• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ସମେତ ସମଗ୍ର ବିଶ୍ୱ କରୋନକୁ ନେଇ  ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। କିନ୍ତୁ  ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ ରହିଛି ।  
  2. ଆମ୍ ଆଦମୀ ପାର୍ଟି ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ପାଇଁ ସେଲି ଓବରୋଇଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
  3. ୟୁକ୍ରେନ୍ ଯୁଦ୍ଧ ୩୦୩ ଦିନରେ ପହଞ୍ଚିଥିବା ବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧର ଗତି ବଢ଼ାଇବାକୁ ତାଙ୍କର ସେନା ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ରୁଷିଆ ଆଗରୁ ଭାବୁଥିଲା ସେମାନେ ୟୁକ୍ରେନ୍‌କୁ ଯେତିକି ସୈନ୍ୟ ପଠାଇଛନ୍ତି ତାହା ଯଥେଷ୍ଟ ହେବ।
  4. ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ବିବାଦର ଅନ୍ତ ଘଟାଇବା।
  5. ରାଜ୍ୟସଭାରେ ପାରିତ ହୋଇଥିବା ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ବିତୀୟ ସଂଶୋଧନ)- ବିଲ ୨୦୨୨କୁ ବିଜେଡି ସମର୍ଥନ କରିଛି। 
  6. ପାର୍ଲାମେଣ୍ଟର ଉଭୟ ଗୃହ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
  7. ଆସନ୍ତା ଜାନୁୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ।
  8. ଆସନ୍ତା ଏକ ବର୍ଷ ପାଇଁ ଗରିବଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧିନରେ ଦେଶର ୮୦ କୋଟି ଲୋକଙ୍କୁ ଏହି ମାଗଣା ବେନିଫିଟ୍ ମିଳିବ । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ।
  9. ଭାରତ ଚୀନ ସୀମାରେ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ଯବାନ ମୃତ ହୋଇଥିବା ଖବର ଆସି ପହଞ୍ଚିଛି । ସେନାକୁ ନେଇ ଯାଉଥିବା ସମୟରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି ।
  10. ବିଶ୍ୱସ୍ତର ସହିତ ଭାରତରେ ମଧ୍ୟ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଅନ୍ୟ ଦେଶ ପରି ଭାରତରେ ମଧ୍ୟ ଛାଡପତ୍ର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ବିଶ୍ୱ ଆକଳନ ତୁଳନାରେ ଭାରତରେ ଛାଡପତ୍ର ମାମଲା କମ୍ ରହିଥିବା ବେଳେ ଏହାର ହାର ପ୍ରାୟ ୧.୧ ପ୍ରତିଶତ ରହିଛି ।
  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସଶସ୍ତ୍ର ବାହିନୀ ପାଇଁ ୱାନ ରାଙ୍କ ୱାନ ପେନସନ (OROP) ଏବଂ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି।
  12. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଶ୍ରୀ ପବିତ୍ର ମହାରଥାଙ୍କ ଦ୍ଵାରା ସଂପଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି ।
  13. ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଏକକାଳୀନ ଦ୍ୱୈତ ଡିଗ୍ରି କରିବାର ସୁଯୋଗ ମିଳିବ। ଉଚ୍ଚଶିକ୍ଷା ବିଭାଗ ଏନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ପ୍ରାଥମିକ ଆଲୋଚନା କରିଥିବାବେଳେ ଆସନ୍ତା ଜାନୁଆରୀ ମାସରେ ଏକାଡେମିକ୍‍ କାଉନସିଲ୍‍ ବୈଠକ ବସିବ।
  14. ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଉଦ୍‌ବୋଧନ ଦେଇ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
  15. ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌) କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବାକୁ ନେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ‌ଦେଇଛନ୍ତି।
  16. ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। କୋଚିରେ ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନରେ ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି।
  17. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓଡିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି।
  18.  ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଅମିତ ରୋହିଦାସ ଓ ସଂଜୀବ ନିଲମ ଖେସଙ୍କୁ ସ୍ଥାନ ମିଳିଛି। ହରମନ ପ୍ରିତ ସିଂହ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି।
  19. ପୁରୀ ଜିଲା ପିପିଲି ଉପଖଣ୍ଡର ଭାରତିପୁର ସେକ୍ସନ ଲାଇନ୍‌ମ୍ୟାନ୍‌ ମାନସ ରଞ୍ଜନ ସାହୁ ଲାଞ୍ଚ ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ କୁକୁଡ଼ା ଫାର୍ମକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ୭,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।
  20. ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଧାରାବାହିକ ‘ଖୁସିର ଛୁଙ୍କ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.