• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସରକାରୀ ରିପୋର୍ଟ ‘ରୁରାଲ ହେଲ୍‌ଥ ଷ୍ଟାଟିଷ୍ଟିକ୍ସ ୨୦୨୦-୨୧’ ରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଦେଶର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ଏବଂ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଡାକ୍ତର ସମସ୍ୟା ୪.୩ରୁ ୮୦% ପର୍ଯ୍ୟନ୍ତ ରହିଛି। ୨୦୦୫ରେ ଦେଶର ପିଏଚ୍‌ସି ଗୁଡିକରେ ମୋଟ ୨୦,୩୦୮ ଜଣ ଏଲୋପାଥିକ ଡାକ୍ତର ଥିଲେ। ଏହି ସଂଖ୍ୟା ୨୦୨୧ ବେଳକୁ ୩୧,୭୧୬ରେ ପହଞ୍ଚି ଯାଇଛି। ତଥାପି ଅନେକ ପିଏଚ୍‌ସିରେ ଆବଶ୍ୟକତା ଅନୁସାରେ ଡାକ୍ତର ନାହାନ୍ତି।
  2. ଫୁଲବାଣୀରେ ଯବାନ ଓ ମାଓବଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୨ ମାଓବାଦୀ ମୃତ୍ୟୁ ହୋଇଥିବା ବେଳେ ବହୁ ଆହାତ ହୋଇଥିବା ଜଣାପଡିଛି।  କିଛି ମାଓ କ୍ୟମ୍ପ ଠାବ ହେବା ସହ ବହୁ ମାଓ ସାମଗ୍ରୀ ଜବତ ମଧ୍ୟ ହୋଇଥିବା ସୁଚନା ମିଳିଛି। କେକେବିଏନ ମାଓ ସଂଗଠନ ଉକ୍ତ ଜଙ୍ଗଲରେ ରହିଥିବା ସନ୍ଧେହ କରାଯାଉଛି ।
  3. ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ ତାହା ସଚଳ ହୋଇ ପାରିନାହିଁ। ଭାରତ ସରକାରଙ୍କ ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା ଆଇସିଏମଆର ଉପରେ ସାଇବର ଆକ୍ରମଣ ପାଇଁ ହୋଇଛି ଘନଘନ ପ୍ରୟାସ। କୋଟିଏ ଦିନରେ ସାଇବର ହ୍ୟାକର ଆଇସିଏମଆର ୱେବସାଇଟ୍ ଉପରେ ୬ ହଜାର ଥର ସାଇବର ଆକ୍ରମଣ ଉଦ୍ୟମ କରିଛନ୍ତି।
  4. ବହୁଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କୋର୍ଟ ମଙ୍ଗଳବାର ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି। ସମସ୍ତଙ୍କୁ ହତ୍ୟା, ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଦଫାରେ ଅଭିଯୁକ୍ତ କରାଯାଇଛି । ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।
  5. ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।
  6. ଭୁବନେଶ୍ୱର ମହାନଗର ନିଗମକୁ ଜାତୀୟ ସ୍ତରରେ ଆଉ ଏକ ବଡ଼ ସଫଳତା । ସ୍ବେରେଜ, ସେଫଟେଜ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ବିଏମସି ପୁରସ୍କୃତ । ଆସନ୍ତା ୭ ଓ ୮ ତାରିଖରେ ବିଲ୍ଲୀରେ ହେବାକୁ ଥିବା ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍କୃତ ହେବ ବିଏମସି ।
  7. ଉତ୍ତରାଞ୍ଚଳ କୁରିଲ୍‌ ଦ୍ବୀପରେ ଭ୍ରାମ୍ୟମାଣ ‘ଡିଫେନ୍‌ସ୍‌ ମିସାଇଲ୍‌ ସିଷ୍ଟମ୍’ ମୁତୟନ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
  8. କଲମ୍ବିଆରେ ପୁଣି ଥରେ ଭୟଙ୍କର ଭୂସ୍ଖଳନରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ ଜଣଙ୍କୁ ଉଦ୍ଧାର କରାଯାଇଛି ଯେଉଁଥିରେ ୪ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।
  9.  ଦେଶରେ ଦାନା ବାନ୍ଧୁଛି ଅଣ ବିଜେପି ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଗଠନ ପାଇଁ ପ୍ରକ୍ରିୟା ଢ଼େର ଦିନରୁ ଆରମ୍ଭ ହୋଇଛି। ତେଲଙ୍ଗାନା, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଶାସନ କରୁଥିବା ଆଞ୍ଚଳିକ ଦଳଗୁଡ଼ିକ ନିଜନିଜସ୍ତରରେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
  10. ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ହିତାଧିକାରୀଙ୍କ ନିକଟରେ ଖାଦ୍ୟଶସ୍ୟ ଯେପରି ପହଞ୍ଚିବ ତାହା ତଦାରଖ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  11. ପରେଶ ରାଓ୍ଵଲଙ୍କ ମୁସ୍କିଲ ଥମିବାର ନାଁ ନେଉନାହିଁ। ରାଓ୍ଵଲଙ୍କୁ କୋଲକାତା ପୋଲିସ୍ ସମନ ଜାରି କରିଛି। ବଙ୍ଗାଳିଙ୍କୁ ନେଇ କରିଥିବା ଟିପ୍ପଣୀରେ ରାଓ୍ଵଲଙ୍କୁ ପୋଲିସ୍ ଜେରା କରିବ। 
