• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଟିକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ ।
  2. ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରଥମେ ଦେଶର ଜନସାଧାରଣଙ୍କ ପୋଷାକ ଏବଂ ହେୟାର ଷ୍ଟାଇଲ ଏବଂ ଏବେ ପିଲାମାନଙ୍କ ନାମ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି । ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାମ ବୋମା ଏବଂ ବନ୍ଧୁକ ଏବଂ ସାଟେଲାଇଟ୍ ରଖିବାକୁ କୁହାଯାଇଛି ।
  3. ପଦ୍ମପୁରବାସୀ ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା । ୪ଟା ପରେ ଯେଉଁମାନେ ବୁଥ ଭିତରେ ରହିଥିଲେ ସେମାନଙ୍କୁ ଭୋଟ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପ୍ରାୟ ୮୯ଟି ବୁଥରେ ୧୨ ହଜାର ଭୋଟର ୪ଟା ପରେ ମତଦାନ କରିଥିଲେ ।
  4. ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ ଆସନରେ ଭୋଟ ହୋଇଥିଲା। ଏକଜିଟ୍ ପୋଲର ସୂଚନା, ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା।
  5. ଦକ୍ଷିଣ ଆଣ୍ଡାମାନ ସାଗରରେ ବାତ୍ୟାର ମୂଳଦୁଆ ପଡିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ୨୪ ଘଣ୍ଟାରେ ଅବପାତ ରୂପ ନେବ । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଲଘୁଚାପ । ଅବପାତର ୨୪ ଘଣ୍ଟା ପରେ ଏହା ବାତ୍ୟାର ରୂପ ନେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ରୂପନେବା ସମ୍ଭାବନା ରହିଛି । ଡିସେମ୍ବର ୮ରେ ବାତ୍ୟା ସ୍ଥଳଭାଗ ଛୁଇଁବ । 
  6. ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି।
  7. ରାଜ୍ୟର ସମସ୍ତ ଘରୋଇ ସ୍କୁଲର ସିଓଆର(ସାର୍ଟିଫିକେଟ୍‍ ଅଫ୍‍ ରେକଗନିସନ୍‍) ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାକୁ କଡ଼ାକଡ଼ି ଯାଞ୍ଚ ପାଇଁ ତୃଣମୂଳ ସ୍ତରରେ ବିଇଓ ଏବଂ ସିଆରସିସିମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ଓସେପାର ତଥ୍ୟ ଅନୁଯାୟୀ, ରାଜ୍ୟରେ ଆହୁରି ୧୨୮୬ଟି ଅଣସ୍ୱୀକୃତିପ୍ରାପ୍ତ ସ୍କୁଲ ଏବେ ମଧ୍ୟ ଚାଲିଛି। ଓସେପା ୱେବ୍‍ସାଇଟ୍‍ର ତଥ୍ୟ ଅନୁସାରେ ସାରା ରାଜ୍ୟରେ ୬୨ ହଜାର ୨୯୧ଟି ସ୍କୁଲ ଥିବା ବେଳେ ୪୮ହଜାର ୮୩୮ଟି ସରକାରୀ ସ୍କୁଲ ରହିଛି।
  8. କେନ୍ଦ୍ର ସରକାର ଜନଗଣନା -୨୦୨୧ ପ୍ରକ୍ରିୟା ଏଯାଏଁ ଆରମ୍ଭ କରିନାହାନ୍ତି। ଏହି ପ୍ରକ୍ରିୟା ୨୦୨୦ରୁ ଆରମ୍ଭ ହେବା କଥା। ମାତ୍ର କରୋନା କାରଣରୁ ଏହା ହୋଇପାରି ନ ଥିଲା। ଗତ ବର୍ଷ ଠାରୁ କରୋନା ପ୍ରକୋପ ହ୍ରାସ ପାଇସାରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି। ହେଲେ ନିହାତି ଆବଶ୍ୟକ ଜନଗଣନା ପ୍ରକ୍ରିୟା ସମ୍ପାଦନ ହୋଇପାରୁନାହିଁ। ଜନଗଣନା ନେଇ କେନ୍ଦ୍ର କାହିଁକି ନିଷ୍ପତ୍ତି ନେଇ ପାରୁନି, ତାହା ବହୁ ରାଜ୍ୟକୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।
