• +91-9861016349 / +91-9437281655
  • Email: amarisatya@gmail.com

Odia Current News

୨୬।୧୨।୨୨( ସୋମବାର)

  1. ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ହୃଦୟ ରୋଗୀଙ୍କ ପାଇଁ ଏକ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ହାର୍ଟ ପ୍ରତିରୋପଣ କରାଯାଇପାରିବ। ଆଇଆଇଟି କାନପୁର ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଛନ୍ତି ଯେ ୨୦୨୩ ରେ ପରୀକ୍ଷା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମନୁଷ୍ୟଠାରେ କୃତ୍ରିମ ହାର୍ଟ ପ୍ରତିରୋପଣ କରାଯାଇପାରିବ।
  2. ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି।
  3. ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ରାଜଧାନୀରେ ଥିବା ‘ସେକ୍ରଡ୍‌ ହାର୍ଟ କ୍ୟାଥିଡ୍ରଲ୍‌’ ଗୀର୍ଜାକୁ ଯାଇ ବଡ଼ଦିନ ଅବ୍ୟବହିତ ପୂର୍ବରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
  4. ସାଇବେରିଆର କେମରୋଭୋ ସହରରେ ଥିବା ଏକ ଅଣ-ପଞ୍ଜୀକୃତ ଜରାନିବାସରେ ଅଗ୍ନିକାଣ୍ଡ ଘଟି ଶନିବାର ଅତି କମ୍‌ରେ ୨୦ ଜଣ ବରିଷ୍ଠ ନାଗରିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଉକ୍ତ କୋଠାର ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ପୋଡ଼ିଯାଇଛି।
  5. ଚାଇନା ନ୍ୟାସନାଲ ହେଲଥ କମିସନ(ଏନଏଚସି) ତଥ୍ୟ ଏବଂ ବ୍ଳୁମ୍‌ବର୍ଗ ରିପୋର୍ଟ ଅନୁସାରେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ସେହିପରି ଚଳିତ ମାସ ୨୦ ତାରିଖ ସୁଦ୍ଧା ମୋଟ ଜନସଂଖ୍ୟାର ୧୮ ପ୍ରତିଶତ ବା ୨୪୮ ନିୟୁତ ଲୋକ କରୋନା କବଳିତ ହୋଇଛନ୍ତି।
  6.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି।
  7. ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି।
  8. ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି।
  9. ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ପଞ୍ଜାବି ମିକି ହୋଥିଙ୍କୁ ସର୍ବସମ୍ମତି କ୍ରମେ ଉତ୍ତର କାଲିଫର୍ନିଆ ଲୋଦି ସହରର ମେୟର ନିର୍ବାଚିତ କରାଯାଇଛନ୍ତି । ଏହା ସହ ମିକି ହୋଥି, ଯାହାଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ମିଳିବା ସହ ସେ ପ୍ରଥମ ଶିଖ ଭାବେ ଏହି ଗୌରବ ହାସଲ କରିଛନ୍ତି ।
  10. ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ଯାନ (କାର୍‌)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା ଜଣାପଡ଼ିଛି।
  11. ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସୁନା ଖଣି ଧସି ପଡିଛି। ଫଳରେ କାମ କରୁଥିବା ୧୮ଜଣ କର୍ମଚାରୀ ମାଟି ତଳେ ଫସି ରହିଛନ୍ତି। ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
  12. ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍‌ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ ଏହା ପରିଚାଳିତ ହେବ ବୋଲି ସୂଚନା ମିଳିଛି।
  13. ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଭାରତ ପାଇଁ ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ବିଜୟର ହିରୋ ଥିଲେ। ଉଭୟ ଏହି ମ୍ୟାଚରେ ୭୧ ରନର ଏକ ମ୍ୟାଚ ବିଜୟୀ ଭାଗିଦାରୀ କରିଥିଲେ।
  14. କ୍ୟାନ୍‌ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ଦେଖି ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ପେଲେଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଅବନତି ଘଟୁଛି। ଡାକ୍ତରଖାନା ଅନୁଯାୟୀ, ୮୨ ବର୍ଷୀୟ ଫୁଟବଲର୍ଙ୍କୁ ବିଶେଷ ଯତ୍ନରେ ଚିକିତ୍ସା କରାଯାଉଛି। ତାଙ୍କର କିଡନୀ ପ୍ରଭାବିତ ହୋଇଛି।
  15. ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା।
  16.  ପବିତ୍ର ବଡ଼ଦିନ ତଥା ୨୦୨୨ ମସିହାର ଶେଷ ରବିବାର ଦିନ ଭୁବନେଶ୍ବରସ୍ଥିତ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୫୧ ହଜାର ୫୦୬ ଜଣ ପର୍ଯ୍ୟଟକ ବୁଲିଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରୁ ହଜାର ହଜାର ଲୋକ ଭୋଜିଭାତରେ ଦିନ ବିତାଇଛନ୍ତି।
  17. ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱର ପୁଲିସ ମୁକ୍ତିକାନ୍ତଙ୍କୁ ରାଉରକେଲା ସେକ୍ଟର ୨ ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି।
  18. ଲୋକପ୍ରିୟ ତେଲୁଗୁ ଅଭିନେତା ଚଲପତି ରାଓଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ରବିବାର ସକାଳେ ୭୮ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ସେ ହୃଦଘାତର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିିଥିଲା। 
  19. ରାଜଧାନୀରେ ପୁଣି ଥ​‌ରେ ପଥୋତ୍ସବ ଅନୁଷ୍ଠିତ ହୋଇଛି। ରବିବାର ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଜନପଥରେ ପଥୋତ୍ସବ ଚାଲିଥିଲ। ଏହି ଅବସରରେ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଥିଲେ ରାଜଧାନୀବାସୀ। ଏଥିରେ ଯୋଗ, ନାଚ, ଗୀତ, କ୍ରୀଡ଼ା, ଚିତ୍ରାଙ୍କନ ଓ ମାଗଣା ସ୍ବସ୍ଥ୍ୟ ଶିବିର ଆଦି କାର୍ଯ୍ୟକ୍ରମ ହୋଇଥିଲା।
  20. ଓଡ଼ିଶାକୁ ଫେରିଛି ବିଶ୍ୱକପ୍‌ ହକି ଟ୍ରଫି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି ସାରିବା ପରେ ବିଶ୍ୱକପ୍‌ ହକି ଟ୍ରଫିକୁ ଓଡ଼ିଶା ଅଣାଯାଇଛି । ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ବିଶ୍ୱକପ୍‌ ଟ୍ରଫି ହସ୍ତାନ୍ତର କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.