• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ ।
  2. ମସ୍କ ଟ୍ଵିଟର ମୁଖ୍ୟ ପଦରୁ ଇସ୍ତଫା ଦେବା ପାଇଁ ପ୍ରାୟ ୫୭.୫ ପ୍ରତିଶତ ଟ୍ଵିଟର ଉପଭୋକ୍ତା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ। ୧.୭ କୋଟିରୁ ଅଧିକ ଟ୍ଵିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ।
  3. ଫିଫା ବିଶ୍ଵକପ୍ ନିର୍ମାଣକାର୍ଯ୍ୟରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ପ୍ରାୟ ୬ ହଜାର ୫୦୦ ଭାରତୀୟ ଶ୍ରମିକ କତାରରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।
  4. କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ବି କୁକୁର ମରି ନଥିଲା।
  5. ସୋମବାର ଅପରାହ୍ନରେ ପ୍ରୟାଗରାଜସ୍ଥିତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ବିଶ୍ବବିଦ୍ୟାଳୟର ଜଣେ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
  6. ଆସନ୍ତା ଏପ୍ରିଲ ମାସରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ଲୋକଙ୍କ ପାଇଁ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ବା ଏଲପିଜି ସିଲିଣ୍ଡର ଯୋଗାଇଦେବେ।
  7. ଲୋକଙ୍କ ପାଖରେ ଖାଇବାକୁ ନାହିଁ, କିନ୍ତୁ ପୋଷାକ ଉପରେ ବିବାଦ ଜାରି ରହିଛି। ଫିଲ୍ମ 'ପଠାନ'ର 'ବେଶରମ ରଙ୍ଗ'ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନିର ରଙ୍ଗକୁ ନେଇ ବିବାଦ ଚାଲିଥିବା ବେଳେ ଏଭଳି କହିଲେ ଅଭିନେତ୍ରୀ ରତ୍ନା ପାଠକ ଶାହ।
  8. ଆଧୁନିକ ଯୁଗର ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କ ଜୀବନ ସହିତ ମାତା ସୀତାଙ୍କ ଜୀବନକୁ ତୁଳନା କରି ମଧ୍ୟପ୍ରଦେଶ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର୍‌ ମୋହନ ଯାଦବ ଦେଇଥିବା ଟିପ୍ପଣୀ ସମ୍ପ୍ରତି ବିବାଦର କାରଣ ହୋଇଛି।
  9. ସମୁଦ୍ରରେ ବୁଡ଼ିଯାଇ ଥିବା  ଥାଇଲାଣ୍ଡ ନୌସେନାର ଯୁଦ୍ଧ ଜାହାଜରେ ପ୍ରାୟ ୧୦୦ ଜଣେ ନୌସେନା କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନିଖୋଜ ଅଛନ୍ତି । ସମୁଦ୍ରରେ ଯାଉଥିବାବେଳେ ଯୁଦ୍ଧ ଜାହାଜଟି ହଠାତ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା ।
  10. ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ସହ ଲିୟନ, ନାଇସ୍‌ ଆଦି ସହରରେ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଦେଖାଦେଇଛି। ଲୋକମାନେ ଫ୍ରାନ୍ସର ବିଭିନ୍ନ ସହରରେ ପୋଡ଼ାଜଳା ମଧ୍ୟ କରିଛନ୍ତି। ପୂରା ଫ୍ରାନ୍ସରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୧୪,୦୦୦ରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି।
  11. ନଭେମ୍ବର ୨୮ ସୁଦ୍ଧା ଓଡିଶାରେ କୋଭିଡ ଟିକା ଶେଷ ହୋଇଯାଇଛି। ରାଜ୍ୟରେ କିମ୍ବା ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିଲେ ଟିକା ମାଗିବୁ। ସ୍ଥିତି ଦେଖି ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ। ରାଜ୍ୟରେ ୮କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଇଛି। ୯୭% ପ୍ରଥମ ଡୋଜ, ୯୧% ଦ୍ବିତୀୟ ଡୋଜ ଏବଂ ୪୧% ପ୍ରିକସନ ଡୋଜ ନେଇଛନ୍ତି ବୋଲି ସ୍ଵାଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରକାଶ କରିଛନ୍ତି।
  12. ‘ୟୁ ଆର୍‌ ଦ ଲାଇଟ୍‌’ର ଟାଗ୍‌ଲାଇନ୍‌ ସହିତ ସୋମବାର ସିଭିଲ୍‌-୨୦ର ଲୋଗୋ ଜାରି ହୋଇଛି। ସିଭିଲ୍‌-୨୦ ହେଉଛି ଜି-୨୦ର ଏକ ଏନ୍‌ଗେଜ୍‌ମେଣ୍ଟ ଗ୍ରୁପ୍‌।
  13. ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ବିହାରର ଏକ ବ୍ରିଜ୍‌ ରବିବାର ଭୁଶୁଡି ପଡିଛି। ବ୍ରିଜ୍‌ଟି ବେଗୁସରାଇ ଜିଲାର ବୁରି ଗନ୍ଧକ ନଦୀ ଉପରେ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା।
  14. ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ।
  15. ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍‌ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି।
  16. କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ , ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି।
  17. ଦେଶର ୭.୨୦ ପ୍ରତିଶତ ନାଗରିକଙ୍କ ପାଖରେ ପାସପୋର୍ଟ ଅଛି। ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଲୋକଙ୍କ ପାସପୋର୍ଟ ତିଆରି ହୋଇସାରିଛି।
  18. ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ ଡିସେମ୍ବର ୧୬ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ୧୩ ବର୍ଷ ଅପେକ୍ଷା କରିଥିଲେ।
  19. ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ଅଧ୍ୟକ୍ଷ ମୋହନ ଭାଗବତ୍ ଭାରତର ବିକାଶ ପାଇଁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଯଦି ଚୀନ ବା ଆମେରିକା ଭଳି ହେବାକୁ ଚେଷ୍ଟା କରେ ତେବେ ତାର ବିକାଶ ହେବ ନାହିଁ ।
  20. ଓଡିଶାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍‍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଆଗ୍ରହୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ବିଭାଗର ୱେବସାଇଟ୍‍ରେ ଟେଣ୍ଡର ଆବେଦନ ଫର୍ମାଟ ଉପଲବ୍ଧ ହେବ । ଆସନ୍ତା ଜାନୁଆରୀ ୧୭ ଅପରାହ୍ନ ୫ଟା ସୁଦ୍ଧା ସଂସ୍ଥାଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଠିକଣାରେ ଟେଣ୍ଡର ଦାଖଲ କରିପାରିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.