• +91-9861016349 / +91-9437281655
  • Email: amarisatya@gmail.com

Odia Current News

22.12.22  ଗୁରୁବାର (Thursday)

  1. ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ କହିଛନ୍ତି ଯେ ଆମ ଦେଶରେ ଦୁଇ ଜଣ ରାଷ୍ଟ୍ରପିତା ଅଛନ୍ତି। ମହାତ୍ମା ଗାନ୍ଧୀ ପୁରାତନ କାଳର ରାଷ୍ଟ୍ରପିତା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭାରତର ରାଷ୍ଟ୍ରପିତା |
  2. କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ସାଂସଦ ରାହୁଲ୍‌ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପତ୍ର ଲେଖି ଜଣାଇଛନ୍ତି।
  3. ଚୀନ୍‌ରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର (ଏସ୍‌ଆଇଆଇ) ‘ସିଇଓ’ ଅଦାର ପୁନାୱାଲା ଆଜି କହିଛନ୍ତି ଯେ, ଭାରତର ଟିକାକରଣ ଓ ଟ୍ରାକ୍‌ ରେକର୍ଡ ଚମତ୍କାର ଅଛି ।
  4. କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦକୁ ନେଇଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଚୀନ୍‌ ଭାରତରେ ପ୍ରବେଶ କଲା ଭଳି ଆମେ କର୍ଣ୍ଣାଟକରେ ପ୍ରବେଶ କରିବୁ।
  5. କେନ୍ଦ୍ର ସରକାରରେ ୯ ଲକ୍ଷ ୭୯ ହଜାର ୩୨୭ଟି ପଦବି ୨୦୨୨ ଅଗଷ୍ଟ ସୁଦ୍ଧା ଖାଲି ପଡ଼ିଛି। ସେଥିରୁ ୨୩,୫୮୪ ପଦବି ଗ୍ରୁପ ଏ ବର୍ଗର ହୋଇଥିବାବେଳେ ୧ ଲକ୍ଷ ୧୮ ହଜାର ୮୦୭ଟି ପଦବି ଗ୍ରୁପ ବି ଏବଂ ୮ ଲକ୍ଷ ୩୬ ହଜାର ୯୩୬ ପଦବି ଗ୍ରୁପ୍‌ ସି ର ବୋଲି ସଂସଦରେ ସରକାର ସୂଚନା ଦେଇଛନ୍ତି।
  6. କୁଖ୍ୟାତ ସିରିଏଲ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହେବ । ତାକୁ ମୁକ୍ତ କରାଯିବା ସମ୍ପର୍କରେ ନେପାଳର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଚାର୍ଲ୍ସ ସୋଭରାଜଙ୍କୁ ୨୦୧୦ରେ ନେପାଳର ଏକ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
  7. ଜି-୨୦ର ଶିଖର ବୈଠକ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜନ ହେବାକୁ ଯାଉଛି । ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କୋଣାର୍କ ଆସି ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ।
  8. ଆସନ୍ତା ୨୦୨୩ ଡିସେମ୍ବର ୧ରୁ ୩ ଯାଏ ଭୁବନେଶ୍ୱରରେ ଏଡୁଫେଷ୍ଟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ କନ୍‌ଫରେନ୍ସ, ଏଗ୍‌ଜିବିଶନ୍‌ ଓ ଇଭେଣ୍ଟସ କର୍ନର ହେବ। ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଅନେକ ନୂଆ ସଂସ୍କାର ହୋଇଛି। ହାଇସ୍କୁଲ ୫-ଟି ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ ଅଭିଯାନ ଇତ୍ୟାଦିକୁ ଫୋକସ୍‌ କରାଯିବ। ଏଥିରେ ୧ ହଜାର କୋଟି ପୁଞ୍ଜି ନିବେଶ ଆଶା କରାଯାଉଛି।
  9. ଭୋପାଳର ୧୫ ଜଣ କାରିଗର ଅଦରକାରୀ ଜିନିଷରେ ତିଆରି କରିଛନ୍ତି ‘ରୁଦ୍ରବୀଣା’। ଯାହାର ଓଜନ ପାଞ୍ଚ ଟନ୍,  ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଓସାର ୧୦ ଫୁଟ ଏବଂ ଉଚ୍ଚତା ୧୨ ଫୁଟ। ସେହିପରି ଏହାକୁ ତିଆରି କରିବା ପାଇଁ ଛଅମାସ ଲାଗିଥିବାବେଳେ ସେମାନେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