  9. ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି ।
  10. ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ରରେ ବିପୁଳ ୫୩୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରତିବଦ୍ଧତା ଦେଖିବାକୁ ମିଳିଛି। ଏହାଫଳରେ ରାଜ୍ୟରେ ପ୍ରତିବର୍ଷ ୩୦୦୦୦ ଚାକିରି ସୃଷ୍ଟି କରିବାର ସମ୍ଭାବନା ରହିଛି। 
  11. ରୁଷର କାସପିନ୍ ସାଗର ଉପକୂଳରେ ବିରଳ ପ୍ରଜାତିର ୨୫୦୦ ମୃତ ସିଲ୍ ଭାସି ଆସି ସମୁଦ୍ର ତଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ସିଲଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାସପିନ୍ ସିଲ୍ ହେଉଛି କାସପିନ୍ ସାଗରରେ ଥିବା ଏକମାତ୍ର ସ୍ତନ୍ୟପାୟୀ ପ୍ରାଣୀ । ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର କନଭର୍ସନ ଅଫ୍ କନଜରଭେସନ ଦ୍ୱାରା ସେମାନଙ୍କୁ ବିରଳ ଘୋଷଣା କରି ୨୦୦୮ ମସିହାରୁ ସେମାନଙ୍କୁ ରେଡ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।
  12. ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟରେ ଥିବା ଏସବିଆଇ ଏଟିଏମ ପୋଡ଼ି ଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର କେନାଲ ରୋଡ଼ ଓସ୍କାର ସିଟିରେ ଥିବା ଏଟିଏମ ଜଳି ଯାଇଛି । ଏହି ଏଟିଏମ ଉପରେ ପାଖାପାଖି ୫ ହଜାରରୁ ୧୦ ହଜାର ଲୋକ ନିର୍ଭର କରୁଥିଲେ । 
  13. ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ଦଶ ହଜାର ଦୁର୍ଘଟଣା ଘଟୁଥିବା ବେଳେ ୫ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହି ଦୁର୍ଘଟଣା ଗୁଡିକୁ ଲକ୍ଷ୍ୟକଲେ ଜଣାପଡେ ଅନେକ ଲୋକେ ହେଲମେଟ ବ୍ୟବହାର କରି ନଥିବାରୁ ସେମାନଙ୍କ ଜୀବନ ହରାଇଥାନ୍ତି। ନିକଟରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ପ୍ରତିକ୍ଷା’ ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଇବାକୁ ପ୍ରୟାସ କରିଛି।
  14.  ଜାଲନୋଟ୍, କଳାଧନ ଓ ଆତଙ୍କିପାଣ୍ଠି ହେଉଛି ତିନି ପ୍ରକାରର  ଅସୁର, ଠିକ୍ ପୁରାଣ ବର୍ଣ୍ଣିତ ଜରାସନ୍ଧ ଅସୁର ପରି, ନ କାଟିଲେ ମରିବ ନାହିଁ । ବିମୁଦ୍ରୀକରଣ ସଂପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହା କହିଛନ୍ତି ।ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମାନି ଏକ ୫ ଜଣିଆ ସୁପ୍ରିମକୋର୍ଟ ବେଞ୍ଚ ଆଗରେ କହିଛନ୍ତି ଯେ ଏହି ତିନି ଅସୁରଙ୍କୁ ଲୋପ କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ।
