• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କର୍ପୋରେଟ୍ ଡାଟା ମ୍ୟାନେଜମେଣ୍ଟ ପୋର୍ଟାଲ୍ (ସିଡିଏମ୍) ଡାଟାବେସ୍ ଅନୁଯାୟୀ, ଭାରତରେ ୩୫୬୦ଟି ଏମିତି କମ୍ପାନୀ ରହିଛି ଯେଉଁଗୁଡିକର ବୋର୍ଡରେ ଚାଇନାର ନିର୍ଦ୍ଦେଶକ ରହିଛନ୍ତି। ଦେଶରେ ବି ୧୭୪ଟି ଚାଇନିଜ୍ କମ୍ପାନୀ ବିଦେଶୀ କମ୍ପାନୀ ଭାବରେ ପଞ୍ଜିକୃତ ହୋଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ସୋମବାର ସଂସଦରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
  2. ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
  3. ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ଵାରା କରାଯାଇଥିଲା। ଏମ୍ସର ୧୦୦ଟି ସର୍ଭର ମଧ୍ୟରୁ ୫ଟିରେ ଚୀନର ହ୍ୟାକରମାନେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ ।
  4. ନୂତନ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଫଳରେ ପିଏଚଡି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ଯେଉଁ ଛାତ୍ର ବା ଛାତ୍ରୀ ୪ବର୍ଷର ଗ୍ରାଜୁଏସନ ପାଠ୍ୟକ୍ରମ କରିବେ ସେ ସିଧାସଳଖ ପିଏଚଡି କରିପାରିବେ |
  5. ରାଜସ୍ଥାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର୍‌ ରଘୁରାମ ରାଜନ, ରାହୁଲ୍‌ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି।
  6. ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟ (ଜେଏନ୍‌ୟୁ)ରେ ଆସନ୍ତାବର୍ଷ ଖୋଲିବ ଭାରତୀୟ ଭାଷା ସ୍କୁଲ। ବିଭିନ୍ନ ଭାଷାରେ ସାହିତ୍ୟ,ସଂସ୍କୃତି ଏବଂ ଇତିହାସ ପାଠ୍ୟକ୍ରମ ପ୍ରଚଳନ ହେବ। ଏଠାରେ ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହେବେ।
  7. ସମଲିଙ୍ଗୀ ଓ ଅନ୍ତର୍ଜାତୀୟ ବିବାହକୁ ସୁରକ୍ଷା ଦେବାକୁ ଉଦ୍ଦୀଷ୍ଟ ବିଧେୟକରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ବାକ୍ଷର କରିଛନ୍ତି।
  8. ଚାଦରେ ସାହାରା ମରୁଭୂମିରେ ଯାତ୍ରା କରୁଥିବା ବେଳେ ୨୭ ଜଣ ଯାଉଥିବା ଏକ ଟ୍ରକଟି ହଠାତ୍‌ ମରୁଭୂମି ମଝିରେ ଖରାପ ହୋଇଯାଇଥିଲା। ନିକଟରେ ଥିବା ପାଣି ଶେଷ ହୋଇଯିବାରୁ ସମସ୍ତଙ୍କର ଶୋଷରେ ମୃତ୍ୟୁ ହୋଇଯାଇଥିଲା ।
  9. ପୁଣି ବିହାରରେ ବିଷାକ୍ତ ମଦ କାରଣରୁ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଖବର ମିଳିଛି।
  10. ଚୀନ୍‌ର ୩୧ଟି କମ୍ପାନୀକୁ ଆମେରିକାର ବାଣିଜ୍ୟ ବିଭାଗ କଳା ତାଲିକା ଭୁକ୍ତ କରିଛି । ଆମେରିକାରୁ ଏହି କମ୍ପାନୀମାନେ ତାଙ୍କର ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ନାହିଁ । ଚୀନ୍‌ରେ ମୋମୋରୀ ଚିପ୍‌, ସେମିକଣ୍ଡକ୍ଟର ପ୍ରସ୍ତୁତ କରୁଥିବା ୟାଙ୍ଗତଜ୍‌ ମେମୋରୀ କମ୍ପାନୀକୁ ମଧ୍ୟ କଳା ତାଲିକାଭୁକ୍ତ କରାଯାଇଛି ।
  11. ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
  12. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। 
  13. ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ବି ରେଳ ବିଭାଗ ଏହି ରିହାତି ନିକଟରେ ପୁନଃଲାଗୁ କରିବାକୁ ଯାଉନାହିଁ। 
  14.  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭୋଟର ତାଲିକାରୁ ୪୬ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।ଆବେଦନ ଅନୁଯାୟୀ ତେଲେଙ୍ଗାନାର ଭୋଟର ତାଲିକାରୁ ୨୭ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶରେ ୧୯ ଲକ୍ଷ ନାମ ହଟାଇ ଦିଆଯାଇଛି।
  15. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି ବ୍ୟବହାରକାରୀଙ୍କୁ ଇଲେକ୍ଟ୍ରିକ ଭେଇକିଲ (ଇଭି) ଚାର୍ଜ କରିବା ପାଇଁ ନିକଟତମ ଇଭି ଚାଜର୍ର୍‌ ପାଖରେ ପହଞ୍ଚିବାରେ ସାହାଯ୍ୟ କରିବ।
  16. ଦେଶରେ ପିଲାମାନଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ଏବଂ ନିଶା ସେବନ ଆଦି ନିଶାଭ୍ୟାସ ଉପରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଅତ୍ୟନ୍ତ ସଙ୍କଟ ଜନକ ଅଟେ ।
  17. ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି।
  18. ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ୫.୮୫ ପ୍ରତିଶତକୁ ହ୍ରାସ ପାଇଛି। 
  19. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୮ ଲକ୍ଷ୧୭ ହଜାର ଗରିବ ହିତାଧିକାରୀଙ୍କ ସମ୍ପର୍କିତ ସୂଚନା ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
  20. ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.