• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦକ୍ଷିଣ ଋଷର ଦାଗିସ୍ତାନ ଅଞ୍ଚଳରେ କାସିପିଆନ ସମୁଦ୍ର କୂଳରେ ମରିପଡ଼ିଛନ୍ତି ଶହ ଶହ ସିଲ୍। ପାଖାପାଖି ୧୭୦୦ ସିଲ୍ ମରିପଡ଼ିଥିବା ରବିବାର ସୂଚନା ଦେଇଛନ୍ତି ଦାଗିସ୍ତାନ ବିଭାଗୀୟ ଅଧିକାରୀ।
  2. ବଜାର ବିଶେଷଜ୍ଞ ମିଙ୍ଗ ଚି କୁଓଙ୍କ ଅନୁସାରେ, ଆପଲ ଭାରତରୁ ୪୦ରୁ ୪୫ ପ୍ରତଶିତ ଆଇଫୋନ ରପ୍ତାନୀ ନେଇ ଯୋଜନା କରୁଛି । ଚଳିତ ବର୍ଷ ଶେଷ ତ୍ରୈମାସରେ କେବଳ ୭୦ରୁ ୭୫ ମିଲିୟନ ୟୁନିଟ୍ ଆଇଫୋନର ଶିପମେଣ୍ଟ ହୋଇଛି । ଯାହା ଚୀନର କରୋନା ନୀତି ପୂର୍ବର ବଜାର ଆବଶ୍ୟକତାରଠାରୁ ୧୦ ମିଲିୟନ ୟୁନିଟ୍ କମ । 
  3. ପେଟ୍ରୋଲ ଓ ଡିଜେଲ ଦର ଦେଶରେ ଦୀର୍ଘ ଦିନ ହେଲା ସ୍ଥିର ରହିଛି। ଲଗାତାର ୮ ମାସ ହେଲା ଇନ୍ଧନ ମୂଲ୍ୟ ସ୍ଥିର ରହିବା ପରେ ଏବେ ଅର୍ଥାତ ୫ ଡିସେମ୍ବର ସୋମବାର ଦର ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।
  4. ସାମୂହିକ ନରସଂହାରକୁ ନେଇ ଜାରି ଏକ ରିପୋର୍ଟରେ ଭାରତକୁ ଅଷ୍ଟମ ସ୍ଥାନରେ ରଖାଯାଇଛି । ନରସଂହାର ବିପଦ ସବୁଠୁ ଅଧିକ ଥିବା ଦେଶ ଗୁଡିକକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ୨୦୨୨-୨୩ରେ ମାସ୍ କିଲିଙ୍ଗ ବିପଦକୁ ନେଇ ଆମେରିକାର ଏକ ରିସର୍ଚ୍ଚ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । 
  5. ଇ-କମର୍ସ କମ୍ପାନି ଆମାଜନ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ। ନିକଟରେ ଆସିଥିବା ଛଟେଇ ରିପୋର୍ଟ ତୁଳନାରେ ଏହା ଦୁଇ ଗୁଣ ଅଧିକ ରହିଛି। ରିପୋର୍ଟ ଅନୁଯାୟୀ, କମ୍ପାନି ଅନେକ ବିଭାଗରୁ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍‌ର କର୍ମଚାରୀ ସାମିଲ୍।
  6. ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଆରମ୍ଭ କରିବ ‘ହାତ ସେ ହାତ ଯୋଡୋ’ ଅଭିଯାନ। କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲ ବ୍ୟସ୍ତ ଥିବା କାରଣରୁ ସଂସଦର ଶୀତକାଳୀନ ଅଧିବେଶନରେ ସେ ଉପସ୍ଥିତ ରହି ପାରିବେ ନାହିଁ। କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପରେ ଜାନୁଆରୀ ୨୬ରୁ ସମଗ୍ର ଦେଶରେ ଆରମ୍ଭ ହେବ  ‘ହାତ ସେ ହାତ ଯୋଡୋ’ ଅଭିଯାନ।