  10. ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି ।
  11. ଭାରତରେ ମୋଟ  BF.7ରେ  ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ ନେଇ ଜାତୀୟ ଗଣମାଧ୍ଯମରେ ସୂଚନା ଦିଅ ଯାଇଛି ।
  12. ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର ।
  13. ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି। ଏହା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଜବତ ହୋଇଥିବା ଚତୁର୍ଥ ସର୍ବାଧିକ ନଗଦ ।
  14. ‘ଇଣ୍ଡିଆ ଟୁଡେ ବେଷ୍ଟ ପରଫରର୍ମିଂ ବିଗ୍‍ ଷ୍ଟେଟସ୍‍ ଟୁରିଜିମ୍‍’ ତାଲିକାରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ୬ନମ୍ବର ସ୍ଥାନରେ ରହିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ କେରଳ ,ଦ୍ୱିତୀୟ ସ୍ଥାନରେ ଆସାମ, ତୃତୀୟ ସ୍ଥାନରେ ଗୁଜୁରାଟ, ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର, ପଞ୍ଚମ ସ୍ଥାନରେ ଉତ୍ତରାଖଣ୍ଡ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଓଡ଼ିଶା ସ୍ଥାନ ପାଇଛି।
  15.  ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମର ଲୋକେ ମୋବାଇଲ୍‍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍‍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଦାବି କରିଛନ୍ତି।
  16. ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଗୋବିନ୍ଦର ପୋଷ୍ଟମର୍ଟମ ହୋଇଛି। କଡା ସୁରକ୍ଷା ମଧ୍ୟରେ ୩ଜଣିଆ ଏଫଏମଟି ପ୍ରଫେସର ଗୋବିନ୍ଦର ପୋଷ୍ଟମର୍ଟମ କରିଥିବା ବେଳେ ସମ୍ପୂର୍ଣ୍ଣ ଶବବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହୋଇଛି।
  17. ଜାନୁଆରୀ ୨୫ରୁ ଗଡ଼ିବାକୁ ଯାଉଛି ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି ମାଧ୍ୟମରେ ୮ ଦିନିଆ ଯାତ୍ରା କରିବେ ଯାତ୍ରୀ । ଏହାର ମୁଖ୍ୟ ଆକର୍ଷଣ ରହିବ ଶୀଜଗନ୍ନାଥ ମନ୍ଦିର ପରିଦର୍ଶନ । ଟୁର୍ ପ୍ୟାକେଜର ଅଂଶ ଭାବେ କୋଣାର୍କ ଓ ଭୁବନେଶ୍ୱର ରହିବ ।
  18. ହକି ମହାକୁମ୍ଭ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଓଡିଶା ରାଜ୍ୟ ସରକାର ହକି ପାଇଁ ୪ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।
  19.  ବିମାନବନ୍ଦରରେ ସାମ୍ପୁଲ ଟେଷ୍ଟ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦରରେ ଅର୍ନ୍ତଜାତୀୟ ଯାତ୍ରୀ ମାନଙ୍କ ସାମ୍ପୁଲ ଟେଷ୍ଟ କରାଯିବ । ଯଦି ଯାତ୍ରୀ ମାନଙ୍କ ଠାରେ ଜୀବାଣୁ ଚିହ୍ନଟ ହୁଏ ତେବେ ତାଙ୍କୁ ଅଲଗା ରଖାଯିବ।   
  20. ଏନସିଆରଟି ପାଠ୍ୟପୁସ୍ତକରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଏକାଦଶ ତଥା ଦ୍ୱାଦଶ ସଂସ୍କୃତ ପାଠ୍ୟପୁସ୍ତକରେ ଏହାର ଶ୍ଲୋକା ସାମିଲ କରାଯିବ । ଏନେଇ ସୋମବାର ଦିନ ଲୋକସଭାକୁ ସୂଚନା ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.