  12. କର୍ଣ୍ଣାଟକର ବେଲଗାଭୀ (ବେଲଗାମ) ନିକଟସ୍ଥ ହିରବାଗେୱାଡୀ ଟୋଲ ନାକା ନିକଟରେ କନ୍ନଡ ରକ୍ଷଣ ବେଦିବା (କାର୍ଭେ) ସଙ୍ଗଠନ ବିଭିନ୍ନ ସ୍ଲୋଗାନ ଦେବା ସହ ମହାରାଷ୍ଟ୍ର ବାହନ ଭଙ୍ଗାରୁଜା କରିଛି ଓ ପୁଣେର ବାହନଙ୍କୁ ବେଙ୍ଗାଲୁରୁ ଯିବାକୁ ଦେଇନି। ଏହାକୁ ନେଇ ଏନସିପି ନେତା ଶରଦ ପାୱାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛନ୍ତି।
  13. ଇଣ୍ଟରନାସନାଲ ଲେବର ଅର୍ଗାନାଇଜେସନ (ଆଇଏଲଓ), ଲଏଡ୍ସ ରେଜିଷ୍ଟର ଫାଉଣ୍ଡେସନ (ଏଲଆରଏଫ୍) ଏବଂ ଗାଲପ୍ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ପ୍ରାୟ ୫ ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ବା ୧୭.୯ ପ୍ରତିଶତ ଲୋକ କର୍ମକ୍ଷେତ୍ରରେ ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। 
  14. ଇରାନ ୨୦୨୨ରେ ୫୦୦ରୁ ଅଧିକ ଲୋକଙ୍କୁ ପାଶୀ ଦଣ୍ଡ ଦେଇଛି । ମାନବାଧିକାର ସଂଗଠନ ଅନୁସାରେ ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ ରହିଛି । ନରୱେ ସ୍ଥିତ ସଂସ୍ଥା ଇରାନ ହ୍ୟୁମନ ରାଇଟ୍ସ (ଆଇଏଚଆର) କହିଛି ଚଳିତ ବର୍ଷ ଇରାନରେ ଅତି କମରେ ୫୦୪ ଜଣଙ୍କୁ ଫାଶୀ ଦିଆଯାଇଛି ।
  15. ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ନିଜର ୩୩ ସପ୍ତାହର ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇନ ଅନୁସାରେ ୨୪ ସପ୍ତାହର ଭ୍ରୁଣକୁ ଗର୍ଭପାତ କରିବାର ଅନୁମତି ରହିଛି । 
  16. ଓଡ଼ିଶା ସମେତ ୫ ରାଜ୍ୟର ଭୂମିହୀନଙ୍କ ପାଇଁ ଆବଣ୍ଟିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଘର ଫେରିଯିବାର ଆଶଙ୍କା ଦେଖାଦେଇଛି । ଏହି ରାଜ୍ୟମାନେ ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ଚରମବାଣୀ ଶୁଣାଇଛନ୍ତି ।
  17. ୨୦୨୩ରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥି ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠରେ କିଛି କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ । ଆଗକୁ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଉପରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
  18. ୟୁକ୍ରେନ୍‌ ଉପରେ ରୁଷର ଘନଘନ ଆକ୍ରମଣ ପରେ ଏବେ ୟୁକ୍ରେନ୍‌ ସାଜିଛି ରକ୍ତମୁଖା । ଗତକାଲି ଅର୍ଥାତ୍‌ ସୋମବାର ରୁଷର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଦୁଇଟି ଏୟାରବେସ୍ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଟିନଙ୍କ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । କିଛି ସୈନିକ ମଧ୍ୟ ଆହତ ହୋଇଛନ୍ତି ।
  19. ଆଗାମୀ ଦିନରେ ରାଜ୍ୟରେ ଆରମ୍ଭ ହେବ ‘ଡ୍ରୋନ୍ ଟ୍ୟାକ୍ସି ସେବା । ଓଡ଼ିଶାରେ ଏକ କମ୍ପାନୀ ୩୦୦ କୋଟି ଟଙ୍କା ଏଥିପାଇଁ ନିବେଶ କରିବାକୁ ଯାଉଛି । ଏହି ଅର୍ଥକୁ କମ୍ପାନୀ ଗବେଷଣା ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ବ୍ୟୟ କରିବ ବୋଲି ଜଣାପଡ଼ିଛି ।
  20. ଏନପିଏସ୍‌ ଯୋଜନା ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଏହାକୁ ସଞ୍ଚାଳିତ କରାଯାଇଛି। ବର୍ଷ ୨୦୦୪ ରେ ଲାଗୁ ହୋଇଥିବା ଏହି ଯୋଜନା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ। ଏହା ସେହି କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥାଏ ଯେଉଁମାନେ ୧ ଜାନୁଆରୀ ୨୦୦୪ କିମ୍ବା ଏହାପରେ ସେବାରେ ସାମିଲ ଅଛନ୍ତି। ମେ ୨୦୦୯ରେ ଏହାକୁ ବ୍ୟକ୍ତିଗତ ଓ ସଂଗଠିତ କ୍ଷେତ୍ରରେ ବିସ୍ତାରିତ ବା କାର୍ଯ୍ୟକାରୀ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.