• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଦେଶର ଆଇନ । ଏହା ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଦେଶର ଆଇନକୁ ସମସ୍ତେ ମାନିବା ଲାଗି ବାଧ୍ୟ।
  2. ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି।

  3. ଗତ ୫ବର୍ଷ ମଧ୍ୟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍‌ ସିବିଆଇ ଦାଖଲ କରିଛି।

  4. ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍‌)ର ନାମ ବଦଳିଛି। ବର୍ତ୍ତମାନ ଏହା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ନାମରେ ଜଣାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦଳକୁ ଏନେଇ ସ୍ବୀକୃତି ମିଳିଯାଇଛି।

  5. ଧନୁଯାତ୍ରାରେ ବଳରାମ ପାଇଁ ମନୋନୀତ କଳାକାର ୧୨ ବର୍ଷର କୁନି କଳାକାର ଶ୍ରେୟସ ପୂଜାରୀଙ୍କ ମୃତ୍ୟୁ ହୋଇଛି। ଘରେ ଖେଳୁଥିବାବେଳେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ଶ୍ରେୟସ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବରଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  6. ରାଜ୍ୟ ସଭାରେ ୟୁନିଫର୍ମ ସିଭିଲ କୋର୍ଡ ବିଲ ଆଗତ ହେଲା । ବିଲ ଆଗତ କଲେ ବିଜେପି ସାଂସଦ କିରୋଡିନାଲ ମୀନା।

  7. ୟୁଟ୍ୟୁବରେ ପ୍ରଦର୍ଶିତ ହୋଇଥିବା ଏକ ବିଜ୍ଞାପନ ପାଇଁ ଗୁଗୁଲ ଇଣ୍ଡିଆରୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜନୈକ ଆବେଦନକାରୀଙ୍କ ଉପରେ ଅଦାଲତ ଶୁକ୍ରବାର ଦିନ ୨୫,୦୦୦ ଟଙ୍କାର ଜରିମାନା ଲଦି ଦେଇଛନ୍ତି।

  8. କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଘୋଷଣା କରି କହିଛନ୍ତି  ଆଗମୀ କିଛି ବର୍ଷ ମଧ୍ୟରେ ଆମେରିକା ଭଳି ହେବ ଭାରତର ରାସ୍ତା।

  9. ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ କଂଗ୍ରେସକୁ ସବୁଠୁ ବଡ ଝଟକା ଲାଗିଛି। କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି।

  10. କଂଗ୍ରେସ ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିଥିଲେ ମୁଁ ୪ଟି ସନ୍ତାନ ଜନ୍ମ କରିନଥାନ୍ତି ବୋଲି ବିଜେପି ସାଂସଦ ତଥା ଅଭିନେତା ରବି କିଶନ ଏଜେଣ୍ଡା ଆଜତକରରେ ଭାଗ ନେଇ ଏଭଳି କହିଛନ୍ତି।

  11. ଭାରତ ପୁଣି ଥରେ ଫ୍ରାନ୍ସ ସହିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି କରିପାରେ | କାରଣ ସ୍ୱଦେଶୀ ବିମାନ ପରିବହନକାରୀ, ଆଇଏନଏସ ବିକ୍ରାନ୍ତ ପାଇଁ ୨୬ଟି ଯୁଦ୍ଧ ବିମାନ ଆବଶ୍ୟକ ଏବଂ ନୌସେନା ଦ୍ୱାରା ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରାଯାଇଛି |

  12. କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ଏକ ଇଞ୍ଜିନିୟରିଙ୍ଗ୍‌ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ବୁର୍ଖା ପରିଧାନ କରି ଗୋଟାଏ ବଲିଉଡ୍‌ ଗୀତରେ ନାଚ କରିଥିବା ୪ଜଣ ଛାତ୍ରଙ୍କୁ ନିଲମ୍ବନ କରାଯାଇଛି

  13. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସଂସଦ ଭବନରେ ମାନ ଶାହାଙ୍କୁ ଭେଟିବା ସହ ଅନେକ ପ୍ରସଙ୍ଗରେ ଦୁହେଁ ଆଲେଚନା କରିଥିଲେ।

