• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଜରାଟ ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେଇଥିବା ଭୂପେନ୍ଦ୍ର ପଟେଲ୍ ବିଜେପି ବିଧାୟକମାନଙ୍କ ବୈଠକରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି।
  2. ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିବା ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଶିମଲା ବିଧାନସଭା କମ୍ପ୍ଲେକ୍ସରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।
  3. ମୁସଲମାନ ଝିଅମାନେ କାହିଁକି ୧୫ ବର୍ଷ ବୟସରେ ବିବାହ କରିବେ? ଏସଂପର୍କରେ କାରଣ ଦର୍ଶାଇବାକୁ କେନ୍ଦ୍ରକୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ।
  4. ବିମାନରୁ ବାହାରିବା ପରେ ନିଜ ରକ୍ତାକ୍ତ ମୁହଁର ସେଲ୍‌ଫି ଉଠାଇଥିବା ଜଣେ ଲଢୁଆ ବିମାନ ପାଇଲଟଙ୍କୁ ଶୁକ୍ରବାର ଦିନ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ‘ୟୁକ୍ରେନ୍‌ର ବୀର’ ଭାବେ ସମ୍ମାନିତ କରିଥିବା କଥା ‘ନ୍ୟୁଜ୍‌ଉଇକ୍‌’ ରିପୋର୍ଟ କରିଛି।
  5. ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ୪୫ ବିଧାୟକଙ୍କୁ ଟିକେଟ୍‌ ନଦେଇ ୪୫ ଜଣ ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଉକ୍ତ ୪୫ ଜଣଙ୍କ ମଧ୍ୟରୁ ୪୩ ଜଣ ନିର୍ବାଚନ ଜିତିଛନ୍ତି।
  6. କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ କୌଣସି ବ୍ୟକ୍ତି ଏକାଧିକ ପତ୍ନୀ ରଖିବା ଏବଂ ଏପରିକି ୪ ଜଣ ପତ୍ନୀ ରଖୁଥିବା ଚର୍ଚ୍ଚାରେ ରହୁଥିବା ବେଳେ ଏହା ଅତ୍ୟନ୍ତ ଅ ସ୍ଵାଭାବିକ।
  7. ରାଜ୍ୟସଭାରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟରେ ଗତ ୧୦ ବର୍ଷରେ ୧୧୦୪୯ ମାମଲା ପଡ଼ି ରହିଛି। ୨୫ଟି ବିଭିନ୍ନ ହାଇକୋର୍ଟରେ ୮.୭୭ ଲକ୍ଷ ସିଭିଲ ଏବଂ ୩.୭୪ ଲକ୍ଷ ଅପରାଧିକ ମାମଲା ୧୦ ବର୍ଷ ଧରି ପଡ଼ି ରହିଛି।
  8. କତାରଠାରେ ଚାଲିଥିବା ବିଶ୍ବକପ ଫୁଟବଲରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ରିପୋର୍ଟିଂ କରୁଥିବାବେଳେ ଆମେରିକୀୟ କ୍ରୀଡ଼ା ସାମ୍ବାଦିକ ଗ୍ରାଣ୍ଟ୍ ଓ୍ବାଲ୍ ହଠତ୍ ମୃତ୍ୟୁବରଣ କରିଛନ୍ତି ।
  9. ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି।
  10. ଆସନ୍ତା ଏକମାସ ମଧ୍ୟରେ ନନ୍ଦନକାନନ ରୋପୱେକୁ କାର୍ଯ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦିଆଯାଇଛି । ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହା ଦ୍ଵାରା ପର୍ଯ୍ୟଟକ ମାନେ ବଟାନିକାଲ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଭାବେ ଯିବା ଆସିବା କରିପାରିବେ ।
