• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଏକ ବଡ ଫିଇସଲା ନେଇ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥର ବିନା ସଂରକ୍ଷଣରେ ପୌର ପରିଷଦ ନିର୍ବାଚନ କରାଯାଉ। କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଟ୍ରିପଲ ପରୀକ୍ଷା ନହେବା ପର୍ଯ୍ୟନ୍ତ ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ। ୨୦୧୭ ର ଓବିସି ରାପିଡ ସର୍ଭେକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
  2. ସରକାର ଭାରତ ବାୟୋଟେକର ନାଜାଲ ଭାକ୍ସିନ ଇନକୋଭାକକୁ ଅନୁମୋଦନ କରିଥିଲେ। ସୂଚନା ଅନୁଯାୟୀ ନାସାଲ ଭାକ୍ସିନ ମୂଲ୍ୟ ଏକ ହଜାର ଟଙ୍କା ହୋଇପାରେ। ଏଥିରେ ଟିକାର ମୂଲ୍ୟ ୮୦୦ ଟଙ୍କା ହେବ। ଏଥି ସହିତ ଜିଏସ୍‌ଟି ଏବଂ ହସ୍ପିଟାଲ ଚାର୍ଜ ସମେତ ଏହା ୧୦୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ।
  3.  ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
  4. ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ପିଲ୍ଲାଙ୍କ ୪ଟି ଫ୍ଲାଟ ରହିଥିବା 
  5. ରାଜ୍ୟକୁ ଫେରିବାରେ କରୋନା କଟକଣା। ଅଧିଂକାଶ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ଏହି ନିୟମ ଆସିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
  6. ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରି କୁହାଯାଇଛି। ଜଣଙ୍କର ଡାଟାବେସ୍‌ରେ ଦିଆଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍‌ କରାଯିବା ଦରକାର ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପରାମର୍ଶ ଦେଇଛନ୍ତି।
  7. ବରଫର ଆସ୍ତରଣ ଭିତରେ ଲୁଚି ଯାଇଛି ଉତ୍ତର ଓ ପଶ୍ଚିମ ଆମେରିକା । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ନ୍ୟୁୟର୍କ ରାଜ୍ୟର ବଫାଲୋ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।
  8. ୨୦୨୩ଠାରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏଥିରେ କ୍ରେଡିଟ୍ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି ଇ-ଇନ୍‌ଭଏସ୍, ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନ୍ତର୍ଭୁକ୍ତ।
  9. ଜାପାନର ଉତ୍ତରାଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ୧୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦ଜଣ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁଁ ଶହଶହ ଲୋକ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ହୋଇଛନ୍ତି। 
  10. ପୂର୍ବତନ ମାଓବାଦୀ ନେତା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସୋମବାର ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। 
  11. ବିଶ୍ବର ପ୍ରାୟ ୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି । ଜଣେ ହ୍ୟାକର ଏହିସବୁ ତଥ୍ୟ ବିକ୍ରି ଉଦ୍ଦେଶ୍ୟରେ ଚୋରି କରିନେଇଛନ୍ତି। ତଥ୍ୟ ଚୋରି ହୋଇଥିବା ଟ୍ବିଟର ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ, ବଲିଉଡ ଅଭିନେତା ସଲମାନ ଖାଁ, ଭାରତ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଡୋନାଲ୍ଡ ଟ୍ରମ୍ପ ଜୁନିୟର, ସ୍ପେସ୍‌ ଏକ୍ସ, ଡୋଜା କାଟ୍‌, ଚାର୍ଲେ ପୁଥ, ନାସାର ଜେଡବ୍ଲ୍ୟୁଏସ୍ ଆକାଉଣ୍ଟ, ଏନବିଏ ପ୍ରମୁଖ। 
  12. ଗୁଜୁରାଟର ଦାହୋଡରେ ଗୋଟିଏ ବିଦ୍ୟାଳୟର ମୁଖ୍ୟ ଦ୍ୱାର ଖସି ପଡି ୮ ବର୍ଷର ଛାତ୍ରୀ ମୃତ । ଛାତ୍ରୀ ଟି ବିଦ୍ୟାଳୟର ବିରାଟ ଗେଟ୍‌ ନିକଟରେ ଛିଡା ହୋଇଥିବା ବେଳେ ଏହା ଖସି ପଡିଥିଲା ।
  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା କର୍ଣ୍ଣାଟକର ମୈସୁରରେ ହୋଇଥିଲା । ଏହି ସମୟରେ କାର୍‌ରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ । 
  14. ଶ୍ରୀମନ୍ଦିର ପ୍ରବେଶ ଲାଗି ଏଣିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି । ସେମାନେ ସ୍ୱତନ୍ତ୍ର ଧାଡିରେ ସିଂହଦ୍ୱାର ବାଟେ ବାଇଶୀ ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ।
  15.  ଗାନ୍ଧି ଫେଲୋଶିପ ୨୦୨୩ର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀମାନେ ଅଫିସିଆଲ ୱେବସାଇଟ୍ gandhifellowship.orgକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ । ଛାତ୍ରଛାତ୍ରୀଙ୍କୁ ୱେବସାଇଟକୁ ଯାଇ ପ୍ରଥମେ ଲାଟେଷ୍ଟ ନୋଟିଫିକେସନସ ଉପରେ କ୍ଲିକ କରିବାକୁ ପଡ଼ିବ ।
  16. ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଫଳରେ ସେଠାରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି । ତେବେ ହର୍ରମନପ୍ରୀତ ସିଂହଙ୍କ ନେତୃତ୍ୱରେ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଠାରୁ ଆଜି ସଂନ୍ଧ୍ୟାରେ ସେମାନେ ରାଉଲକେଲାରେ ପହଞ୍ଚିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଛି ।
  17. ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଆସନ୍ତା ମାସରେ ପୋଙ୍ଗଲ ଅବସରରେ ସେ ରାସନ କାର୍ଡଧାରୀଙ୍କୁ ୧୦୦୦-୧୦୦୦ ଟଙ୍କା ଦିଆଯିବ । ପୋଙ୍ଗଲ ଅବସରରେ ରାଜ୍ୟ ସରକାର ପ୍ରତିବର୍ଷ ଗରିବ ଲୋକଙ୍କୁ କିଛି ପରିମାଣର ଟଙ୍କା ଦିଅନ୍ତି । ଏହା ସହିତ ଚାଉଳ, ଚିନି ପରି ଜିନିଷ ମଧ୍ୟ ଉପହାର ଭାବରେ ଦିଆଯାଏ ।
  18. ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ୨୭ ତାରିଖରେ  ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.