  7. ବ୍ରିଟେନରେ ଘରୋଇକରଣର ସ୍ଥିତି ଏପରି ହୋଇଛି ଯେ ଦେଶର ୭୦ ପ୍ରତିଶତରୁ ଅଧିକ ପାଣି ପରେ ଆଜି ଇନଭେଷ୍ଟମେଣ୍ଟ ଫାର୍ମ, ଫ୍ରାଇଭେଟ୍ ଇକ୍ୱିଟୀ ଫାର୍ମ, ପେନସନ୍ ଫଣ୍ଡସ ଏବଂ ଟ୍ୟାକ୍ସ ହ୍ୟାବେନ୍ସ ପରି କାରବାର କରୁଥିବା ବିଜନେସ ଘରର ମାଲିକାନା ରହିଛି । ଏହି ଚକିତ କଲା ଭଳି ରିପୋର୍ଟ ଅନ୍ତର୍ଜାତୀୟ ଖବରକାଗଜ ଦ ଗାର୍ଡିୟନର ଏକ ରିସର୍ଚ୍ଚରେ ସାମନାକୁ ଆସିଛି ।
  8. ଯେତେବେଳେ ରାହୁଲ ଗାନ୍ଧୀ ରାଜନୀତିରେ ଯୋଗ ଦେଇଥିଲେ, ସେତେବେଳେ ଅତି କମରେ ୫-୬ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ତାଙ୍କର ପ୍ରଶଂସା ଜାରି ରଖିଥିଲା। କିନ୍ତୁ ଏହା ପରେ ସବୁ ବଦଳି ଯାଇଥିଲା ବୋଲି ରାହୁଲ ଗାନ୍ଧୀ ଭିଡିଓ ଜାରି କରି କହିଛନ୍ତି।
  9. ରାଜସ୍ଥାନର ଉଦୟପୁରରେ ଭାରତ ଅଧ୍ୟକ୍ଷତାରେ ପ୍ରଥମ ଜି-୨୦ର ପ୍ରଥମ ବୈଠକ ହେବ। ଆଜି ଜି-୨୦ ପ୍ରତିନିଧି ଦଳ ‘ସିଟି ଅଫ ଲେକ୍‌ସ’ ଉଦୟପୁରରେ ପହଞ୍ଚିବେ। ସେମାନେ ଉଦୟପୁରରେ ୪ ଦିନ ରହିବେ।
  10. ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଶୁକ୍ରବାର କହିଛନ୍ତି ଯେ, ଚୀନ୍, ଇରାନ ଓ ରୁଷ୍ ପ୍ରଭୃତି କେତେକ ଦେଶ ଧାର୍ମିକ ସ୍ବାଧୀନତା ଆଇନର ଉଲ୍ଲଂଘନ କରିଚାଲିଛନ୍ତି। ସେମାନଙ୍କ ଉପରେ ଆମେରିକା ନଜର ରଖିଛି।
  11. ତାମିଲନାଡ଼ୁର ଶ୍ରୀ ଶରଣ ମେଡିକାଲ ସେଣ୍ଟରର ଦେଢ଼ ଲକ୍ଷ ରୋଗୀଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନଙ୍କ ଦ୍ବାରା ୪୦୦ ଡଲାରରେ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।
  12. ଇଣ୍ଡୋନେସିଆର ବହୁ ଜନବହୁଳ ଦ୍ୱୀପରେ ଥିବା ଉଚ୍ଚତମ ଆଗ୍ନେୟଗିରିରେ ବିସ୍ଫୋରଣ ଘଟି ଗ୍ୟାସ ଏବଂ ଲାଭା ଉଦଗୀରଣ ହୋଇଥିଲା । ଲାଭାର ନଦୀ ପ୍ରବାହିତ ହୋଇଥିଲା । 
  13. ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ଆଜି ମତଦାନ ସମାପ୍ତ ହୋଇଛି । ସନ୍ଧ୍ୟା ୫.୩୦ ସୁଦ୍ଧା ମୋଟ ୫୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ମୋଟ ୨୫୦ଟି ସିଟ ପାଇଁ ୧୩,୬୩୮ଟି ପୋଲିଂ କେନ୍ଦ୍ରରେ ଭୋଟରମାନେ ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଏବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ବନ୍ଦ ହୋଇ ରହିଛି ।
  14. ମହାରାଷ୍ଟ୍ରର ଔରଙ୍ଗାବାଦରେ ଅବସ୍ଥିତ ବସନ୍ତରାଓ ନାୟକ ମରାଠୱାଡା କୃଷି ବିଶ୍ୱବିଦ୍ୟାଳୟ ତିନୋଟି ନୂତନ ପ୍ରଜାତିର ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ଆବିଷ୍କାର କରିଛି । ଏହି ତିନୋଟି ପ୍ରଜାତି ଦେଶର ବିଭିନ୍ନ ସ୍ଥାନରେ ବୁଣିବା ପାଇଁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁମତି ମଧ୍ୟ ପାଇଛନ୍ତି ।ସୋୟାବିନର ପ୍ରଜାତି ଏମଏୟୁଏସ-୭୨୫, କୁସୁମର ପ୍ରଜାତି ପ୍ରଭାନୀ ସ୍ୱର୍ଣ୍ଣ-୧୫୪ ମଧ୍ୟ ବୁଣିବା ପାଇଁ ମନ୍ତ୍ରଣାଳୟରୁ ଅନୁମତି ମିଳିଛି । ତେବେ ଏହା କେବଳ ମହାରାଷ୍ଟ୍ରରେ ବୁଣିବା ପାଇଁ ଅନୁମତି ପାଇଛି ।
