• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୋକ୍ସୋ ଆଇନ ଅଧୀନରେ ମାମଲାର ବିଚାରବେଳେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ସ୍ଥାପନ ହେଉଥିବା ଯୌନ ସଂପର୍କକୁ ନେଇ ବିଚାରପତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ପ୍ରସଙ୍ଗର ଅନୁଧ୍ୟାନ ସଂସଦ କରୁ ବୋଲି ମତ ରଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।
  2. ଆଫଗାନୀସ୍ତାନର କାବୁଲରେ ଥିବା ଏକ ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
  3. ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ପ୍ରଶ୍ନ ଉପସ୍ଥାପନ କରି ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି ।
  4. ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଏନେଇ ରାଜ୍ୟର ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି।
  5. ଜାତିସଂଘ ସୁରକ୍ଷା ପରିଷଦ୍‌ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ରୁଷ୍‌ ସମର୍ଥନ କରିଛି।
  6. ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ୬୫ ବର୍ଷ ବୟସ ପରଲୋକ ହୋଇଛି। ଯାଜପୁରରୁ ଦୁଇଥର ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
  7. ରବିବାର ଦିନ ରୋମ୍‌ରେ ଗୋଟାଏ ଆପାର୍ଟମେଣ୍ଟ୍‌ ବ୍ଲକ୍‌ର ବାସିନ୍ଦାମାନଙ୍କର ବୈଠକ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପିସ୍ତଲ ବାହାର କରି ଗୁଳି ଚଳାଇବାରୁ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନିଙ୍କ ବାନ୍ଧବୀଙ୍କ ସମେତ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଛି।
  8. ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ଆମ୍‌ ଆଦ୍‌ମୀ ପାର୍ଟିର ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଛଡ଼ା ଅନ୍ୟ କେଉଁଠି ବିଶେଷ ଦଖଲ ନାହିଁ। ଉତ୍ତରାଖଣ୍ଡ ଓ ଗୋଆ ପରି ଗୁଜରାଟରେ ପଶି ଏହା କଂଗ୍ରେସର ଖେଳ ବିଗାଡ଼ି ଦେଇଛି।
  9. ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଏହା ବ୍ୟାରେଲ ପିଛା ପାଖାପାଖି ୭୬ ଡଲାରର ନିମ୍ନସ୍ତରରେ କାରବାର କରୁଛି। ଫଳରେ ଚଳିତ ବର୍ଷ ସର୍ବନିମ୍ନ ସ୍ତରରେ ଏହା ୪୬ ପ୍ରତିଶତ ହ୍ରାସ ପାଇଛି। ଯଦି ଅଶୋଧିତ ତୈଳ ଲିଟର ଏବଂ ଟଙ୍କା ହିସାବରେ ଆକଳନ କରାଯାଏ, ତେବେ ପେଟ୍ରୋଲ-ଡିଜେଲ ଦର ୯ ମାସରେ ଲିଟର ପିଛା ୩୩ ଟଙ୍କାରୁ ଅଧିକ ହ୍ରାସ ହେବା ଉଚିତ। 
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଭାରତ ଅଚ୍ଛେ ଦିନ୍‌ ଆସିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୪ ମସିହାରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ବର୍ଷ ପ୍ରାୟ ୧.୨୯ ଲକ୍ଷ ‌ଭାରତର ନାଗରିକତା ଛାଡ଼ିଥିଲେ।
  11. ଲାଚ୍‌ଲାନ ହେଣ୍ଡରସନ୍‌ କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଏ ର ଅଧ୍ୟକ୍ଷ ପଦ ଛାଡ଼ିଦେବେ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ସେ ଏହି ପଦରୁ ଓହରିଯିବାକୁ ରବିବାର ନିଷ୍ପତ୍ତି ନେଇଛନ୍ତି।
