• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ। ଏଥିପାଇଁ ଟେଣ୍ଡର ଅଫରର ମାର୍ଗ ବ୍ୟବହାର କରାଯିବା ଉଚିତ।
  2. ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷଭାବେ ପାଳନ କରାଯିବ । ଏଥିପାଇଁ ମିଲେଟ୍‌ ଓ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାରପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଉଛି ।
  3. ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଚିନ୍ତା କରୁଛି। ଏହା ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ସକ୍ଷମ।
  4. ପ୍ରୋଜେକ୍ଟ ୭୫ର, ୟାର୍ଡ-୧୧୮୭୯ ର ପଞ୍ଚମ କାଲଭାରୀ ଶ୍ରେଣୀ ବୁଡ଼ାଜାହାଜ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି। 
  5. ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି।
  6. ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା ।
  7. ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଠକେଇ ଅଭିଯୋଗରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଆମ ଆଦମୀ ପାର୍ଟି(ଏଏପି)କୁ ୬୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି ।
  8. ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ ସୁପ୍ରିମକୋର୍ଟର ୬,୮୪୪ ମାମଲାର ସମାଧାନ ହୋଇଛି।
  9. ଗତ ୫ ଆର୍ଥତ୍କ ବର୍ଷରେ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କର ୧୦.୦୯ ଲକ୍ଷ କୋଟି ଟଙ୍କାର ଋଣ ଅନାଦେୟ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଲୋକ ସଭାକୁ କହିଛନ୍ତି।
  10. ୧୯୧୫ମସିହାରେ ଚିଲିକାରେ ପ୍ରଥମ କରି ଏହି ଇରାୱାଡ଼ି ପ୍ରଜାତିର ଡ଼ଲଫିନ୍‌କୁ ଚିହ୍ନଟ କରାଯାଇଥିଲା । ଅଦ୍ୟାବଧି ଚିଲିକାରେ ଡ଼ଲଫିନ୍‌ ୧୬୦ରୁ ଉଦ୍ଧ୍ୱର୍ ଦୃଷ୍ଟିଗୋଚର ହୋଇଥିବା ବିଗତ ବର୍ଷରେ ଗଣନାରୁ ଜଣାପଡ଼ିଛି ।
  11. ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଛ ଖବର ପ୍ରସାରଣ ଅଭିଯୋଗରେ ଆଉ ୩ଟି ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଟକଣା ଲଗାଇଛି । ଏହି ତିନି ୟୁଟ୍ୟୁବ ଚ୍ୟାନେଲ ନକଲି ବୋଲି କହିଛନ୍ତି ସରକାର ।
  12. ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ହକିର ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲାରେ ହକି ଷ୍ଟାଡିୟମ ଏବଂ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି । 
  13. ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଚୀନ ତା’ର ତୀବ୍ବତୀୟ ଏୟାରବେସ୍‌ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି।
  14. ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଉପ କାରାଗାରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳେ କାରାଗାରରୁ ଡ଼ାକ୍ତରଖାନା ଆଣିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
  15. ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ବିନା ସୁଧରେ ଋଣ ଦେବା ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ମାତ୍ର କେନ୍ଦ୍ରୀୟ ସହାୟତା ମିଳିବାକୁ ଥିବା ରାଜ୍ୟର ତାଲିକାରେ ଓଡ଼ିଶା ସ୍ଥାନିତ ହୋଇନାହିଁ।
  16. ରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ
  17. ପାକିସ୍ତାନ ତାଲିବାନ ( ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି) ଦ୍ଵାରା ଖ୍ବାଇବର ପଖତୁନଖ୍ବାବାର ବନ୍ନୁ କ୍ୟାଣ୍ଟନମେଣ୍ଟରେ କରାଯାଇଥିବା ପଣବନ୍ଦୀ ଘଟଣାର ଅନ୍ତ ହୋଇଛି ।
  18. ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଯେ ଚୀନ୍ ଅପେକ୍ଷା ସେ ଭାରତକୁ ପସନ୍ଦ କରନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ପସନ୍ଦର ସ୍ଥାନ ହିମାଚଳପ୍ରଦେଶର କାଙ୍ଗ୍ରା ହେଉଛି ତାଙ୍କର ସ୍ଥାୟୀ ବାସସ୍ଥାନ।
  19. ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ  ମିଳିଲା ମଞ୍ଜୁରି l ଏନେଇ କେନ୍ଦ୍ର ମନ୍ତ୍ରୀଦେଲେ ସୂଚନା  l

  20. ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଶର୍ମାଙ୍କ ସହିତ ନବଦୀପ ସାଇନି, ଘୋଷଣା କଲା ବିସିସିଆାଇ l ଆସନ୍ତାକାଲି ଢାକାରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଟେଷ୍ଟ ଦଳର ନେତୃତ୍ଵ ନେବେ l

  21. -ଆର୍ଜେଣ୍ଟିନା ପହଞ୍ଚିଲା ମେସିଙ୍କ ବିଶ୍ଵ ଚାମ୍ପିଅନ ଦଳ, ଧୁମଧାମ୍‌ରେ ସ୍ଵାଗତ କଲେ ଦେଶବାସୀ, ରାସ୍ତାରେ ହେଲା ପ୍ରଶଂସକଙ୍କ ଅସମ୍ଭାଳ ଭିଡ l

  22. ପାକିସ୍ତାନରେ ଇତିହାସ ରଚିଲା ଇଂଲଣ୍ଡ, ୩-୦ରେ ଜିତିଲା ଟେଷ୍ଟ ସିରିଜ୍‌ l

  23. ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ୩ କୋଟି ୩୧ ଲକ୍ଷରୁ ଅଧିକ ମୋବାଇଲ୍ ସଂଯୋଗ ରହିଛି। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୭୬ଟି ମୋବାଇଲ୍ ସଂଯୋଗ ରହିଛି।
  24.  ଟ୍ରାଇ ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ରାଜ୍ୟରେ ଦୁଇଟି କଂପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଦୁଇଟି କଂପାନି ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଏୟାରଟେଲ୍‌ ୫୭,୮୭୪ ଏବଂ ରିଲାଏନ୍ସ ଜିଓ ୫୧,୩୩୬ ନୂଆ ଗ୍ରାହକ ଯୋଡ଼ିଛନ୍ତି। ବିଏସ୍‌ଏନ୍‌ଏଲ୍‌ ୯,୬୨୬ ଏବଂ ଭୋଡାଫୋନ୍ ଆଇଡିଆ ୩୧,୯୯୮ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.