• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ବିଭିନ୍ନ ଭାଗରେ ରହୁଥିବା ପ୍ରବାସୀମାନଙ୍କ ମତଦାନ ପାଇଁ ନିର୍ବାଚନ କମିଶନ (ଇସି) ଏକ ରିମୋଟ୍‌ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଆର୍‌ଭିଏମ୍‌)ର ମଡେଲ ବିକଶିତ କରିଛନ୍ତି।

  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ଦେହାନ୍ତ ଘଟିଛି।

  3. ଡିସେମ୍ବର ୧୨ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ଶାହରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ପଠାନ୍‌’ର ବେସରମ୍‌ ରଙ୍ଗ୍‌ ଗୀତକୁ ନେଇ କେତେକ ପରିବର୍ତ୍ତନ ଆଣିବାକୁ ସେନ୍‌ସର ବୋର୍ଡ ପକ୍ଷରୁ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କୁ ପରାମର୍ଶ ଦିଆଯାଇଛି।

  4. ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ଏବଂ ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ସନ୍ଦିଗ୍ଧ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି।

  5. ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସି ନେତା ସୁବ୍ରତ ଶାହାଙ୍କର ମୁର୍ସିଦାବାଦ ଜିଲାରେ ଗୁରୁବାର ହୃଦ୍‌ଘାତରେ ୬୯ ବର୍ଷ ବୟସରେ ପରଲୋକ ଘଟିଛି।

  6. ୨୦୨୧ ବର୍ଷରେ ସଡ଼କ ଦୁର୍ଘଟଣାରେ ସିଟ୍‌ ବେଲ୍ଟ ନ ବାନ୍ଧିବା କାରଣରୁ ୧୬,୩୯୭ ଜଣଙ୍କ ଜୀବନ ଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।

  7. ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି।

  8. ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

  9. ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କାଣ୍ଡୁକୁର ଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

  10. ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ଵାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ ।  ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା ।

  11. ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। S u-30 MKI ବିମାନରୁ ବ୍ରହ୍ମୋସର କରାଯାଇଛି ସଫଳ ପରୀକ୍ଷା। ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା।

  12. ଜାନୁଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ । ଜଟିଳ ହୋଇପାରେ ପରିସ୍ଥିତି । ଆଗାମୀ ୪୦ ଦିନ ଗୁରୁତ୍ବପୂର୍ଣ୍ଣ ହେବ।  

  13. ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ଔଷଧ ସେବନ କରିବା ପରେ ଦେଶରେ ପ୍ରାୟ ୧୮ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏ ନେଇ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି। ଯେଉଁ ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ବିରୋଧରେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଭିଯୋଗ କରିଛି, ସେଇଟି ହେଉଛି ମାରିଅନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଯାହା ୨୦୧୨ରେ ଉଜବେକିସ୍ତାନରେ ପଞ୍ଜିକୃତ ହୋଇଥିଲା।

  14.  ଜି-୨୦ର ଅଧ୍ୟକ୍ଷତା ପରେ ଭାରତ ଆସନ୍ତା ବର୍ଷ ପୁଣି ଏକ ରେକର୍ଡ କରିବାକୁ ଯାଉଛି। ୨୦୨୩ ଏପ୍ରିଲ ୧୪ ସୁଦ୍ଧା ଭାରତ ବିଶ୍ଵର ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଯିବ। ଗତ ୩୦୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଚୀନ୍‌କୁ ପଛରେ ପକାଇ ଦେବ। ୩୦୦ ବର୍ଷ ପର୍ଯ୍ୟନ୍ତ ଭାରତ ବିଶ୍ଵର ଜନବହୁଳ ରାଷ୍ଟ୍ର ହୋଇ ରହିବ ବୋଲି ଜାତିସଂଘ ରିପୋର୍ଟରେ ଆକଳନ କରାଯାଇଛି।

