧ୍ୟରେ ହ୍ରାସ ପାଇଛି।
  15. ଉତ୍ତର ଆଫଗାନିସ୍ଥାନର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଫଳରେ ୧୯ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।
  16. ଅଣ୍ଟାରେ ପେଟିଏମର କ୍ୟୁଆର କୋଡ୍‌ ସ୍କାନର ଲଗାଇ ଓକିଲମାନଙ୍କଠାରୁ ଅନଲାଇନ ବକ୍ସିସ୍ ନେଉଥିବା ହାଇକୋର୍ଟ ଜଜ୍‌ଙ୍କ ଅର୍ଦ୍ଦଳୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କ ନିର୍ଦେଶକ୍ରମେ ନିଲମ୍ବିତ କରାଯାଇଛି।
  17. ଭାରତ ଆନୁଷ୍ଠାନିକ ଭାବେ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଆସନ୍ତା ୧ ବର୍ଷ ପାଇଁ ଭାରତ ଏହି ପଦରେ ରହିବ। ଏଥିଲାଗି ଆଜି ଦେଶର ୧୦୦ଟି ସ୍ମାରକୀରେ ଜି-୨୦ର ଲୋଗୋ ଆଲୋକମାଳାରେ ପ୍ରଦର୍ଶିତ ହେବ। ଜାତୀୟ ପତାକା ରଙ୍ଗରେ ସଜ୍ଜିତ ଜି-୨୦ ଚିହ୍ନ ତଳେ ଦେବନାଗରୀ ଅକ୍ଷରରେ ଭାରତ ଲେଖାଯିବ। ଚିହ୍ନ ପାର୍ଶ୍ବରେ ପୃଥିବୀର ଚିତ୍ର ପଦ୍ମ ଆକାରରେ ରହିବ। ଚଳିତ ଥର ଜି-୨୦ର ଶୀର୍ଷକ ରହିଛି ‘ବସୁଧୈବ କୁଟୁମ୍ବକମ୍‌‌’।
  18. ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’ର ପୋଷ୍ଟର ଗୁରୁବାର ୪ଟି ଭାଷାରେ ରିଲିଜ୍‌ ହୋଇଛି। ଏହି ପୋଷ୍ଟରକୁ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍ କରାଯାଇଛି।
  19. ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ଖୋଲିଛି। ଏହା ସପ୍ତାହକୁ ୫ ଦିନ ଖୋଲା ରହିବ।ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ଜନସାଧାରଣ ରାଷ୍ଟ୍ରପତି ଭବନ ପରିଦର୍ଶନ କରିପାରିବେ।
  20. ୧୩ତମ ବାଲୁକା କଳା ଉତ୍ସବ୨୦୨୨। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା।୩୩ ତମ କୋଣାର୍କ ଉତ୍ସବର ପ୍ରଥମ ଦିନରେ ଚନ୍ଦ୍ରଭାଗା ବେଳା ମାର୍ଗରେ ଅନୁଷ୍ଠିତ ହୋଇଛି ୧୩ତମ ବାଲୁକା କଳା ଉତ୍ସବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.