• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବ୍ରିଟେନର ଏସଆରଏଏମ ଆଣ୍ଡ ଏମଆରଏଏମ ଗ୍ରୁପ ଓଡ଼ିଶାରେ ପ୍ରତିଷ୍ଠା କରିବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍ ।  ଏସଆରଏଏମ ଆଣ୍ଡ ଏମଆରଏଏମ କମ୍ପାନୀ ୩୦ ହଜାର କୋଟି ଟଙ୍କା ବିନିଯୋଗ କରି ଏହି ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଛି ।
  2. କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା ସହିତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

  3. ବରିଷ୍ଠ ଖବରଦାତା ତଥା ଗାନ୍ଧୀବାଦୀ ବୈଷ୍ଣବ ଜେନାଙ୍କ ୬୫ ବର୍ଷରେ ପରଲୋକ ଘଟିଛି।

  4. ଆସନ୍ତା ଜାନୁଆରୀ ୨୬ରୁ ରାଜ୍ୟର ୧୧୫ ପୌରାଞ୍ଚଳର ସମସ୍ତ ୨୦୫୫ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

  5. ଅଣ ସରକାରୀ ସଂଗଠନ ଅରାପ୍ପୋର ଇକ୍କମ ପକ୍ଷରୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ.କେ. ପଲାନିସାମୀଙ୍କ ବିରୋଧ ସର୍ବସାଧାରଣରେ ଦିଆଯାଉଥିବା ମନ୍ତବ୍ୟ ଉପରେ ମାଡ୍ରାସ ହାଇକୋର୍ଟ ରୋକ ଲଗାଇଛନ୍ତି।

  6. ଆନ୍ଧ୍ରପ୍ରଦେଶରେ ୧,୪୦୦ ନୂଆ ମନ୍ଦିର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ଏହି ମନ୍ଦିର ନିର୍ମାଣ କରିବା ନେଇ ପ୍ରସ୍ତାବ ରହିଛି। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି) ଆର୍ଥତ୍କ ସହାୟତା ଯୋଗାଇଦେବ। 

  7. ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍‌ଓ୍ବାଇଏଫ୍‌ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି।

  8. ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି।

  9.  ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। 

  10. ଗତ ୧୦ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ଆଶଙ୍କା ଏବେ ବୃଦ୍ଧି ପାଇଛି।

  11. ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ।

  12. ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନକୁ ସୁଚାର ଢଙ୍ଗରେ କରିବା ପାଇଁ ପ୍ରାୟ ୪୦୦୦୦ ପୁଲିସ୍, ୨୦୦୦୦ ହୋମଗାର୍ଡ ଏବଂ ୧୦୮ କମ୍ପାନୀ ପାରାମିଲିଟାରୀ ଏବଂ ରାଜ୍ୟ ସଶସ୍ତ୍ର ପୁଲିସ୍ ଫୋର୍ସ ନିୟୋଜିତ ହେବେ। ପୁଲିସ କହିଛି ଯେ ସମ୍ବେଦନଶୀଳ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ୬୦ଟି ଡ୍ରୋନ୍ ବ୍ୟବହାର କରାଯିବ।

  13. ଆଇରିଶ ରେଳ ବିଭାଗର ଫାଇନାନ୍ସ ମ୍ୟାନେଜର ଡର୍ମୋଟ ଏଲିଷ୍ଟେୟର ମିଲ୍ସ ଏହି ପ୍ରସଙ୍ଗକୁ ନେଇ କୋର୍ଟରେ ତାଙ୍କ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୪ରେ ରେଳ ଅପରେଟର ସହ ଜଡିତ କିଛି ଆକାଉଣ୍ଟ ବିଷୟରେ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ଦଣ୍ଡ ଦିଆଯାଉଛି। ଦଣ୍ଡ ସ୍ୱରୂପ ତାଙ୍କୁ କମ କାମ ଦିଆଯାଉଛି। କାମ କମ ଥିବାରୁ ସେ ଖବର କାଗଜ ପଢ଼ିବା, ବାହାରେ ବୁଲିବା ଏବଂ ସ୍ୟାଣ୍ଡଓ୍ବିଚ ଖାଇ ନିଜର ସମୟ କଟାଉଛନ୍ତି। ଏଭଳି କରି କରି ସେ ବିରକ୍ତ ହୋଇଯାଇଥିବା କୋର୍ଟକୁ ଜଣାଇଛନ୍ତି।

  14. କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି ।

  15. ଓଟିଏମର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଗଲା ବୋଲି ସୂଚନା ଦେଲେ ହାଇକୋର୍ଟ ଲିକ୍ୟୁଡେଟର । ଓଟିଏମ୍ କମ୍ପାନୀର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବେ ରାଜ୍ୟ ସରକାର ।

  16. ଚୌଦ୍ଵାର ଜମିରେ ହିଁ ୮୦ ୟୁନିଟ ବିଶିଷ୍ଟ ଟେକ୍ସଟାଇଲ କ୍ଲଷ୍ଟର ସ୍ଥାପନ କରାଯିବ ବୋଲି ମେକି ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ (conclave) ରେ ସୂଚନା ଦେଇଥିଲେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା। ଅନ୍ୟପଟେ ୫ ତାରିଖ ସୁଦ୍ଧା ଓଟିଏମ୍ ସମ୍ପତ୍ତି ଦଖଲ ନେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତାଗିଦ୍ କରିବା ପରେ ଆଜି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା l 

  17. ରାଜ୍ୟରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର । ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାର ୨ ଏକର ଜମି ଯୋଗାଇ ଦେବେ । ଦେଶର ଅଗ୍ରଣୀ ସଂସ୍ଥା ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଏଥିସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀମାନେ ଦିଗଦର୍ଶନ ଦେବେ ।

  18. ଭାରତୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ୱାରା ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ଏଗଜାମ (ଆଇଆରଏମଏସଇ) ଆୟୋଜିତ ହେବ । ଆସନ୍ତା ୨୦୨୩ ବର୍ଷଠାରୁ ଏହା ଆରମ୍ଭ ହେବ । ଆଇଆରଏମଏସଇ ପାଇଁ ନିଯୁକ୍ତି ସ୍ୱତନ୍ତ୍ର ଭାବେ କରାଯିବ ।

  19. ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରିବା ଲାଗି ଶାହାଜାନପୁରସ୍ଥିତ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟ ନିର୍ଦେଶ ଦେଇଛନ୍ତି।

  20. ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଆସନ୍ତା ୨୩ରେ କୋଚିରେ ଅନୁଷ୍ଠିତ ହେବ। ଏହି ନିଲାମ ନିମନ୍ତେ ମୋଟ୍‌ ୯୯୧ଜଣ କ୍ରିକେଟର୍‌ ନିଜ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ନାମ ପଞ୍ଜୀକରଣ ନିମନ୍ତେ ନଭେମ୍ବର ୩୦ ଶେଷ ତାରିଖ ରହିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.