• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ନିକଟରେ ‌ଟେଲିଫୋନ୍‌ରେ କଥା ହୋଇଛନ୍ତି। ପୁଟିନଙ୍କ ସହ କଥା ହେବା ସମୟରେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ୍‌ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତା ଏତେ ସହଜ ହେବନାହିଁ ।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ୭ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ ହୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ।
  3. ସରକାର ଜାନୁୟାରୀ ୧ରୁ ଡାକଘର ସଞ୍ଚୟ ଯୋଜନା, ଏନ୍‌ଏସ୍‌ସି ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁଧହାର ୧.୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  4. ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ରାଜୀବ ରଞ୍ଜନ ଦଳର ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଇସ୍ତଫା ଦେଇଛନ୍ତି।
  5. ସାରା ବିଶ୍ବରେ ବିଗତ ୨୦ ବର୍ଷ ମଧ୍ୟରେ ପ୍ରାୟ ୧୭୦୦ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଆରଏସଏଫ୍‌ (ରିପୋର୍ଟର୍ସ ଉଇଦାଉଟ୍‌ ବର୍ଡ‌୍‌ରସ)ର ଏକ ଆକଳନରୁ ଏହା ଜଣାପଡ଼ିଛି। ତଥ୍ୟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ୮୦ରୁ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି।
  6. ବ୍ରଜରାଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।
  7. ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା । ଯାହା ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏବେ ଏହି ୪ ପ୍ରତିଶତକୁ ମିଶାଇଲେ ବର୍ତ୍ତମାନ ମହଙ୍ଗା ଭତ୍ତା ପରିମାଣ ହେଲା ୩୮ ପ୍ରତିଶତ ।
  8.  ରାଉରକେଲା ବିମାନ ବନ୍ଦର, ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ୨୦୨୨ ଡିସେମ୍ବର ୧୯ ତାରିଖରେ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ ୨ସି ଲାଇସେନ୍ସ ପାଇଥିଲା। ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇ ଯାଇଛି । ଜାନୁଆରୀ ୭ ତାରିଖରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ।
  9. ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ୧୧ ଜିଲ୍ଲାର ଏସ୍‌ପିଙ୍କର ବଦଳି ହୋଇଛି। ଜଗତସିଂହପୁର ଏସପି ଦାୟିତ୍ୱ ତୁଲାଉଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେବା ସହ ଏସଏପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମର ଏସପି ଥିବା ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି ।
  10. ଓଡ଼ିଶା ଲୋକସେବା ଆୟୋଗ ବା OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ । ଜାନୁଆରୀ ୧୭ରୁ ଆବେଦନ ଆରମ୍ଭ ହେଉଥିବାବେଳେ ଫେବ୍ରୁଆରୀ ୧୬ ଆବେଦନର ଶେଷ ତାରିଖ ରହିଛି । ଆଶାୟୀ ଛାତ୍ରଛାତ୍ରୀ http:/opsc.gov.inରେ କରିପାରିବେ ଆବେଦନ ।
  11. ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ ୧୫ ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ମିଳିଛି ଅନୁମତି । ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଅନୁମତି ମିଳିଛି ।
