• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିବା ୫ ଜଣ ବିଚାରପତିଙ୍କ ମଧ୍ୟରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତାଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ , ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପି.ଭି ସଞ୍ଜୟ କୁମାର ଅଛନ୍ତି। ସେହିପରି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କ ନାମ ସୁପାରିଶ କରାଯାଇଛି।
  2. ଆସନ୍ତା ୨୦୨୫ ସୁଦ୍ଧା ବିଶ୍ଵର ପ୍ରଥମ ଧୁମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି ।ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ
  3. ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତି ବଦଳାଇବା ଲକ୍ଷ୍ୟରେ ଆସିଥିଲେ ଚୀନ ସେନା । ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗଠାରେ ହୋଇଥିବା ଭାରତ ଓ ଚୀନ ସେନା ସଂଘର୍ଷ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗଠାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢିଯାଇଥିଲା ।  
  4.  ନୀତୀଶ କୁମାର କହିଛନ୍ତି ଯେ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତେଜସ୍ବୀ ଯାଦବ ହିଁ ନେତୃତ୍ବ ନେବେ।
  5. ଆମ୍‌ ଆଦ୍‌ମୀ ପାର୍ଟି ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କୁ ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଇଛି। ପାଠକ ନିକଟରେ ହୋ‌ଇଥିବା ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନରେ ଦଳର ନିର୍ବାଚନୀ ଇନ୍‌-ଚାର୍ଜ ଥିଲେ।
  6. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ବିଧାୟକ ଓ ଏମ୍‌ପିମାନଙ୍କୁ ୱାଇ ପ୍ଲସ୍ ସୁ‌ରକ୍ଷା ଯୋଗାଇ ଦେବା ପାଇଁ ନିର୍ଭୟା ପାଣ୍ଠି‌ରେ କିଣା ହୋଇଥିବା ଏସ୍‌ୟୁଭି ବ୍ୟବହୃତ ହେଉଥିବା ମହା ବିକାଶ ଅଘାଡି (ଏମ୍‌ଭିଏ) ପକ୍ଷରୁ ଅଭିଯୋଗ କରାଯାଇଛି
  7. ଦରଦାମ୍‌କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ବିଫଳ ହେବାର କାରଣ ଦର୍ଶାଇ ରିଜର୍ଭ ବ୍ୟାଙ୍କ ଯେଉଁ ଚିଠି ଦେଇଥିଲା ତାହାକୁ କେନ୍ଦ୍ର ସରକାର ସାର୍ବଜନୀନ କରିବେ ନାହିଁ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା କହିଛନ୍ତି।
  8. ନ୍ୟାସନାଲ ଅର୍ଗାନ୍‌ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ (ଏନ୍‌ଓଟିଟିଓ)ର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ  ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ସମୁଦାୟ ୨୭୧ ଜଣ ଜୀବିତ ବ୍ୟକ୍ତି ଅଙ୍ଗ ଦାନ କରିଛନ୍ତି। ଅନ୍ୟ ପକ୍ଷରେ ୨୦୨୦ରେ କେବଳ ୬ ଜଣ ମୃତ ବ୍ୟକ୍ତିଙ୍କ ଦ୍ଵାରା ଅଙ୍ଗଦାନ କରାଯାଇଥିଲା। ୨୦୧୯ରେ ୯୩, ୨୦୨୦ରେ ୫୩ ଏବଂ ୨୦୨୧ରେ ସର୍ବାଧିକ ୧୨୫ ଜଣ ଜୀବିତ ବ୍ୟକ୍ତି ଅଙ୍ଗଦାନ କରିଥିଲେ।
  9. କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ୩୦ ପ୍ରତିଶତରୁ ଅଧିକ ପଦ ଖାଲି ରହିଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ ଏକ ଲକ୍ଷ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଗତ ଦୁଇ ବର୍ଷରେ ଦୁଇ ହଜାର ପ୍ରଫେସର, ଆସୋସିଏଟ୍‌ ‌ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଛନ୍ତି।
  10. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।
  11. ଯୁକ୍ତ ତିନି ଓ ପିଜିରେ ଷ୍ଟାର୍ଟଅପ ନୀତି ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ବୈଠକ ବସିଥିଲା । ବୈଠକରେ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଓଁକାର ରାୟ, ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ ସଲିଭେନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
  12. ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।
  13. ନିକଟରେ ଭିଭୋ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ , ୮୮% ବିବାହିତ ଭାରତୀୟ ଅନୁଭବ କରନ୍ତି ଯେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ସେମାନଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି। ଏହାଛଡା ୫୮% ଖାଇବା ସମୟରେ ଫୋନ୍‌ ବ୍ୟବହାର କରୁଥିବାବେଳେ ୬୯% କଥାବାର୍ତ୍ତା ସମୟରେ ସ୍ଵାମୀ  ହେଉ ବା ସ୍ତ୍ରୀ କେହି କାହାକୁ ପୂର୍ଣ୍ଣ ଧ୍ୟାନ ଦେଉନାହାଁନ୍ତି।
  14. ବେକାରୀ ନିୟନ୍ତ୍ରଣରେ ସବୁ ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ନଭେମ୍ବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି।
  15. ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।
  16. ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ଜାରି କରିଛନ୍ତି।
  17. ପିଏମ୍‌ କେୟାର୍ସ ଫଣ୍ଡକୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆସିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାୟ ୫,୪୦୦ କୋଟି ଟଙ୍କା ଫଣ୍ଡରେ ରହିଛି। ଅନ୍ୟ ୬୦ ପ୍ରତିଶତ ଟଙ୍କା ଅର୍ଥାତ୍‌ ୭,୭୦୦ କୋଟି ଟଙ୍କା କରୋନା ବିରୋଧୀ ଲଢ଼େଇରେ ଖର୍ଚ୍ଚ ହୋଇଛି। 
  18. ରାଜଧାନୀ ଦିଲ୍ଲୀ ପରେ ବର୍ତ୍ତମାନ ମୁମ୍ବାଇରେ ବାୟୁ ପ୍ରଦୂଷିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ ଏକ ମାସ ହେଲା ମୁମ୍ବାଇର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇଛି।
  19. ସରକାରୀ କର୍ମଚାରୀମାନେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ବ୍ୟବହାର କରିପାରିବେ ନାହିଁ। କେନ୍ଦ୍ର ସରକାର ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି।
  20. ୩ ବର୍ଷ ପରେ ସୋମବାର ଚେନ୍ନାଇରୁ ଶ୍ରୀଲଙ୍କାର ଜାଫ୍‌ନାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କୋଭିଡ୍‌ କାରଣରୁ ଚେନ୍ନାଇରୁ ଜାଫ୍‌ନା ବିମାନ ଚଳାଚଳ ବନ୍ଦ କରାଯାଇଥିଲା।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.