  15. ଏକଜିଟ୍ ପୋଲରେ, ଆମ୍ ଆଦମୀ ପାର୍ଟିକୁ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​୨୫୦ରୁ ୧୪୯ରୁ ୧୭୧ ୱାର୍ଡ ଜିତିବାକୁ ନେଇ ଆକଳନ କରାଯାଇଛି। ‘ଟାଇମ୍ସ ନାଓ’ର  ଏକଜିଟ୍ ପୋଲରେ ଆପ୍ ୧୪୬ରୁ ୧୫୬ଟି ସିଟ୍ ପାଇବାକୁ ଯାଉଥିବା କୁହାଯାଇଛି। ‘ଆଜତକ୍‘ର ଏକଜିଟ୍ ପୋଲ୍ ବିଜେପି ୬୯ରୁ ୯୧ ୱାର୍ଡରେ ଜିତିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଟାଇମ୍ ନାଓ ୮୪ ରୁ ୯୪ ୱାର୍ଡରେ ଦଳ ଜିତିବ ବୋଲି ପୂର୍ବାନୁମାନ କରିଛି।
  16. ମସ୍କ ଦାବି କରିଛନ୍ତି ଯେ ତାଙ୍କ ସହ କିଛି ଅଘଟଣ ଘଟିବା କିମ୍ବା ତାଙ୍କ ଉପରକୁ ଗୁଳି ଚଳାଯିବାର ଆଶଙ୍କା ଯଥେଷ୍ଟ ରହିଛି। ଟ୍ୱିଟର ସ୍ପେସସରେ ଦୁଇ ଘଣ୍ଟାର ଅଡିଓ ଚାଟରେ ଶ୍ରୀ ମସ୍କ କହିଛନ୍ତି ଯେ, ଆକ୍ରମଣର ଭୟ ଥିବାରୁ ସେ ଖୋଲା କାରରେ ବୁଲିବାକୁ ଡରୁଛନ୍ତି ଏବଂ ତାଙ୍କ ପାଖରେ ସେଭଳି କାର ମଧ୍ୟ ନାହିଁ।
  17. ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଜିଲ୍ଲା ଓ୍ଵାଇନାଡ ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ମୋଦୀ ସରକାର ସ୍ଵାସ୍ଥ୍ୟ, ପୋଷଣ, ବିତ୍ତୀୟ ସମାବେଶ ଏବଂ ଦକ୍ଷତା ବିକାଶ ମାମଲାରେ ପ୍ରଗତି କରିଥିବା ଜିଲ୍ଲାଗୁଡିକ ମଧ୍ୟରୁ ଓ୍ଵାଇନାଡକୁ ପ୍ରଥମ ସ୍ଥାନରେ ରଖିଛନ୍ତି।
  18. ୟୁକ୍ରେନ ଡୋନେଟସ୍କ୍ ଏବଂ ପୋଲଟାଭାରେ ବଡ଼ ବିସ୍ଫୋରଣ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ପରେ ୟୁକ୍ରେନରେ ବିମାନ ଆକ୍ରମଣ ପାଇଁ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଖାରକିଭରେ ବିସ୍ଫୋରଣ ନେଇ ସୂଚନା ମିଳିଥିଲା ।
  19. ହିମାଚଳ ପ୍ରଦେଶରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ହେବାର ପରମ୍ପରା ଏ ଯାଏଁ ଜାରି ରହିଛି। ତେବେ ଏଥର ଏହି ପରମ୍ପରା ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ବିଧାନସଭା ନିର୍ବାଚନ ଜିତି ଇତିହାସ ରଚିବ ବୋଲି ଏକଜିଟ୍ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି। 
  20. ଫ୍ରେଞ୍ଚ ଅଥର ଡମିନିକ୍ ଲେପିୟର ଭାରତର ସ୍ବାଧୀନତା ଏବଂ ବିଭାଜନ ଉପରେ ନେଇ ଲେଖିଥିବା ଲୋକପ୍ରିୟ ପୁସ୍ତକ ‘ଫ୍ରିଡମ୍ ଆଟ୍ ମିଡନାଇଟ୍’ ଖୁବ୍ ଲୋକପ୍ରିୟ ହୋଇପାରିଥିଲା ଏବଂ ସେହିଭଳି ତାଙ୍କ ଦ୍ବାରା ରଚିତ ‘ସିଟି ଅଫ୍ ଜଏ’ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା। ୯୧ ବର୍ଷ ବୟସରେ ଲେପିୟରଙ୍କ ପରଲୋକ ତାଙ୍କ ପତ୍ନୀ ଭାର-ମାର୍ଟିନ ରବିବାର ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.