  15. ୧୪ କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ ରେଳ ଲାଇନ ଉଦ୍‌ଘାଟିତ ହେବା ସହ ତାଳଚେର କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନରେ ମହାନଦୀ କୋଲଫିଲ୍ଡ-ଏମ୍‌ସିଏଲ୍‌ରୁ ଦୈନିକ ୪୦ହଜାର ଟନରୁ ଅଧିକ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଯାଇପାରିବ। ୩୦୦କୋଟି ଟଙ୍କା ବ୍ୟୟରେ ଅନୁଗୁଳ-ବଳରାମ ରେଳ ସଂଯୋଗୀକରଣ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାରମ୍ଭ କରିବା ଯୋଗୁଁ ଏମସିଏଲ ପ୍ରତିଦିନ ଅଧିକ ୧୦ରେକ କୋଇଲା ପରିବହନ କରିପାରିବ ।

  16. ଭାରତ-ଅଷ୍ଟ୍ରେଲିଆ ଅର୍ଥିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା କାର୍ଯ୍ୟକାରୀ ହୋଇଛି। ଏହି ବାଣିଜ୍ୟିକ ରାଜିନାମା ହେବା ଫଳରେ ଦେଶରେ ପ୍ରାୟ ୧୦ ହଜାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ବର୍ତ୍ତମାନା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରର  ପ୍ରାୟ ୩୧ବିଲିୟନ ଆମେରିକୀୟ ଡଲାର ରହିଛି । ଆସନ୍ତା ୫ବର୍ଷ ମଧ୍ୟରେ ଏହିପରିମାଣ ୪୦ରୁ ୫୦ ବିଲିୟନ ଡଲାରରେ ପହଞ୍ଚିବାର ଆଶା କରାଯାଉଛି ।

  17. ଝାଡଖଣ୍ଡର ଗରହୱା ଜିଲାରେ ଏକ ଚିତାବାଘ ଆତଙ୍କ ଖେଳାଇ ଲଗାତାର ବାଘଟି ମଣିଷକୁ ଆକ୍ରମଣ କରୁଛି। ତିନି ସପ୍ତାହ ମଧ୍ୟରେ ଏହା ବାଘର ୪ର୍ଥ ଶିକାର ବୋଲି ଜଣାପଡିଛି।

  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଗସ୍ତ କରି ଅନୁଗୋଳରେ ୧୮୦୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହା ସହ ୭୫ ହଜାର ମହିଳାଙ୍କୁ ୨୪୨ କୋଟି ଟଙ୍କା ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିଛନ୍ତି ।

  19. ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି କାମ ଶେଷ ହେବାକୁ ନେଇ ପ୍ରତିଶ୍ରୁତି ଦେବା ସହ ଟେଲିକମ୍‌ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଶେଷ ହୋଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ଏଥି ସହିତ ମୋଦୀ ସରକାର ଟେଲିକମରେ ଓଡ଼ିଶାକୁ ୫ହଜାର ୬ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

  20. ବର୍ତ୍ତମାନ ବର୍ଷକୁ ୩ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ୍‌ ନିର୍ମାଣ ହେଉଛି । ହେଲେ ଜମି ନଦେଲେ ନୂଆ ଲାଇନ୍‌ କିପରି ନିର୍ମାଣ ହେବ ବୋଲି ପ୍ରଶ୍ନ କରିଛନ୍ତି ରେଳମନ୍ତ୍ରୀ  ଅଶ୍ୱିନୀ ।  ପୂର୍ବରୁ ରେଲୱେ ପାଇଁ ୮ଶହ କୋଟି ଟଙ୍କା ମିଳୁଥିଲା । ଏବେ ୧୦ ହଜାର କୋଟି ଟଙ୍କା ମିଳୁଛି । ଓଡ଼ିଶାରେ ୩୬ଟି ଷ୍ଟେସନର ନବିକରଣ ପାଇଁ ପ୍ରଧାନମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହା ପରେ ଖୁବଶୀଘ୍ର ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.