• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁକେଶ ଅଗ୍ନିହୋତ୍ରୀ ।
  2. କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକମତ ମିଡିଆ ଗ୍ରୁପ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଲାଇଫଟାଇମ୍‌ ଆଚିଭମେଣ୍ଟ୍ ଆୱାର୍ଡ, ଲୋକସଭା-୨୦୨୨ ପାଇଁ ମନୋନୀତ ହୋଇଛନ୍ତି।
  3. ଆଦିବାସୀ ମହିଳାଙ୍କୁ ସଂପତ୍ତି ଅଧିକାରରୁ ନିବୃତ୍ତ ରଖୁଥିବା ହିନ୍ଦୁ ଉତ୍ତରାଧିକାର ଆଇନ (ଏଚ୍‌ଏସ୍‌ଏ) -୧୯୫୬ର ଧାରା ୨(୨) କୁ ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
  4. ୨୦୨୧ରେ ବିଜେପି ଯେତେବେଳେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଘୋଷଣା କଲା ସେ ସମୟରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂପେନ୍ଦ୍ରଙ୍କ ନେତୃତ୍ବରେ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ସମସ୍ତଙ୍କୁ ବିସ୍ମିତ କରିଦେଇଛି।
  5. ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨୦୦ ତଳେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ୪ ହଜାର ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହିତ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ।ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଳେ।
  7. ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି।
  8. ଦେଶର ୯୫ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପାଖାପାଖି ୫୬ କୋଟି ସେମାନଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ୍‌ କରିଛନ୍ତି।
  9. ବିବାହ ବିଚ୍ଛେଦ ଆଇନରେ ଆପୋସ ବୁଝାମଣାରେ ଛାଡ଼ପତ୍ର ଆବେଦନ କରିବା ଲାଗି ବର୍ଷେ କିମ୍ବା ତଦୂର୍ଦ୍ଧ୍ୱ ସମୟ ସ୍ବାମୀ ସ୍ତ୍ରୀ ଅଲଗା ରହିବା ଅସାମ୍ବିଧାନିକ ସର୍ତ୍ତ ବୋଲି କେରଳ ହାଇକୋର୍ଟ କହିଛନ୍ତି।
  10. ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି।
  11. ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି।
  12. ଚଳିତ ଶିକ୍ଷାବର୍ଷରେ ସାମିଲ ହେବନି କୌଣସି ନୂଆ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ଏବେ ବର୍ଷକୁ ଚାରିଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି ।
  13. ପ୍ରଥମ ଥର ପାଇଁ କଳାକାରଙ୍କ ଏକ୍‌ ଟିମ୍‌ (ରାପର, ନୃତ୍ୟ ନିର୍ଦ୍ଦେଶକ, ଫଟୋଗ୍ରାଫର ଏବଂ ଅଭିନେତା)ଚନ୍ଦ୍ରକୁ ଯିବେ। ଜାପାନୀ ଅରବପତି ୟାସୁକା ମିଜାଭାଙ୍କ ‘ଡିୟରମୁନ୍‌’ ଅଭିଯାନରେ ଏମାନେ ସାମିଲ ହୋଇଛନ୍ତି।ଜାପାନୀ ଅରବପତିଙ୍କ ‘ଡିୟରମୁନ୍‌’ ଅଭିଯାନ; ଚନ୍ଦ୍ରକୁ ଯିବେ ୮ କଳାକାର, ଟିମ୍‌ରେ ଭାରତୀୟ ଅଭିନେତା ଦେବ ଯୋଶୀ ସାମିଲ
