• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍‌ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି ମୁକୁଟ ବିଜୟିନୀ ହୋଇଛନ୍ତି।
  2. ସୁପର ସନ୍‌ଡେର ମେଗା ଫାଇନାଲ୍‌ରେ ଆର୍ଜେଣ୍ଟିନା ତୃତୀୟ ବିଶ୍ବକପ୍‌ ଟାଇଟଲ ଜିତିଛି।  ମେସିଙ୍କ ସ୍ଵପ୍ନ ପୂରଣ: ଆର୍ଜେଣ୍ଟିନା ଫିଫା ବିଶ୍ଵ କପ୍ ଚାମ୍ପିଅନ, ପେନାଲଟି ସୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ଦେଲା ମାତ୍ ।
  3. ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବଡ଼ ବୟାନ ଦେଇଛନ୍ତି। ମହାରାଷ୍ଟ୍ରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାୱାନକୁଲେ ପୁଣି ଥରେ ଦାବି କରିଛନ୍ତି। 
  4. କାମ୍ପାଲାର କାଟୱେ କବାଟୋରୋ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଜଳଦସ୍ତୀ ଶିଶୁକୁ ଗିଳିବା ପରେ ଓଗାଳି ଦେଇଥିବା ଖବର ମିଳିଛି। ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣ ଘଟିଥିଲେ ବି ଶିଶୁର ଜୀବନ ବଞ୍ଚି ଯାଇଛି। 
  5.  ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌’ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।
  6. ‘ପାକିସ୍ତାନ ପିପୁଲ୍‌ସ୍‌ ପାର୍ଟି’ର ନେତ୍ରୀ ଶାଜିୟା ମରି ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଇଥିବା କଥା ‘ବୋଲ୍‌ ନିଉଜ୍‌’ରୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।
  7. ଦେଶବ୍ୟାପୀ ଚାଲିଥିବା ହିଜାବ୍‌ ବିରୋଧୀ ପ୍ରତିବାଦ ବିଷୟରେ ମିଥ୍ୟା ରଟନା କରିଥିବା ଅଭିଯୋଗରେ ଇରାନ୍‌ର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଇରାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଗିରଫ କରିଥିବା କଥା ଶନିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
  8. ଉତ୍ତର ପ୍ରଦେଶର ଗୋରଖପୁରରେ ଦୁର୍ଟଘଣାଗ୍ରସ୍ତ ହୋଇଥିବା ଜଣେ ମୂକ ଓ ବଧିର ଭିକାରିଙ୍କ ପକେଟ୍‌ରୁ ପୁଲିସ ୩.୬୩ ଲକ୍ଷ ଟଙ୍କା ପାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
  9. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ମଧ୍ୟସ୍ଥତା କରୁଥିବା ବେଳେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ଉପେକ୍ଷା କରୁଥିବାରୁ ‘ଶିବସେନା’ ନେତା ସଞ୍ଜୟ ରାଉତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।
  10. ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଦେଶର ସବୁ ଗ୍ରାମରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଉପରେ କାର୍ଯ୍ୟ କରୁଛି।
  11. କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ସ୍ବାସ୍ଥ୍ୟସେବାରେ ଉନ୍ନତି, ଭିତ୍ତିଭୂମିର ବିକାଶ ଓ ଡାକ୍ତର ସଂଖ୍ୟା ବୃଦ୍ଧି ପାଇଁ ସରକାର ଚେଷ୍ଟା କରୁଛନ୍ତି। ସେହି ପ୍ରଚେଷ୍ଟାର ଅଂଶ ସ୍ବରୂପ ଗତ ୮ ବର୍ଷରେ ସରକାର ଏମ୍‌ବିବିଏସ୍ ସିଟ୍ ୮୭ ପ୍ରତିଶତ ଏବଂ ପିଜି ସିଟ୍ ୧୦୫ ପ୍ରତିଶତ ବୃଦ୍ଧି କରିଛନ୍ତି।
  12. ୧୩କୋଟି ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଏକ ବ୍ରିଜ୍ ଭୁଶୁଡିବା ପରେ ଏବେ ବିହାର ସରକାରଙ୍କ ଆଡକୁ ପ୍ରଶ୍ନର ଆଙ୍ଗୁଳି ଉଠିଛି।
  13. ଚାଇନା ଉତ୍ପାଦକୁ ବୟକଟ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା।
  14. ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା ଏହାର ମୁଖ୍ୟ ନିର୍ବାଚନୀ କାର୍ଯ୍ୟସୂଚୀ ରହିଆସିଛି।
  15. ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।
  16. କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା ତଥା ରାଜନେତା କମଲ ହାସନ। ଆସନ୍ତା ଡିସେମ୍ବର ୨୪ରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବେ।
  17. ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି ।
  18. ୧୭ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୬ ପ୍ରତିଶତ ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟି ପାର କରିଛି। ଟିଡିଏସ ରିହାତି ଏବଂ କର୍ପୋରେଟ୍ ଆଡଭାନ୍ସ ଟ୍ୟାକ୍ସ ସଂଗ୍ରହରେ ଉନ୍ନତ ପ୍ରଦର୍ଶନ ଏହି ଅଭିବୃଦ୍ଧିରେ ସହାୟକ ହୋଇଛି । ରବିବାର ସରକାର ଏହି ସୂଚନା ଦେଇଛନ୍ତି ।
  19. ୟୁପିଆଇ ସହିତ ଦେଶର ଡିଜିଟାଲକରଣ ବଢୁଛି । ଦେଶର ଡିଜିଟାଲ ପେମେଣ୍ଟ ବିପ୍ଳବ ଆଣିବାରେ ୟୁପିଆଇର ପ୍ରମୁଖ ଯୋଗଦାନ ରହିଛି । ତେବେ ନଭେମ୍ବର ୨୦୨୨ରେ ୧୧.୯୧ ଲକ୍ଷ କୋଟି ଟଙ୍କାର ୭୩୦ କୋଟିରୁ ଅଧିକ କାରବାର ହୋଇଛି ।
  20. ଦୁଇଦିନରେ ସରିଲା ଅଷ୍ଟ୍ରେଲିଆ-ଦକ୍ଷିଣ ଆପ୍ରିକା ଟେଷ୍ଟ। ଅଷ୍ଟ୍ରେଲିଆ ୬ ୱିକଟେରେ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଥିବା ୭୬.୯୨% ସହ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଫାଇନାଲର ନିକଟତର ହୋଇଛି। ୫୪,୫୫ ସହ ପରାଜିତ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନକୁ ଖସିଯାଇଥିବା ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.