  12. ବର୍ଷକରେ ଆସିଛି ୩୮୧୧ ଟି ସାଇବର ଠକେଇର ଅଭିଯୋଗ । ନାନା ରକମର ଥୋପ ପକାଇ ଲୋକଙ୍କୁ ଚୂନ ଲଗାଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ୍ କାର୍ଡ ତ କେତବେଳେ ଲୋନ୍ ଆପ, ପୁଣି ଆଉ କେତବେଳେ ନ୍ୟୁଡ କଲ ଏବଂ ଫେକ୍ କଲ ମାଧ୍ୟମରେ ଲୁଟିଛନ୍ତି ଲୁଟେରା । କେବଳ ଏତିକି ନୁହେଁ ଇନସୁରାନ୍ସ, ବୁଦ୍ୟତ ବିଲ ପୈଠ, ଅନଲାଇନ ସପିଂ, ଟ୍ରାଭେଲ ଟିକେଟ ଠକେଇ ଭଳି ହଜାର ହଜାର ଅଭିଯୋଗ ଥାନାରେ ରୁଜୁ ହୋଇଛି ।
  13. ରାଜଧାନୀ ଭୁବନେଶ୍ବରରେ ବର୍ଷକରେ ୧୩କୋଟି ଲୁଟିଛନ୍ତି ସାଇବର ଲୁଟେରା। ଚଳିତ ବର୍ଷ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ଲୁଟ କରିଛନ୍ତି ସାଇବର ଲୁଟେରା।
  14. ଆସନ୍ତାବର୍ଷ ମାର୍ଚ୍ଚରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇପାରେ। ଏହି ସମୟରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ତେଣୁ ନୂଆ ସଂସଦ ଭବନରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ଭାଗ ଆରମ୍ଭ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।
  15. ପଶ୍ଚିମ କାମ୍ବୋଡିଆର ପୋଇପେଟ୍‌ ସହର ସ୍ଥିତ ‘ଗ୍ରାଣ୍ଡ୍‌ ଡାଇମଣ୍ଡ୍‌ ସିଟି’ ହୋଟେଲରେ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ହୋଟେଲର କ୍ୟାସିନୋ ଭସ୍ମୀଭୂତ ହୋଇଯାଇଥିବା ବେଳେ ଏଥିରେ ଅତି କମ୍‌ରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି।
  16. ଭାରତୀୟ ବିନିମୟ ମୁଦ୍ର‌ା ଟଙ୍କା ପାଇଁ ୨୦୨୨ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ଡଲା‌ର ତୁଳନାରେ ଏହା ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ୨୦୨୧ ଶେଷ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୪ ଟଙ୍କା ୩୩ ପଇସା ଥିଲା। ୨୦୨୨ର ଶେଷ କାରବାର ଦିନରେ ଏହି ଦାମ୍ ୮୨ ଟଙ୍କା ୭୨ ପଇସା ରହିଛି।
  17. ବିଶ୍ବର ତୃତୀୟ ବଡ଼ ଧନୀ ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ଅଧୀନକୁ ଆସିଛି ଏନ୍‌ଡିଟିଭି। ଚ୍ୟାନେଲ୍‌ର ପ୍ରତିଷ୍ଠାତା ପ୍ରଣୟ ରାୟ ଏବଂ ରାଧିକା ରାୟଙ୍କ ଅଧିକାଂଶ ଅଂଶଧନକୁ ୧୭ ପ୍ରତିଶତ ପ୍ରିମିୟମ ମୂଲ୍ୟ‌େର କିଣିବା ପରେ ଏନ୍‌ଡିଟିଭିରେ ଆଦାନି ଗ୍ରୁପ୍ ଅଂଶଧନ ୬୪.୭୧ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।
  18. ଭାରତୀୟ ବଜାରରୁ ଓହରିଯାଇଥିବା ଆମେରିକାର ଗାଡ଼ି କଂପାନି ଫୋର୍ଡର ଶେଷ ସମ୍ପତ୍ତି ଗୁଜରାଟର ସାନନ୍ଦରେ ଥିବା କାରଖାନା ବିକ୍ରି ହୋଇଛି। ଟାଟା ମୋଟର୍ସର ସହାୟକ କଂପାନି ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ ସେହି କାରଖାନାକୁ ଅଧିଗ୍ରହଣ କରିଛି।  ବିକ୍ରି ପ୍ରକ୍ରିୟାକୁ ୨୦୨୩ ଜାନୁଆରି ୧୦ ସୁଦ୍ଧା ଶେଷ କରିବାକୁ ଉଭୟ ସଂସ୍ଥା ଘୋଷଣା କରିଛନ୍ତି।
  19. ବିଶ୍ବର ଯେକୌଣସି ଦେଶର ସରକାର ତୁଳନାରେ ଭାରତ ସରକାରଙ୍କ ଉପରେ ସବୁଠୁ ଅଧିକ ସାଇବର ଆକ୍ରମଣ ହୋଇଥିଲା। ୨୦୨୨ର ଦ୍ବିତୀୟ ଭାଗରେ ଏଭଳି ଆକ୍ରମଣ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି କ୍ଲାଉଡ୍‌ଏସ୍‌ଇକେଏକ୍ସଭିଜିଲ୍‌ ନାମକ ସଂସ୍ଥା ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।
  20. ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନର ଅନୁଷ୍ଠିତ ହୋଇଥିବା କମ୍ବାଇନଡ୍‌ ସ୍ନାତକସ୍ତରୀୟ ପରୀକ୍ଷା-୨୦୨୧ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କଟକର ଦୟାନିଧି ସୁତାର ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.