  14. ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ପ୍ରସ୍ତୁତି ଏବେଠାରୁ ଆରମ୍ଭ ହେଲାଣି। ଏହାର ପ୍ରସ୍ତୁତି ସମ୍ପର୍କରେ ମତାମତ ନେବାକୁ ଭାଜପା ଶୁକ୍ରବାର ଏକ ବୈଠକ ଡକାଇଛି।

  15. ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପଞ୍ଜାବ ସେକ୍ଟରରୁ ଭୁଲରେ ପାକିସ୍ତାନକୁ ପଳାଇଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କରିଛି ଇସ୍‌ଲାମାବାଦ। ବୁଧବାର ପାକିସ୍ତାନ ରେଞ୍ଜର୍ସ ଉକ୍ତ ଯବାନଙ୍କୁ କାବୁ କରିିନେଇଥିଲେ।

  16. ରାଜ୍ୟ ସଭାରେ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ବିଲ୍‌, ୨୦୨୨ ଗୁରୁବାର ଦିନ ଗୃହୀତ ହୋଇଯାଇଛି। ବନ୍ୟପ୍ରାଣୀ(ସୁରକ୍ଷା) ଆଇନ, ୧୯୭୨ରେ ସଂଶୋଧନ କରାଯାଇ ଆଇନ ଅନୁଯାୟୀ ସୁରକ୍ଷିତ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା ବଢ଼ାଯିବ।

  17. ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଇନଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଫିଲ୍ଡ ପୋଷ୍ଟିଂ ଦେବାକୁ ମନା କରିବା ସହିତ ଆନନ୍ଦଙ୍କ ବାପାଙ୍କଠାରୁ ଏତଲା ରଖି ନଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି।। ଏନେଇ ଆଇଆଇସିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

  18. ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପୂର୍ବରୁ ହସ୍ତଶିଳ୍ପକ୍ଷେତ୍ରରେ ସମୁଦାୟ ୫୦ ଗୋଟି କ୍ରାଫ୍ଟ ବା ହସ୍ତଶିଳ୍ପକୁ ଅନୁମୋଦିତ ହସ୍ତଶିଳ୍ପରେ ତାଲିକାଭୁକ୍ତ କରାଯାଇଥିଲା । ଏହି ୫୦ଗୋଟି ହସ୍ତଶିଳ୍ପ ସହିତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତାବିତ ଆଉ ଗୋଟିଏ ହସ୍ତଶିଳ୍ପ-ଜନଜାତି ଚିତ୍ରକଳାକୁ ତାଲିକାଭୁକ୍ତ କରାଯାଇଛି

  19. ସରକାରୀ ଘରୋଇ ଭାଗୀଦାରୀ(ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍(ବତୀ ଘର) ମଧ୍ୟରୁ ଓଡ଼ିଶାର ୫ଟି ଲାଇଟ୍ ହାଉସ୍‌କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି, ଗୋପାଳପୁର ଲାଇଟ୍ ହାଉସ୍‌, ପୁରୀ ଲାଇଟ୍ ହାଉସ୍‌, ଚନ୍ଦ୍ରଭାଗା ଲାଇଟ୍ ହାଉସ୍‌, ପାରାଦୀପ ଲାଇଟ୍ ହାଉସ୍ ଏବଂ ଫଲ୍ସ ପଏଣ୍ଟ ଲାଇଟ୍ ହାଉସ୍ ।

  20. ସରକାରୀ ଘରୋଇ ଭାଗୀଦାରୀ(ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍(ବତୀ ଘର) ଓଡ଼ିଶାର ୫ଟି ଗୁଜରାଟର ୧୩ଟି, ତାମିଲନାଡୁର ୧୧ଟି, କେରଳର ୧୦ଟି, ଆନ୍ଧ୍ର ପ୍ରଦେଶର ୯ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକର ୫ଟି, ପଶ୍ଚିମବଙ୍ଗ ୩ଟି, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୨ଟି ଲାଇଟ୍ ହାଉସ୍ ନିର୍ଦ୍ଧାରିତ ହୋଇଥିବା ବେଳେ ଲାକ୍ଷାଦ୍ୱୀପ ଏବଂ ଗୋଆରେ ଗୋଟିଏ ଲେଖାଏଁ ଲାଇଟ୍ ହାଉସ୍‌କୁ ଚିହ୍ନଟ କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.