• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ମନ୍ଦିରକୁ ମୋବାଇଲ ଫୋନ ନେବା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଜାରି ଖଣ୍ଡପୀଠ ଶୁଦ୍ଧତା ଏବଂ ପବିତ୍ରତା ବଜାୟ ରଖିବା କଥା କହିଛନ୍ତି ।
  2. ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ୟୁ୍କ୍ରେନରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ୟୁକ୍ରେନ ସହିତ କଥାବାର୍ତ୍ତା କରିବାକୁ ସେ ରାଜି ଓ ସେ କୂଟନୈତିକ ସମାଧାନରେ ବିଶ୍ବାସ କରନ୍ତି ।  କିନ୍ତୁ ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର ହେବ ନାହିଁ ।
  3. ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରେଳଲାଇନ୍‌ପଡ଼ାରେ ଥିବା ଏକ ଗ୍ୟାସ୍‌ ଦୋକାନରେ କୌଣସି କାରଣରୁ ପ୍ରଥମେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଥିଲା। ଏହା ପରେ ଆହୁରି ଅନେକଗୁଡ଼ିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ଏକ ଘର ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି।
  4. କଂଗ୍ରେସ ନେତା ଜୟରାମ ରମେଶ ଶୁକ୍ରବାର ଦିନ କହିଛନ୍ତି ଯେ ଦଳ ଛାଡିବା ପରେ ସମ୍ମାନଜନକ ନିରବତା ବଜାୟ ରଖିଥିବା କପିଲ ସିବଲଙ୍କ ପରି ଲୋକଙ୍କୁ ଦଳକୁ ଫେରିବାକୁ ଅନୁମତି ଦିଆଯାଇପାରେ, କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ କିମ୍ବା ହିମନ୍ତ ବିଶ୍ୱଶର୍ମାଙ୍କ ପରି ଲୋକଙ୍କୁ ନୁହେଁ।
  5. ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ।
  6. କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ସଚିବ ହେମନ୍ତ ଶର୍ମା ଶୁକ୍ରବାର ଏହା କହିଛନ୍ତି।
  7. କୋଇଲା ଚୋରା ଚାଲାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ଜଣେ ଶୀର୍ଷ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ଅଧିକାରୀଙ୍କ ନାମ ସୌମ୍ୟା ଚୌରାସିଆ ଏବଂ ସେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ ପ୍ରଶାସନରେ ଉପସଚିବ ଭାବରେ କାର୍ଯ୍ୟ କରୁଥିଲେ।
  8. ଗତ ୧୦ ଦିନ ହେଲା ଭାରତର ସବୁଠାରୁ ବଡ଼ ସରକାରୀ ହସପିଟାଲ କୁହାଯାଉଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର କମ୍ପ୍ୟୁଟର ବ୍ୟବସ୍ଥା ଅଚଳ ହୋଇଯାଇଛି । ଏହି କାରଣରୁ ରୋଗୀ ସେବା ଗୁରୁତରଭାବେ ପ୍ରଭାବିତ ହେଉଛି ।
  9. ଭାରତୀୟ ଜନତା ପାର୍ଟି ଆଜି ପୂର୍ବତନ କଂଗ୍ରେସ ନେତା ଜୟବୀର ଶେର୍ଗିଲଙ୍କୁ ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସୁନୀଲ ଜାଖଡ଼ଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟ କମିଟିରେ ସ୍ଥାନ ଦିଆଯାଇଛି।
  10. ବୈଜ୍ଞାନିକ ନମ୍ବୀ ନାରାୟଣନ୍‌ଙ୍କ ସହିତ ସମ୍ପୃକ୍ତ ଥିବା ‘ଇସ୍ରୋ’ ଗୁପ୍ତଚର ଘଟଣାରେ ଷଡ଼ଯନ୍ତ୍ର ଓ ପ୍ରମାଣ ଜାଲିଆତି କରିଥିବା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ମିଳିଥିବା ଆଗୁଆ ଜାମିନକୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରିଦେଇଛନ୍ତି।
  11. ମାଦକ ସାମଗ୍ରୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ କରି କୋଲକାତାରେ ହୁକା ବାରକୁ ବ୍ୟାନ୍ କରିଛନ୍ତି ଟିଏମ୍‌ସି ସରକାର। ଶୁକ୍ରବାର କୋଲକାତା ମେୟର ଫିରାଦ ହକିମ ଏହି ଘୋଷଣା କରିଛନ୍ତି।
  12. ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ନେଇ କଠୋର ନିୟମ ଲାଗୁ ହେବାକୁ ଯାଉଛି । ଯଦି ବିବାହ ପୂର୍ବରୁ ବା ପରେ କେହି ପର ପୁରୁଷ ବା ନାରୀଙ୍କ ସହ ଯୌନ ସମ୍ବନ୍ଧ ସ୍ଥାପନ କରନ୍ତି, ତେବେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ । ଏନେଇ ନୂଆ ଆଇନ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଇଣ୍ଡୋନେସିଆ ସରକାର ଏପରି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।
  13. ଦେଶରେ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଦରଦାମ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଦେଶରେ ୭୫୦ ଦରଦାମ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ।
  14. ମହାରାଷ୍ଟ୍ର ପୁଣେରେ ଜିକା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୧୬ନଭେମ୍ବର ଜ୍ୱର, କାଶ, ଆଣ୍ଠିଗଣ୍ଠି ଦରଜ ହେବା ଅଭିଯୋଗ କରିବା ସହ ବ୍ୟକ୍ତି ଜଣକ ଜାହାଙ୍ଗିର ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ 
  15. ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ପ୍ରଥମେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୭ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। 
  16. ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ ଭିତ୍ତିହୀନ ହୋଇଛି।
  17.  ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନୂତନ ବର୍ଷର ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଯିବ ବୋଲି ସୂଚନା ମିଳିଛି। 
  18. ଆସନ୍ତା ୭ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ନୂଆ ବିଲ୍‌ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। 
  19. ବିଧାନସଭା ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ହେଲା ବିଧାନସଭା। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭା ଅଧିବେଶ। ମାତ୍ର ୮ଦିନ ଚାଲି ଶେଷ ହେଲା ବିଧାନସଭା ଅଧିବେଶନ। ଡିସେମ୍ବର ୩୧ରେ ସରିବାର ଥିଲା, ଡିସେମ୍ବର ୨ରେ ସରିଗଲା। ବିଧାନସଭାରେ ଅତିରକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ।
  20. ଏଏସ୍ଓ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଓପିଏସସି ଫଳ ପ୍ରକାଶ କରିପାରିବ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.