  15. କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଏମୋନିଆ ଉତ୍ପାଦନ ପାଇଁ ଏକ ସମ୍ଭାବ୍ୟ ରାଜ୍ୟ ଭାବରେ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଦ୍ୟୁତ ବିକାଶ ନିଗମ ଲିମିଟେଡ (ଡବ୍ଲୁବିପିଡିସିଏଲ) ପାଇଲଟ ପ୍ରକଳ୍ପ ଭାବରେ ଦୁର୍ଗାପୁରରେ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି।
  16. ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦେଶରେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବାକୁ ସରକାର ମଧ୍ୟ ସମର୍ଥନ କରିଛନ୍ତି।
  17. ଆୟୋଜକ ବାଂଲାଦେଶ  ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ରୋମାଞ୍ଚକର ମୁକାବିଲାରେ ୧ ଓ୍ଵିକେଟରେ ପରାସ୍ତ କରିଛି। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ସମେତ ଭାରତୀୟ କ୍ରିକେଟ୍ ଦଳର ଅନେକ ତାରକା ବ୍ୟାଟସମ୍ୟାନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।
  18. ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି।  ନ୍ୟୁୟର୍କ ଚଳଚ୍ଚିତ୍ର ସମାଲୋଚକ ସର୍କଲ (NYFCC) ର ବେଷ୍ଟ ଆଡଭେଞ୍ଚର ଫିଲ୍ମ ‘RRR’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି।
  19. ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ୍‌’ର ଟ୍ରେଲର୍‌ ଏବେ ଟ୍ରେଣ୍ଡରେ ରହିଛି। ବାସ୍ତବରେ ଏହା ଏବେ ଇଣ୍ଟର୍‌ନେଟ୍‌ରେ ରାଜ୍‌ କରୁଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ । 
  20. ଭାରତୀୟ ମୂଳ କାନାଡିୟ ଟିକଟୋକ ତାରକା ମେଘା ଠାକୁରଙ୍କ ଦେହାନ୍ତ । ଏନେଇ ତାଙ୍କ ପିତାମାତା କିଛି ଦିନ ପରେ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ଦେହାନ୍ତ ହୋଇଛି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି। ମେଘା ଠାକୁରଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା ଏବଂ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.