  12. ମିଲେଟ କେବଳ ଏକ ପୁଷ୍ଟିକର ଶସ୍ୟ ନୁହେ ବରଂ  ଏହା ସମସ୍ତ ରୋଗର ସଞ୍ଜୀବନୀ ଅଟେ । ନିୟମିତ ମିଲେଟ୍‍ ଜାତୀୟ ଖାଦ୍ୟ ଖାଇଲେ ମଧୁମେହ, ରକ୍ତହୀନତା, ରକ୍ତଚାପ ଠାରୁ ଆରମ୍ଭ କରି କ୍ୟାନ୍‍ସର ପର୍ଯ୍ୟନ୍ତ କୌଣସି ରୋଗ ଶରୀରର ପାଖ ମାଡ଼ି ନ ଥାଏ। ତେଣୁ ପ୍ରତ୍ୟେକଙ୍କ ଖାଇବା ଥାଳିରେ ମିଲେଟ୍‍ ରହିବା ଜରୁରୀ ବୋଲି ଭାରତର ମିଲେଟ୍‍ ମ୍ୟାନ୍‍ ଭାବେ ପରିଚିତ କର୍ଣ୍ଣାଟକର ବୈଜ୍ଞାନିକ ଡ. ଖାଦର ବଲି କହିଛନ୍ତି ।
  13. ଦିଲ୍ଲୀ ମହାନଗର ନିଗମକୁ ଆପ୍‌ ୧୨ଟି ଜୋନରେ ବିଭକ୍ତ କରିଛି। କାଉନସିଲରମାନଙ୍କ ସହ ସମନ୍ବୟ ରକ୍ଷା ପାଇଁ ୪ ଜଣ ବରିଷ୍ଠ ନେତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଚାରି ନେତା ନିଜ ଜୋନ୍‌ର କାଉନସିଲରମାନଙ୍କ ସହ ବୈଠକ କରିବେ ଏବଂ ସ୍ଥାନୀୟ ଅଞ୍ଚଳର ସମସ୍ୟା ବୁଝିବା ପାଇଁ ଅଞ୍ଚଳ ପରିଦର୍ଶନ କରିବେ।
  14. ରାଜଧାନୀ ରାସ୍ତାରୁ ବିଶ୍ୱକପ ପୂର୍ବରୁ ହଟିବେ ବୁଲା ଗୋରୁ । ଏହି ଅଭିଯାନରେ ୩ଟି ଜୋନରେ ୪ଟି ଟିମ୍ ନିୟୋଜିତ କରାଯାଇଛି ।
  15. ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନଙ୍କର ମହାମେଣ୍ଟକୁ ନେଇ ରବିବାର ଦିନ ବିହାର ମୁଖ୍ୟମନ୍ତ୍ରୀ ଜେଡିୟୁର ଜାତୀୟ ଅଧିବେଶନରେ ନୀତୀଶ କହିଛନ୍ତି ଯେ ୨୦୨୪ରେ ଥାର୍ଡ ଫ୍ରଣ୍ଟ୍‌ (ତୃତୀୟ ସାମ୍ମୁଖ୍ୟ) ହେବନାହିଁ, ଆମେ ‘ମୁଖ୍ୟ ସାମ୍ମୁଖ୍ୟ’ ଗଠନ କରି ମଇଦାନକୁ ଓହ୍ଲାଇବୁ।
  16. ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ଖ) ଅନୁଯାୟୀ ଏହା ଉଲ୍ଲେଖ କରାଯାଇଛି ଯେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ ହେବା ଉଚିତ। ତେବେ ଦେଶର ୬୫ ପ୍ରତିଶତ ଯୁବ ଜନସଂଖ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି ବୟସ ସୀମାକୁ ୧୮ ବର୍ଷକୁ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି।
  17. ଲୋକସଭାରେ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା , ସିକିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ପୁଡୁଚେରୀ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ ୧୦ ପ୍ରତିଶତରୁ କମ ମହିଳା ବିଧାୟକ ଅଛନ୍ତି।
  18. ୨୦୨୨ରେ ଟାଟା ମୋଟର୍ସ ୩୪୦୦ ଶିକ୍ଷାର୍ଥୀଙ୍କୁ ଭାରତର ସର୍ବୋଚ୍ଚ ଇଞ୍ଜିନିୟରିଂ ଏବଂ ମେଡିକାଲ ସ୍କୁଲରେ ନାମ ଲେଖାଇବାରେ ସାହାଯ୍ୟ କରିଛି, ସେମାନଙ୍କ ମଧ୍ୟରୁ ୪୦% ମହିଳା ଅଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
  19. ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଜୋସ୍‌ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ପୁରୁଷ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି।
  20. ଗତ ୮ ବର୍ଷରେ ବିରୋଧୀ ନେତାଙ୍କ ଉପରେ କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ପାଖାପାଖି ୩ ହଜାର ଚଢାଉ କରାଗଲାଣି। ସେଥିମଧ୍ୟରୁ ଇଡି ମାତ୍ର ୨୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି ବୋଲି ଆପ ସାଂସଦ କହିଛନ୍ତି। ଏହାକୁ ନେଇ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଓ ଆଇପିଏଲ୍‌ ସଂସ୍ଥାପକ ଲଳିତ ମୋଦୀ ବିରୋଧରେ ଇଡି କାହିଁକି କାର୍ଯ୍ୟାନୁଷ୍ଠାନ କରୁନି କାହିଁକି ଚୁପ୍ ବସିଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.