• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଗତ ଆଠ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ପ୍ରଦୂଷଣ ନିୟନ୍ତ୍ରର ବୋର୍ଡ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ କେବେ ବି ଭୁବନେଶ୍ୱରର ବାୟୁର ସ୍ତର ଭଲ ନାହିଁ । ସାଧାରଣ ଭାବେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ବା ତଳକୁ ରହିଲେ ତାହାକୁ ଗୁଡ୍ ବା ଭଲ କୁହାଯାଏ।
  2. ଅମିତାଭ ବଚ୍ଚନ ୨୮ ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (କେଆଇଏଫଏଫ)କୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଅବସରରେ ସେ କହିଥିଲେ, “ମୁଁ ନିଶ୍ଚିତ ଯେ ମଞ୍ଚରେ ଥିବା ମୋର ସହକର୍ମୀମାନେ ସହମତ ହେବେ ଯେ ନାଗରିକ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏବେବି ପ୍ରଶ୍ନ କରାଯାଉଛି ।
  3. କର୍ଣ୍ଣାଟକର ଏକ ପୁରାତନ ସୁନା ଖଣିରେ ମହଜୁଦ ୫୦ ନିୟୁତ ଟନ୍‌ ପ୍ରକ୍ରିୟାକୃତ ପଥରରୁ ସୁନା ବାହାର କରିବା ପାଇଁ ଭାରତ ସରକାର ଟେଣ୍ଡର ଆହ୍ଵାନ କରିବାକୁ ଯୋଜନା କରୁଛନ୍ତି।  
  4. ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।
  5. ଆନ୍ତର୍ଜାତିକ ବଜାରରେ ଅଶୋଧିତ ‌ତୈଳ ଦର ୮୦ ଡଲାର ତଳକୁ ହ୍ରାସ ପାଇଛି। କିନ୍ତୁ ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍‌ ଏହାର ତେଲକୁ ୬୦ ଡଲାରରୁ କମ୍ ଦାମ୍‌ରେ ଭାରତକୁ ବିକ୍ରି କରିବା ଲାଗି ଚାହୁଛି।
  6. ଡିସେମ୍ବର ୨, ୨୦୨୨ ସୁଦ୍ଧା ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଚଳିତବର୍ଷ କୋଏମ୍ବାଟୁର ବିସ୍ଫୋରଣ ସମେତ ବିଭିନ୍ନ ମାମଲାରେ ୪୯୭ଟି କେସ୍ ରୁଜୁ କରିଛି ବୋଲି ବୁଧବାର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ କହିଛନ୍ତି।
  7. ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି ଓ ଏଠାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲାଯାଇଛି।
  8. ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
  9. ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି।
  10. ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଟିକା ଦିଆଯିବ।
  11. ମାଡ୍ରାସ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଅଭିଭାବକ ଦ୍ୱାରା ଥରେ ଦିଆଯାଇଥିବା ସମ୍ପତ୍ତି ଫେରସ୍ତ ନେଇପାରିବେ ନାହିଁ।
  12. ନିଆର ସବୁଠୁ କ୍ଷୁଦ୍ର ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆଫସିନ୍ ଇସମିଲ୍। ୨୦ ବର୍ଷୀୟ ଆଫଶୀନ ଇସମିଲ୍‌ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ତାଙ୍କର ଜନ୍ମ।
  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ।
  14. ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ପରୀକ୍ଷଣ ହୋଇଛି ।ଏହି  ରାତ୍ରୀକାଳୀନ ପରୀକ୍ଷଣ ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ  କରିଥିଲା ।
  15. ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି  ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ସିଆଇଡି । 
  16. ଓପିଏସସି ଦ୍ଵାରା ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି। ଏଥି ମଧ୍ଯରେ ୧୪ଟ ବିଷୟରେ ୧୦୭ ଜଣ ପ୍ରାର୍ଥୀ ଓପିଏସି ଦ୍ଵାରା ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ୭୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ୩୬ ଜଣ ପଜିଟିଙ୍କର ନିଯୁକ୍ତି ବିଷୟକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣା କରାଯାଇଛି। ଓପିଏସସି ଦ୍ବାରା ୨୨୮ ଜଣ ପିଜିଟିଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ଜାରି ରହିଛି।
  17. ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି ।
  18. ବେଙ୍ଗାଲୁରୁରେ ପ୍ରଥମ ଅର୍ଥନୈତିକ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ସହକାରୀମାନଙ୍କ ବୈଠକରେ ଯୋଗ ଦେବାକୁ ଆସିଥିବା ଜି ୨୦ ପ୍ରତିନିଧୀମାନେ ଶେଷ ଦିନରେ କର୍ଣ୍ଣାଟକର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଛନ୍ତି। ୩୫ରୁ ଅଧିକ ଦେଶରୁ ଆସିଥିବା ଅତିଥିମାନେ ମାନ୍ୟତା ଟେକ୍ ପାର୍କ, କ୍ୟୁବନ୍ ପାର୍କ, ରାଜ୍ୟ ସଚିବାଳୟ ନିର୍ମାଣ ବିଧାନ ସୌଧ ଏବଂ ବାଙ୍ଗାଲୋର ପ୍ୟାଲେସ୍ ପରିଦର୍ଶନ କରିଥିଲେ।
  19. ଭାରତ ଫ୍ରାନ୍ସ ଠାରୁ ଆଣିବାକୁ ଥିବା ୩୬ଟି ରାଫେଲ ବିମାନର ଶେଷ ବିମାନ ଅବତରଣ କରିବା ସହିତ ଭାରତ ଫ୍ରାନ୍ସରୁ ସମସ୍ତ ୩୬ଟି ରାଫେଲ ବିମାନ ଗ୍ରହଣ କରିଛି।
  20. ଭିନ୍ନକ୍ଷମମାନେ  ବିନା ମୂଲ୍ୟରେ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ସହାୟକ ଯନ୍ତ୍ର ପାଇପାରିବେ । ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ଏମାନଙ୍କର ସମସ୍ୟାର ସମାଧାନ ହୋଇ ପାରୁନାହିଁ । ତେଣୁ ରାଜ୍ୟ ସରକାର ଏହି ଭିନ୍ନକ୍ଷମଙ୍କ ପାଇଁ ବିନା ମୂଲ୍ୟରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ଯନ୍ତ୍ର ଯୋଗାଉଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.