  14. ଆୟୁଷମାନ ଭାରତ ହେଲଥ୍‍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
  15. କୋରାପୁଟ କଫି ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି। କୋରାପୁଟ କଫିର ଲୋକପ୍ରିୟତାକୁ ସୁଦୂରବିସ୍ତାରୀ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ। ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍‍କୁ ଏକାଠି କରାଯାଉଛି
  16. ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘ଆମ୍‌ ଆଦ୍‌ମୀ ପାର୍ଟି’ଠାରୁ ଦଳ ହାରିଯିବା ପରେ ଦିଲ୍ଲୀ ‘ବିଜେପି’ ମୁଖ୍ୟ ଆଦେଶ ଗୁପ୍ତା ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।
  17. ସିବିଡିଟି ଜୁନ ୩୦ତାରିଖ ପରଠାରୁ ପ୍ୟାନ ସହ ଆଧାର ଲିଙ୍କ ପାଇଁ ୧୦୦୦ଟଙ୍କା ଫାଇନ କରିଛି । ଲେଟ ଫାଇନ ନଦେଲେ କେହି ଆଧାର ଲିଙ୍କ କରିପାରିବେ ନାହିଁ । ତେବେ ୨୦୨୩ ଆସନ୍ତା ବର୍ଷର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆପଣ ଫାଇନ ଦେଇ ଲିଙ୍କ କରିପାରିବେ ।
  18. କୃଷି ଅନୁସନ୍ଧାନ ପରିଷଦର ସହାୟକ ଶାଖା କେନ୍ଦ୍ରୀୟ ଛେଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକ ପୁଷ୍ପେନ୍ଦ୍ର ଶର୍ମା କହିଛନ୍ତି ଯେ ଜୁଲାଇ୬ ରେ ‘ଲାପାରୋସ୍କୋପିକ୍’ କୌଶଳ ସହିତ ଛେଳି ପ୍ରଜନନ କରାଯାଇଥିଲା।ସେ କହିଥିଲେ ଯେ ଛେଳିଟି ଡିସେମ୍ବର ୨ ରେ ଏକ ଛେଳି ଛୁଆକୁ ଜନ୍ମ ଦେଇଥିଲା ଏବଂ ଏହି ପରୀକ୍ଷଣ ସଫଳତାର ସହିତ କରାଯାଇଥିଲା। ଏହି ଅନୁଷ୍ଠାନ ଏଠାରେ ଫରାହ ଅଞ୍ଚଳର ମଖଦମ୍ ଗ୍ରାମରେ ଅବସ୍ଥିତ ।
  19. ୟୁପି, ଲକ୍ଷ୍ମୀପୁର ଖେରୀର ମହମ୍ମଦ କୋଟୱାଲୀ ଅଞ୍ଚଳରେ ଜଣେ ଟ୍ରାନ୍ସଜେଣ୍ଡର ଶିକ୍ଷକଙ୍କୁ ବ୍ୟକ୍ତିଗତ ନିଯୁକ୍ତିର ଏକ ସପ୍ତାହ ପରେ ସ୍କୁଲରୁ ବହିଷ୍କାର କରାଯାଇଛି । ଏହା ପରେ ଟ୍ରାନ୍ସଜେଣ୍ଡର ଶିକ୍ଷକ ଜାତୀୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହେଇଛନ୍ତି ।
  20. ଆମେରିକାର ନ୍ୟୁ ଜର୍ସିର ପ୍ୟାଟ୍ରିକ ଜିବ୍ଲିନ , ଜଣେ ୫୮ ବର୍ଷୀୟ ଜଣେ ବୃଦ୍ଧ କେବଳ ସିଙ୍ଗଲ ମହିଳାଙ୍କୁ ଟାର୍ଗେଟ କରି ୪ କୋଟି ଠକି ନେଇଛନ୍ତି । ସେ ଡେଟିଂ ସାଇଟ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ । ଏପରି ଭାବେ ସେ ୧୫୫ ଜଣ ମହିଳାଙ୍କୁ ଧୋକ୍କା ଦେବାରେ ସକ୍ଷମ ହୋଇଥିଲେ । ସେ ମହିଳାଙ୍କୁ ବଡ଼ ବଡ଼ ମିଛ କହିବା ସହ ସେମାନଙ୍କୁ ମାୟାଜାଲରେ ଫସାଇ ତା’ପରେ ଲୁଟୁଥିଲେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.