• +91-9861016349 / +91-9437281655
  • Email: amarisatya@gmail.com

Odia Current News

୨୫।୧୨।୨୨( ରବିବାର)

  1. ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠେ ।
  2. ଲେଖିକା କମଳା ଶତପଥୀ ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ ପ୍ରଦାନ କରାଯିବ ।
  3. ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
  4. ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ ।
  5. ଓଡ଼ିଶାର ପ୍ରମୂଖ ଶକ୍ତି ପୀଠ ଭାବରେ ମା ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି। ତେଣୁ 5T ଉପକ୍ରମରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
  6. ବିହାରର ମୋତିହାରୀରେ ଏକ ଇଟାଭାଟିରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ରାମଗଢବାର ନରିଲଗିରିରେ ଏହି ଅଘଟଣ ଘଟିଛି ।
  7. ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍‌ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। 
  8. ଚୀନ୍‌ରେ ଏବେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାରୁ ଏହି ଦେଶ ସମେତ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ବିପଦ ବଢିଛି ବୋଲି ଗଭୀର ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ଏପରିକି ଏଠି ଚତୁର୍ଥ ଲହର ଆସିବା ସହ ୩ ମାସ ମଧ୍ୟରେ ୮୦ କୋଟି ଲୋକ ସଂକ୍ରମିତ ହେବା ଏବଂ ପ୍ରାୟ ୧୦ ଲକ୍ଷରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସମ୍ପର୍କିିତ ରିପୋର୍ଟ ସାରା ବିଶ୍ବସମାଜକୁ ଚିନ୍ତିତ କରିଛି।
  9. ଡିସେମ୍ବର ୧୬ରେ ଅବତାର ୨’ ରିଲିଜ ହୋଇଥିଲା।ରିଲିଜ ପରେ ଫିଲ୍ମଟି ଭଲ ବ୍ୟବସାୟ କରିବା ଆରମ୍ଭ କରିଥିବା ସହ ଏବେ କେବଳ ଭାରତରେ ହିଁ ଫିଲ୍ମଟି ୨୦୦କୋଟି ଆୟ କରିସାରିଥିବା ଜଣାପଡ଼ିଛି।
  10. ଦେଶବ୍ୟାପୀ ଭାରତ ଯୋଡ଼ ଯାତ୍ରା ପାଇଁ ବର୍ତ୍ତମାନ ଚର୍ଚ୍ଚା ପାଲଟିଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ ଚଳାଇଛନ୍ତି।
  11. ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି।
  12. ନୂତନ ଜାତୀୟ ଶିକ୍ଷା ନୀତି ଜରିଆରେ ପ୍ରଥମ ଥର ପାଇଁ ଦେଶରେ ପ୍ରଗତିଶୀଳ ଏବଂ ଉଗ୍ର-ଆଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
  13. ଦୁବାଇରେ ରହୁଥିବା ଜଣେ ଭାରତୀୟ ଡ୍ରାଇଭର୍‌ ଅଜୟ ଓଗୁଲା ‘ଏମିରେଟସ୍‌ ଡ୍ର’ ଲଟେରିରେ ୧୫ ନିୟୁତ ଦିରମ୍‌ ବା ଭାରତୀୟ ମୁଦ୍ରାରେ ୩୩ କୋଟି ଟଙ୍କା ଜିଣିଛନ୍ତି। ‘ସଂଯୁକ୍ତ ଆରବ ଏମିରେଟ୍ସ୍‌’ର ଦୈନିକ ସମ୍ବାଦପତ୍ର ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।
  14. ପରୀକ୍ଷାରେ କପି କରୁଥିବା ଶିକ୍ଷାର୍ଥୀ କେବେ ମଧ୍ୟ ଦେଶ ଗଠନ କରିପାରିବେ ନାହିଁ। ଏଭଳି କାର୍ଯ୍ୟ ବିରୋଧରେ କଡ଼ା ଅନୁଶାସନ ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
  15. ବର୍ତ୍ତମାନ ଆଧାର କାର୍ଡରେ ରଖାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକର ତଥ୍ୟ ରେକର୍ଡକୁ ୧୦ ବର୍ଷ ପରେ ଅପଡେଟ କରିବାକୁ ପଡିବ।
  16. ୟୁକ୍ରେନ ପାଇଁ ଆମେରିକା୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି। 
  17. ଟେଲିଭିଜନ ତଥା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରଜିତା କୋଚର। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। 
  18. ମିଶନ ଡ୍ରିମ ପକ୍ଷରୁ ଓଡ଼ିଆ ଝିଅ କେ.ଆର ସନ୍ତୋଷିନୀ ହୋଇଛନ୍ତି ମିସ୍‌ ଇଣ୍ଡିଆ। କଲକାତାରେ ମିଶନ ଡ୍ରିମ ପକ୍ଷରୁ ଆୟୋଜିତ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଦେଶର ୫୦ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସେ ଏହି ବିଜୟ ମକୁଟ ପିନ୍ଧିଛନ୍ତି।
  19. ବେଙ୍ଗାଲୁର- ବିଦ୍ୟାଳୟରେ ମାସ୍କ ପିନ୍ଧିବା ବାଧ୍ୟ । ବେଙ୍ଗାଲୁରରେ ଏପରି ନିୟମ କରାଯାଇଛି । ଏବେ କରୋନା ମାମଲା ବୃଦ୍ଧି ପାଇଥିବାରୁ ବେଙ୍ଗାଲୁର ପ୍ରଶାସନ ପକ୍ଷରୁ ଏପରି ନିୟମ କରାଯାଇଛି । ବେସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାସ୍କ ପରିଧାନ ପାଇଁ ବାଧ୍ୟତାମୂଳକ କରାଯାଇଛି । 
  20. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ସମଗ୍ର ମାନବ ଜାତି ପାଇଁ ଶାନ୍ତି ଏବଂ ଭାଇଚାରାର ପ୍ରତୀକ । ସେ କହିଛନ୍ତି, ଏହି ଦିନ ଆମେ ଯୀଶୁଖ୍ରୀଷ୍ଟଙ୍କ ଦୟା ଏବଂ ବଳିଦାନର ବାର୍ତ୍ତାକୁ ମନେ ପକାଇଥାଉ। ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଦୟା ଏବଂ ପ୍ରେମ ଭାବ ଜାଗ୍ରତ ପାଇଁ ପ୍ରେରିତ କରିଥାଏ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.