• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜାତିସଂଘ ମୁଖ୍ୟାଳୟରେ ଭାରତର ପ୍ରଖ୍ୟାତ ଶିଳ୍ପକାର ପଦ୍ମଶ୍ରୀ ରାମ ସୁତାରଙ୍କ ଦ୍ଵାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ମୂର୍ତ୍ତି ଉନ୍ମୋଚିତ ହୋଇଛି ।
  2. ସିଜେଆଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ବ୍ୟକ୍ତି ସ୍ଵାଧୀନତାର ଗୁରୁ୍ତ୍ବ କଥା କହିଛନ୍ତି। ସିଜେଆଇ କହିଛନ୍ତି, ଦେଶର ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେବା ଭଳି ମାମଲାରେ ଆମେ ଯଦି ତତ୍ପରତା ଦେଖାଇବୁନି ତେବେ ସୁପ୍ରିମକୋର୍ଟ ନିଜର ସ୍ଵତନ୍ତ୍ର ସାମ୍ବିଧାନିକ କ୍ଷମତାର ଉଲ୍ଲଂଘନ କରିବ। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଆମେ ନିଜ ବିବେକକୁ ଶୁଣିବୁନି ତେବେ ଆମେ ଏଠାରେ ଅଛୁ କ’ଣ ପାଇଁ ?
  3. କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ଵାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି।
  4. ଲଣ୍ଡନରେ ୧୦ କୋଟି ଟଙ୍କା ମୂଲ୍ୟର ନକଲି ନୋଟ ଛାପିବା ଅଭିଯୋଗରେ ପୁଲିସ ବାପା-ପୁଅଙ୍କୁ ଗିରଫ କରିଛି | ପୁଲିସର ତଦନ୍ତ ସମୟରେ ଉଭୟ ଅପରାଧୀଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ ଥିବାର ସାମ୍ନାକୁ ଆସିଛି। 
  5. ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ନିକଟରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଲକ୍ଷ୍ମୀରେଡ୍ଡୀ ସ୍ରିନୁଙ୍କର ମୃତ୍ୟୁ ହୋଇଯାଇଛି।
  6. ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ ବୋଲି କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମ‌ାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
  7. ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୬୩ରେ ପହଞ୍ଚିଥିବା ବେଳେ ଏହି ମଦ ବିଭୀଷିକା ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। 
  8.  ୩୧ ବର୍ଷର ଏକ ପୁରୁଣା ନକଲି ଏନକାଉଣ୍ଟର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ୪୩ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି।
  9.  ଭାରତ ବା ବିଏଚ୍‌ ସିରିଜ୍ ପଞ୍ଜୀକରଣ କେବଳ ନୂଆ ଗାଡ଼ିରେ ସୀମିତ ରହିବ ନାହିଁ। ସାଧାରଣ ପଞ୍ଜୀକରଣରେ ଚାଲୁଥିବା ଗାଡ଼ିକୁ ବିଏଚ୍‌ ପଞ୍ଜୀକରଣରେ ସାମିଲ କରାଯାଇପାରିବ। ଏଥିପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।
  10. ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି।
  11. ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି।
  12. ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍‌କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍‌ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି।
  13.  ଓଡ଼ିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ ।
  14. ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍‍ ଓ ଏଲ୍‍ଏଲ୍‍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍‍ ଫେସ୍‍ଲେସ୍‍ ସେବା ଆରମ୍ଭ କରିବ। ଏହି ବ୍ୟବସ୍ଥା ଜରିଆରେ ଡାକ୍ତରୀ ପ୍ରମାଣପତ୍ରର ଅନ୍‍ଲାଇନ୍‍ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା ନବୀକରଣ କରିବାକୁ ଚାହୁଁଥିବା ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
  15. ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ ।
  16. ଦେଶରେ ୨୦୨୧ ଶେଷ ସୁଦ୍ଧା ୧୨୮ କୋଟି ୯୯ ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି। ତେବେ ଗତ ୫ ବର୍ଷରେ ୩, ୫୫, ୮୮୪ ଜାଲ୍‌ ଆଧାର କାର୍ଡ ବନା ଯାଇଛି। ଏ ସବୁକୁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ରଦ୍ଦ କରି ଦେଇଛି। 
  17. ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଖରାପ ହେଲେ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉତ୍ତରଦାୟୀ ହେବେ । ଶ୍ରେଣୀଗୃହର ସାମୂହିକ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀମାନେ ସାମୂହିକ ଭାବେ କେଉଁ ବିଷୟ ବସ୍ତୁରେ ଭଲ ପ୍ରଦର୍ଶନ କରୁଛନ୍ତି ଓ କେଉଁ ବିଷୟବସ୍ତୁରେ ଖରାପ ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରଖାଯିବ 
  18. ଶିମିଳିପାଳ ଜେନାବିଲ ରେଞ୍ଜରେ ଥିବା କୁଙ୍କି ତଥା ପୋଷା ହାତୀ ଶୋଭା ମୃତ୍ୟୁବରଣ କରିଛି । ଦିର୍ଘ ଦିନରୁ ଅସୁସ୍ଥ ଥିଲା କୁଙ୍କି ହାତୀ ଶୋଭା। ୨୦୦୨ ରୁ ଶିମିଳିପାଳରେ କୁଙ୍କି ହାତୀ ଭାବେ ନିୟୋଜିତ ଥିଲା ଶୋଭା। ହାତୀର ବୟସ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଥିବା ସୂଚନା।
  19. ଲିପଷ୍ଟିକ୍ ମହିଳାମାନଙ୍କର ସୁନ୍ଦରତା ବୃଦ୍ଧି କରିଥାଏ। ସୁନ୍ଦର ପୋଷାକ ସହିତ ମ୍ୟାଚିଂ ଲିପଷ୍ଟିକ୍ ସେମାନଙ୍କର ଆତ୍ମନିଶ୍ୱାସ ବୃଦ୍ଧି କରିଥାଏ। ଏହା ସହିତ ଏହା ଓଠକୁ ସୁଷ୍କ ହେବାଠାରୁ ମଧ୍ୟ ଦୁରେଇ ରଖିଥାଏ। ତେବେ ଗୋଟିଏ ଲିପଷ୍ଟିକ୍ ପରିବାର ସଦସ୍ୟ କିମ୍ବା ଅନ୍ୟ କାହା ସହିତ ବ୍ୟବହାର କରିବା କ୍ଷତିକାରକ ହୋଇପାରେ। 
  20.  ଶାହାରୁଖ୍‌ଙ୍କ ପ୍ରଶଂସକମାନେ ‘ପଠାନ୍’ର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ପାଇଁ ଶାହାରୁଖ୍ ସର୍ବାଧିକ ୧୦୦ କୋଟି ନେଇଥିବା କୁହାଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.