• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗଣେଶ ଶଙ୍କର ବିଦ୍ୟାର୍ଥୀ ‌ମେମୋରିଆଲ୍‌ ମେଡିକାଲ୍‌ କଲେଜ ହସପିଟାଲ୍‌ର ପ୍ରସୂତୀ ବିଭାଗର କାର୍ଯ୍ୟକାରୀ ଅଧିକାରୀ ଡା. ସୀମା ଦ୍ବିବେଦୀ କହିଛନ୍ତି ଯେ ସେମାନଙ୍କ ନିକଟରେ ୨୨ ତାରିଖରେ ଅସ୍ତ୍ରୋପଚାର ପ୍ରସବ ନିମନ୍ତେ ୧୨ରୁ ୧୪ଟି ଲିଖିତ ଅନୁରୋଧ ଆସି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ସେହିଦିନ ୩୫ଟି ପ୍ରସବ ନିମନ୍ତେ ବ୍ୟବସ୍ଥା କରାଯାଇଛି।

  2. ହରିୟାଣା ସିରସା ଠାରେ ଥିବା ଚୌଧୁରୀ ଦେବୀ ଲାଲା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମହିଳା କମିସନ ଅଧ୍ୟକ୍ଷଙ୍କ ନିକଟରେ ସେମାନେ ଲିଖିତ ଅଭିଯୋଗ କରିଛନ୍ତି।

  3. ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଗୁଆ ମୁକୁଳିଥିବା ଦୋଷୀମାନଙ୍କୁ ଜେଲ୍‌ରେ ଆତ୍ମସର୍ମପଣ କରିବାକୁ ନିର୍ଦ୍ଦେଶ ଦେବା ସହିତ ଗୁଜରାଟ ସରକାରଙ୍କ ଉପରେ ମଧ୍ୟ ଭୀଷଣ ମାତ୍ରାରେ ବିରକ୍ତି ପ୍ରକାଶ କରିଛନ୍ତି।

  4. ଦେଶରେ ବ୍ୟକ୍ତିଗତ ଆୟକର ଦାଖଲ କରୁଥିବା ଆୟକରଦାତାଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଟିକସଦାତା ହେଉଛନ୍ତି ମହିଳା। ଓଡ଼ିଶାରେ ଏହି ହାର ୧୨-୧୬ ପ୍ରତିଶତ ମଧ୍ୟରେ ରହିଛି ବୋଲି ଷ୍ଟେଟ୍‌ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।

  5. ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦର ପ୍ରଭାବ ଏବେ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପ୍ରେରଣା ଦେଉଛନ୍ତି

  6. ଆସନ୍ତା ଫେବ୍ରୁଆରୀ ୩ରୁ ୩ ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାକୁ ସମୃଦ୍ଧ, ଲୋକପ୍ରିୟ ଓ ଗ୍ରହଣୀୟ କରାଯିବା ନିମନ୍ତେ ଆୟୋଜିତ ଏହି ସମ୍ମିଳନୀରେ ଭାଷା ଗବେଷକ, ଭାଷାବିତ୍‌ମାନେ ଯୋଗ ଦେଇ ବ୍ୟାପକ ବିଚାରବିମର୍ଶ କରିବେ।

  7. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କୁ ଛତିଶଗଡ଼ ରାୟପୁରରେ ନିମନ୍ତ୍ରଣ କରିଛନ୍ତି ଗଜପତି ମହାରାଜ । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି ପୁରୀ ଗଜପତି । ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ଭବ୍ୟ ଆୟୋଜନ ହେଉଛି ।

  8. ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ ସିଂହ ଟିଟି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ରୂପିନ୍ଦର ସିଂହ ହରାଇଛନ୍ତି।

  9. ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା କ୍ୟାଡରର ନବ ନିଯୁକ୍ତ ୩୯୮ଜଣ ସିଭିଲ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

  10. ଓଡ଼ିଶାର ପ୍ରାଚୀନ ଐତିହ୍ୟର ପ୍ରତିଫଳନ ହେଉଛି ଅଠରନଳା। ୨୮୦ଫୁଟ ଦୈର୍ଘ୍ୟ, ୩୬ ଫୁଟ ପ୍ରସ୍ଥ ଓ ୨୦.୬୬ ଫୁଟ ଉଚ୍ଚତାବିଶିଷ୍ଟ ଅଠରନଳା ସେତୁ ଲେଟେରାଇଟ୍‌‌ ପଥରରରେ ଓ ଚୂନରେ ନିର୍ମିତ ଏହି ସେତୁ ପ୍ରାୟ ୧୦୦୦ ବର୍ଷର ପୁରୁଣା। ତଥାପି ଏହି ସେତୁ ଏବେ ବି ଅକ୍ଷୁର୍ଣ୍ଣ।

  11. ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବେ ନିଜସ୍ୱ ହାତଲେଖା ପୁସ୍ତକ। ଗଳ୍ପ ପଠନ ଓ କବିତା ଆବୃତ୍ତି ମଧ୍ୟ କରିବେ। ନିଜର ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଲିଖିତ ପୁସ୍ତକର ଶୀର୍ଷକ ‘ମୋ କଥା ମୋ କାହାଣୀ’ ରଖାଯିବ।

  12. ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି।

  13. ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି

  14. ପିଆଜ ଏବଂ ଟମାଟୋ ଦର ହ୍ରାସ ପାଇବା ଫଳରେ ଡିସେମ୍ବର ମାସରେ ଶସ୍ତା ହୋଇଛି ଖାଇବା ଥାଳି। ଶାକାହାରୀ ଥାଳି ୩ ପ୍ରତିଶତ ହ୍ରାସ ପାଇଥିଲା ବେଳେ ମାଂସାହାରୀ ୫ ପ୍ରତିଶତ ହ୍ରାସ ପାଇଛି।

  15. ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ଏବଂ ସେନ୍ସେକ୍ସ ହ୍ରାସ ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୬୭୦ ପଏଣ୍ଟ ବା ୦.୯୩ ପ୍ରତିଶତ ହ୍ରାସ ପାଇ ୭୧,୩୫୫ରେ ବନ୍ଦ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.