• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚୀନ୍‌ ବିଶ୍ଵ ପାଇଁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ କରୋନା  ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।
  2. ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ   ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
  3. ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ର ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ଆରବ ସାଗରରୁ ଏକ ପାକିସ୍ତାନୀ ଡ଼ଙ୍ଗା ଜବତ କରି ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ନିଶାଦ୍ରବ୍ୟ ଓ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହା ସହିତ ଡଙ୍ଗାରେ ଥିବା ୧୦ ଜଣ ପାକିସ୍ତାନୀଙ୍କୁ ମଧ୍ୟ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି। 
  4. ଭାରତ ଯୋଡ ଯାତ୍ରା ଆରମ୍ଭ ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା  ଟି-ସାର୍ଟର ଦାମକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ଏବେ ପୁଣି ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ମଧ୍ୟ ପ୍ରଶ୍ନ କରିଛି। ଦେଶରେ ହାଡ଼ଭଙ୍ଗା ଶୀତର ପ୍ରକୋପ ରହିଥିବା ବେଳେ ରାହୁଲ କେବଳ ଏକ ଟି-ସାର୍ଟ ପିନ୍ଧି ବୁଲିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
  5. ଗତ ଅକ୍ଟୋବର ୩୧ରେ ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସ୍ୱପ୍ନ ସାକାର ହୋଇଥିବା ବେଳେ ଏବେ ଆଉ ଗୋଟିଏ ବିମାନ ମଧ୍ୟ ଏହି ରୁଟ୍‌ରେ ସେବା ପ୍ରଦାନ କରିବ। ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି।୧୯୬୨ରେ ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡ୍ (ହାଲ୍) ପ୍ରତିଷ୍ଠା ସମୟରେ ୬୦ ଏକର ଜମିରେ ଜୟପୁରରେ ଏୟାରଷ୍ଟ୍ରିପ୍‌ ନିର୍ମାଣ ହୋଇଥିଲା ।
  6. ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ସୀମାରେ ମୁତୟନ କରିବାକୁ ଚାହୁଁଛି। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୨୦ଟି ପ୍ରଳୟ ମିସାଇଲ କିଣାଯିବ। ଡିଆରଡିଓ ଏହି ମିସାଇଲ ତିଆରି କରୁଛି।
  7. ୨୦୨୨ ମସିହା ଥିଲା ଏସ୍‌ଟିଏଫ୍‌ର ସଫଳତାର ବର୍ଷ । ଏବର୍ଷ ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରି ୧୩୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ଓଡ଼ିଶା ସମେତ ୭ ରାଜ୍ୟର ୧୪ କୁଖ୍ୟତ ଅପରାଧି ରହିଛନ୍ତି । ପଶ୍ଚିମବଙ୍ଗରୁ ୩ଜଣ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାରରୁ ୨ଜଣ ଲେଖାଏଁ ହୋଇଥିବା ବେଳେ ଉତ୍ତରପ୍ରଦେଶରୁ ଜଣେ ମୋଷ୍ଟୱାଣ୍ଟେଡ୍‌ ଏସ୍‌ଟିଏଫ୍‌ ପଞ୍ଝାରେ ଫସିଛନ୍ତି ।
  8. ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏବଂ ତାଙ୍କ ମନ୍ତ୍ରୀମାନେ ନାଟୋ ସହଯୋଗୀ ଗ୍ରୀସ ଏବଂ ସାଇପ୍ରସ ରିପବ୍ଲିକ ବିରୋଧରେ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି।
  9. ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଆର୍‌ଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସମେତ ଅଣ-ଭାଜପା ଦଳର ନେତାଙ୍କୁ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏଥିସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମାଙ୍କୁ ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି।
  10. ପୁଣିଥରେ ଦିଲ୍ଲୀ-ଏନ୍‌ସିଆରରେ ବଢିଲା କ୍ଷୀର ଦର। ମଙ୍ଗଳବାରଠାରୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ମଦର ଡାଏରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛି।
  11. ଖ୍ରୀଷ୍ଟମାସ ଅବସରରେ ବରିଷ୍ଠ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନ୍ସିସ ନିବେଦନ କରିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ବନ୍ଦ କରାଯାଉ। ଖ୍ରୀଷ୍ଟମାସ ଅବସରରେ ପ୍ରକାଶିତ ବାର୍ତ୍ତାରେ ସେ କହିଛନ୍ତି ଯେ ୟୁକ୍ରେନରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଏହି ଯୁଦ୍ଧ ଅର୍ଥହୀନ।
  12. କର୍ଣ୍ଣାଟକ ସରକାର ନୂଆବର୍ଷର ଉତ୍ସବ ପାଳନ ପାଇଁ ସୋମବାର ନିୟମାବଳୀ ଲାଗୁ କରିଛନ୍ତି। ସରକାର ସିନେମା ହଲ୍‌‌, ଥିଏଟର, ବିଦ୍ୟାଳୟ ଓ କଲେଜରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସେହିପରି ରେସ୍ତୋରାଁ, କ୍ଲବ ଆଦି ସ୍ଥାନରେ ନୂଆବର୍ଷ ପାଳନ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି।
  13. ବିଜୁ ଜନତା ଦଳ ଆଜି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ପୁରୀରେ ସମାରୋହରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହୋଇଛି। ଲୋକମାନଙ୍କ ପାଇଁ ଭଲ କାମ କରିବାକୁ ଶ୍ରୀକ୍ଷେତ୍ରରୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
  14. ଆଇଏଏସ୍ ସ୍ତରରେ ଅଦଳବଦଳ। ବରିଷ୍ଠ ଆଇଏଏସ୍ ଅଧିକାରୀ (ଅମଲାତନ୍ତ୍ର) ସନ୍ତୋଷ କୁମାର ଯାଦବଙ୍କୁ ସୋମବାର ଦିନ ଜାତୀୟ ରାଜପଥ ପ୍ରାଧିକରଣ (NHAI) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ଦିଆଯାଇଛି। ଉତ୍ତରପ୍ରଦେଶ କ୍ୟାଡରର ୧୯୯୫-ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଯାଦବ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗରେ ଅତିରିକ୍ତ ସଚିବ ଅଛନ୍ତି।
  15. ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ ।
  16. କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ମ ଓ ଦ୍ୱାଦଶ ପରୀକ୍ଷା ହେବ । ଅନ୍ୟ ଦେଶରେ କୋଭିଡ ବଢ଼ୁଥିବାରୁ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ପିଲାମାନେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।
  17. ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ।
  18. ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ସ୍କିମ୍ ତାରିଖକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବର୍ତ୍ତମାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ pgscholarship.aicte-india.org କୁ ଯାଇ ଆବେଦନ କରିପାରିବେ। ଯେଉଁ ଛାତ୍ରମାନେ GATE, GPAT କିମ୍ବା CEED ଯୋଗ୍ୟତା ହାସଲ କରିଛନ୍ତି ଏବଂ AICTE ଅନୁମୋଦିତ ଅନୁଷ୍ଠାନ କିମ୍ବା ପ୍ରୋଗ୍ରାମରେ ଅଛନ୍ତି ସେମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।
  19. ଦିଲ୍ଲୀର ସୁବାଷ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ଆସି ପାର୍କ ହୋଇଥିବା କାରରେ ନିଆଁ ଲଗାଇଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ୨୦ଟି କାର ଜଳି ପାଉଁଶ ହୋଇଯିବ। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ୟଶ ଆରୋରା(୨୩)କୁ ଗିରଫ କରିଛି।
  20. ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ଆମେରିକା, ୟୁରୋପ ଓ ଜାପାନରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୩୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଜାପାନରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.