• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଉଷା ପାଢୀ କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହିତ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। 
  2. ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।
  3. ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନ ମଡେଲ ବସ୍ତିରେ ଥିବା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣକ ପ୍ରଥମ ମହଲାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
  4. ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ  କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ।
  5. ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି) ୨୦୨୩ ମେ’ ୭ରେ ଅନୁଷ୍ଠିତ ହେବ।
  6. ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରର୍ବତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ।
  7. ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ପଠାନ୍‌’ ଏବଂ ଏହାର ସଂଗୀତ ‘ବେଶରମ ରଙ୍ଗ’କୁ ବିରୋଧ କରାଯାଉଛି। ଏହି ଗୀତକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
  8. ଉତ୍ତରପ୍ରଦେଶ ଶାହଜାହାନପୁରର ସାଂସଦ/ବିଧାୟକ ଅଦାଲତ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ମାମଲାରେ ତାଙ୍କୁ ଆଜି ପଳାତକ ଘୋଷଣା କରିଛନ୍ତି।
  9. ୨୮ତମ କୋଲ୍‌କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ନାଗରିକ ସ୍ଵାଧୀନତା ଓ ମତବ୍ୟକ୍ତ କରିବାର ସ୍ଵାଧୀନତା ଉପରେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ବକ୍ତବ୍ୟ ଯୋଗୁଁ ପଶ୍ଚିମବଙ୍ଗରେ ଶାସକ ‘ତୃଣମୂଳ କଂଗ୍ରେସ’ ଓ ‘ବିଜେପି’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି।
  10. ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ଲୋକଙ୍କ ନାମ କାଟିଦିଆଯାଇଛି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଏର କରାଯାଇଥିବା ବେଳେ ବୁଧବାର କୋର୍ଟ ଏ ନେଇ ନିର୍ବାଚନ କମିସନ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।
  11. ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୨ ରୁ ଖେଳାଯିବ। ରୋହିତ ଶର୍ମା ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି। ଏଥିସହ ସେ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
  12. ଓଡିଶା ସରକାର ଇଭି ନିୟମ ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ମୂଲ୍ୟର ୧୫ ପ୍ରତିଶତ ସବସିଡି ଅର୍ଥାତ ସର୍ବାଧିକ ୫ ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ସବ୍‌ସିଡି ଅର୍ଥାତ ସର୍ବାଧିକ ୧୦ ହଜାର ଟଙ୍କା ଓ ଚାରି ଚକିଆ ଯାନ ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ସବ୍‌ସିଡି ମିଳିବ।
  13. ସେପ୍ଟେମ୍ବର ୧, ୨୦୨୧ରେ କିମ୍ବା ପରେ କିଣାଯାଇଥିବା ଯାନଗୁଡିକ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହା ପୂର୍ବରୁ ଯାନ କିଣିଥିବା ମାଲିକ ଏ ସୁବିଧା ପାଇ ପାରିବେ ନାହିଁ। ତେବେ ଏହି ସବ୍‌ସିଡି ପ୍ରଦାନ ପ୍ରକ୍ରିୟା ଆସନ୍ତା ୪ ବର୍ଷ ପାଇଁ ରହିବ।
  14. ଇନ୍‌ଫୋସିସ୍‌ର ଅନ୍ୟତମ ସହ ପ୍ରତିଷ୍ଠାତା ନନ୍ଦନ କିଲେକାନି କହିଛନ୍ତି ଯେ ଶେଷ ଜୋକର (ପ୍ରତିଷ୍ଠାତା) ଭାବେ ମୁଁ ଇନ୍‌ଫୋସିସ୍‌ରେ ରହିଯାଇଛି। କଂପାନିକୁ ସମ୍ଭାଳିବା ଦାୟିତ୍ବ ମୋ ଉପରେ ରହିଛି।
  15. ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ୩୪ ହଜାର ୨୫୯ ଟଙ୍କାର ଋଣବୋଝ ରହିଛି। ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ଋଣ ୧ ଲକ୍ଷ ୪୩ ହଜାର ୮୦୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨୬.୨ ପ୍ରତିଶତ।
  16. କଂଗ୍ରେସର ଭାରତ ଯୋଡ ଯାତ୍ରା ଶହେ ଦିନରେ ପହଞ୍ଚିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି ପଦଯାତ୍ରା ପ୍ରାୟ ୨୮ଶହ କିମି ଅତିକ୍ରମ କରିସାରିଛି। ରାହୁଲଙ୍କ ପଦଯାତ୍ରାରେ ଅଭିନେତା, କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞ, ସାମାଜିକ କର୍ମୀ ଓ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି ।
  17. ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ସମସ୍ତ ମ୍ୟାଚ୍‌। ମୁହାଁମୁହିଁ ହେବେ ବିଶ୍ୱର ବଛା ବଛା ଟିମ୍। ହକିର ଏହି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ଓଡ଼ିଶା ପୂରା ପ୍ରସ୍ତୁତ ହୋଇଯାଇଛି।
  18. ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା କମଲା ରାଜା ହସପିଟାଲରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
  19. ଭିକ ମାଗି ଚଳୁଥିବା ଜଣେ ବୃଦ୍ଧା ତୁଳା ବେହେରା(୭୦)  ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି।
  20. ଜାପାନ ବର୍ତ୍ତମାନ ପିଲାମାନଙ୍କୁ ଜନ୍ମ ଦେବା ପାଇଁ ଦିଆଯାଇଥିବା ଅର୍ଥରାଶିର ପରିମାଣକୁ ବୃଦ୍ଧି କରିଛି । ବର୍ତ୍ତମାନ ଜାପାନରେ ଏକ ସନ୍ତାନ ପ୍ରସବ କରିବା ବଦଳରେ ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ମିଳିବ । ଜାପାନ ସରକାରଙ୍କ ଏହି ଆଦେଶକୁ ସାରା ବିଶ୍ୱରେ ଆଲୋଚନା କରାଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.