• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି।
  2. ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ।
  3. ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଜେଲରେ ଥିବା ଗୁଜରାଟର ଡେଡିଆପଡ଼ା ବିଧାୟକ ଚୈତାର ବାସବ ଆଗାମୀ ଲୋକସଭା ନିର୍ବାଚନରେ ଭରୁଚ ଆସନ ପାଇଁ ଦଳର ପ୍ରାର୍ଥୀ ହେବେ।
  4. ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅଯୋଧ୍ୟାରେ ୩୦୦୦ରୁ ଅଧିକ ଉପହାର ଆଜି ଆସି ପହଞ୍ଚିଛି। ହଜାରେରୁ ଅଧିକ ପ୍ୟାକେଟ ଏବଂ ବାଲ୍‌ଟିରେ ଉପହାରଗୁଡ଼ିକ ଆସିଛି। ଏଥିସହିତ ସେହି ଅଞ୍ଚଳର ମିଠା ଏବଂ ଡ୍ରାଏ୍‌ ଫ୍ରୁଟ୍‌ସ ମଧ୍ୟ ରହିଛି।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୨ ମନ୍ତ୍ରୀ  ଓ ଜଣେ ସାଂସଦ ଅଡ଼ୁଆରେ ପଡ଼ିଯାଇଛନ୍ତି ।  ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
  6. ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ଠକେଇରେ ସାମିଲ ଥିବା ୧୩୮ଟି ଜାଲ୍ ସଂସ୍ଥାକୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୩ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଓଡ଼ିଶାରେ ୧୩୮ ଜାଲ୍ କଂପାନି ଚିହ୍ନଟ କରାଯାଇଥିବା ବେଳେ ସେମାନେ ୩୩୭ କୋଟି ଟଙ୍କାର ଟିକସ ଠକେଇ କରିଥିବା ସନ୍ଦେହ କରାଯାଉଛି।
  7. ଏକ ଚିନି କାରଖାନା ପ୍ରତିଷ୍ଠା ପାଇଁ ଏକ ସମବାୟ ବ୍ୟାଙ୍କରୁ ନିଆଯାଇଥିବା ୪୩୯.୦୭ କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ରମେଶ ଜାରକିହୋଲିଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
  8. ଦିଲ୍ଲୀରୁ ଟ‌ରଣ୍ଟୋ ଉଡ଼ାଣ ଧରିଥିବା ଏୟାର ଇଣ୍ଡିଆର ଏକ ବିମାନରେ ଅଳ୍ପଦିନ ତଳେ ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହ ଯାତ୍ରା କରିଛନ୍ତି। ସାଢ଼େ ୪ ଲକ୍ଷ ଟଙ୍କା ଦେଇ ସେ ବିମାନ ଟିକଟ କିଣିଥିଲେ ମଧ୍ୟ ତାଙ୍କ ପାଇଁ ଏ ବିମାନଯାତ୍ରା ଆଦୌ ଆନନ୍ଦଦାୟକ ନଥିଲା।
  9. ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ।
  10. ଭାରତର ଝିଅ ସୁଚେତା ସତୀଶଙ୍କ ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ ଗୀତ ଗାଇ ତାଙ୍କ ନାମରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।
  11. ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍‌ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍‌ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍‌ସିପିର ଅମୋଲ ରାମସିଂ କୋଲ୍‌ହେ ଏବଂ କଂଗ୍ରେସ ଏମ୍‌ପି କୁଲଦୀପ ରାୟ ଶର୍ମା ଏହି ପୁରସ୍କାର ପାଇବାକୁ ଯାଉଥିବା ଆୟୋଜକମାନେ ଘୋଷଣା କରିଛନ୍ତି।
  12. ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି।
  13. ଇଡି ଟିମ୍‌ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା। ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍‌। ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ଯ୍ୟନୁଷ୍ଠାନ ନେବେ।
  14. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୫୬ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। କେରଳ ଏବଂ ମହାରାଷ୍ଟ୍ରରେ ଦୁଇ ଦୁଇ ଜଣ ଏବଂ ଜମ୍ମୁ-କଶ୍ମୀରରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୪,୦୪୯ ରେ ପହଞ୍ଚିଛି।
  15. ଭାରତୀୟ ବାୟୁସେନା ବହୁତ ସଫଳତା ହାସଲ କରିଛି। ବାସ୍ତବରେ ବାୟୁସେନା ଏହାର ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.