  11. କେନ୍ଦ୍ର ସରକାର ଦେଶରେ ବୈଦ୍ୟୁତିକ ବା ଇଲେକ୍‌ଟ୍ରିକ୍‌ ଯାନ(ଇଭି) ବ୍ୟବହାରକୁ ପ୍ରତ୍ସାହିତ କରୁଛନ୍ତି। ସମ୍ପ୍ରତି ଦେଶରେ ବିକ୍ରି ହେଉଥିବା ମୋଟ ଗାଡିର ୧.୭% ହେଉଛି ଇଲେକ୍‌ଟ୍ରିକ୍‌ ଯାନ। ୨୦୩୦ ସୁଦ୍ଧା ଦେଶର ଅଟୋ ଶିଳ୍ପରେ ଇଲେକ୍‌ଟ୍ରିକ୍‌ ଯାନର ଅଂଶ ୩୦%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
  12. ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି ।
  13. ବିଶ୍ୱରେ ପ୍ରଥମ ଥର ପାଇଁ ଓଡ଼ିଶାର ବୈଜ୍ଞାନିକ କର୍କଟ ସୃଷ୍ଟିକାରୀ ନୂଆ ପ୍ରୋଟିନ୍‍ ‘ଜିପିଆର-୧୪୧’ ଚିହ୍ନଟ କରିଛନ୍ତି। ଏହି ପ୍ରୋଟିନ୍‍ ମୁଖ୍ୟତଃ ସ୍ତନ କର୍କଟ ରୋଗରେ ଦେଖାଯାଇ ଥାଏ। ତେବେ ପୂର୍ବରୁ କେବେ ଏହି ପ୍ରୋଟିନ୍‍କୁ ଚିହ୍ନଟ କରାଯାଇ ନଥିଲା। କର୍କଟ ନିରାକରଣ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା।
  14. ମଧ୍ୟ ପ୍ରଦେଶ ବେତୁଲରେ ବୋରୱେଲରେ ଫସିଥିବା ତନ୍ମୟ ମୃତ। ୫ ଦିନ ତଳେ ଖେଳୁଥିବାବେଳେ ତନ୍ମୟ ବୋରୱେଲରେ ଖସି ପଡ଼ିଥିଲା।
  15. ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧକୁ ନେଇ ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଏହା ଏକ ଲୁକ୍କାୟିତ ସମସ୍ୟା।
  16. ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ଵଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
  17. ଜିମେଲ ସର୍ଭିସେସ୍ ଡାଉନ୍ ହୋଇଯାଇଥିଲା । ଏହାଦ୍ୱାରା ବିଶ୍ୱରେ ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଗତ ଏକ ଘଣ୍ଟା ଧରି ଜିମେଲ ସେବା ଡାଉନ୍ ରହିଥିବା ଜଣାପଡ଼ିଛି । ଭାରତରେ ବି ଜିମେଲ ସେବା ଡାଉନ୍ ରହିଥିବା ଦେଖାଯାଇଛି ।
  18. ରାହୁଲ ଗାନ୍ଧୀ ଉଜ୍ଜୟିନୀରେ ପହଞ୍ଚିଥିଲେ । ଏହି ସମୟରେ ଶୀତଲ, ଅନ୍ତିମା ଏବଂ ଗିରିଜା ରାହୁଲ ଗାନ୍ଧୀ ଙ୍କୁ ଭେଟି  ବିମାନରେ ଯାତ୍ରା କରିବାକୁ ଇଚ୍ଛା ରହିଛି। ରାହୁଲ ଗାନ୍ଧୀଙ୍କ ସହ ବିମାନରେ ଯାତ୍ରା କରିବା ପରେ ଶୀତଲ, ଅନ୍ତିମା ଏବଂ ଗିରିଜାଙ୍କ ମୁହଁରେ ଥିବା ଖୁସି ଦେଖିବାକୁ ମିଳିଥିଲା। କହିଛନ୍ତି, ‘ଆମେ ପ୍ରଥମ ଥର ପାଇଁ ହେଲିକପ୍ଟରରେ ବସିଛୁ ଏବଂ ତାହା ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ।
  19. ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଯଦି ଜଣେ ବିବାହିତା ମହିଳା ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ନିଜ ସହମତିରେ ଯୌନ ସମ୍ପର୍କ ରଖନ୍ତି, ତେବେ ଉକ୍ତ ମହିଳା ପରେ ସେହି ପୁରୁଷଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିପାରିବେ ନାହିଁ ।
  20. ବଲିଉଡ ଅଭିନେତା ଅଜୟ ଦବେଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମ୍-୨ ରିଲଜ ପରଠାରୁ ହିଁ ଚର୍ଚ୍ଚାରେ ରହିଛି । ସମସ୍ତ ଫିଲ୍ମକୁ ଫଛରେ ପକାଇ ଦେଇଛି ଏବଂ ଏଥିସହିତ  ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.