• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ନୂଆ ଉତ୍ସାହ, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୪ । ନୂଆବର୍ଷ ମଙ୍ଗଳମୟ ହେଉ। ବିଶ୍ବର ପ୍ରଥମ ଦେଶ ଭାବରେ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପ୍ରବେଶ କରିବା ପରେ କ୍ରମାନୁସାରେ ଅନ୍ୟ ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି।

  2. ଆମେ ଯାହା କରୁ, ଯାହାକିଛି ନିଷ୍ପତ୍ତି ନେଉ ତାହାର ପ୍ରଥମ ମାନଦଣ୍ଡ ହେବା ଉଚିତ ଦେଶ କ’ଣ ପାଇବ। ‘ରାଷ୍ଟ୍ର ପ୍ରଥମ’ ଠାରୁ ଆଉ ବଡ଼ ମନ୍ତ୍ର କିଛି ନାହିଁ। ଉକ୍ତ ମନ୍ତ୍ରକୁ ଅନୁସରଣ କରି ଆମେ ଭାରତୀୟମାନେ ଆମ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭରଶୀଳ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

  3. ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧକୁ ନେଇ ଉପୁଜିଥିବା ସଙ୍କଟ ଜାତିସଂଘର ବହୁତ ବଡ଼ ବିଫଳତାକୁ ପ୍ରତିପାଦିତ କରିଛି।

  4. ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମିଲାନରୁ ପ୍ରକାଶିତ ଏକ କଠୋର ଦକ୍ଷିଣପନ୍ଥୀ ଦୈନିକ ସମ୍ବାଦପତ୍ର ଲିବେରୋ କ୍ୱାଟିଡିଆନୋ ‘ମ୍ୟାନ୍ ଅଫ୍ ଦି ଇୟର’ ଭାବେ ମନୋନୀତ କରିଛି।

  5. ରୁଷ୍‌ର ବେଲଗୋରୋଡ୍‌ରେ ଗୋଳା ଆକ୍ରମଣ ଫଳରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ଏଥିସହିତ ୧୧୦ ଜଣ ଆହତ ହୋଇଛନ୍ତି।

  6. ଷୋଡ଼ଶ ଅର୍ଥ ଆୟୋଗ ମୁଖ୍ୟ ଭାବେ ନିତି ଆୟୋଗର ପୂର୍ବତନ ଉପା‌ଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କୁ ନିଯୁକ୍ତି ଦିଆଯାଇଛି। ରିତ୍ବିକ ରଞ୍ଜନମ୍‌ ପାଣ୍ଡେଙ୍କୁ ଆୟୋଗର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

  7. ନୂଆବର୍ଷରେ ମାନବଜାତି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ ବୋଲି ଗୁରୁବାର ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

  8. ସରକାର ରବିବାର ‘ତେହେରିକ-ଏ-ହୁରିୟତ ଜାମ୍ମୁ କାଶ୍ମୀର’କୁ ବେଆଇନ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

  9. ୨୦୨୩ରେ ଭିଜିଲାନ୍ସ ବିଭାଗକୁ  ଅନେକ ଅଭୂତପୂର୍ବ ସଫଳତା ମିଳିଛି। ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ । ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ । ଲାଞ୍ଚ ନେବା ବେଳେ ୯୮ଟି ଘଟଣା ଧରାଯାଇଛି ।

  10. ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ମେସିନ୍ ଲର୍ଣ୍ଣିଂଠାରୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ) ପର୍ଯ୍ୟନ୍ତ ଅନେକ ବଡ଼ ପରିବର୍ତ୍ତନ ଦେଖୀବାକୁ ମିଳିଛି। ତେବେ ବର୍ଷ ୨୦୨୩ ମଧ୍ୟ ନୂତନ ଟେକ୍ନୋଲୋଜି ଦୃଷ୍ଟିରୁ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ବର୍ଷ ୨୦୨୩ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଚାଟ୍‌ଜିପିଟି ସବୁଠାରୁ ଲୋକପ୍ରିୟ ଥିଲା।

  11. ରବିବାର ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଛି। ରାଜ୍ୟର ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଆକ୍ଟିଭ କେସ ସଂଖ୍ୟା ୧୮ ରହିଛି ।

  12. ଜାନୁୟାରୀ ପହିଲାଠାରୁ ଦୀର୍ଘ ଏକ ବର୍ଷ ହେବ ବନ୍ଦ ରହିଥିବା ୟୁପିଆଇ ଆକାଉଣ୍ଟଗୁଡିକୁ ବନ୍ଦ କରାଯିବ। ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ଭଳି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ପହିଲାରୁ ଏହିପରି ୟୁପିଆଇ ଆଇଡିଗୁଡିକୁ ନିଷ୍କ୍ରିୟ କରିବ।

  13. ନୂଆ ବର୍ଷ ଆରମ୍ଭରୁ ପାର୍ସଲ ପଠାଇବା ମହଙ୍ଗା ହୋଇପାରେ। ଓଭରସିଜ୍ ଲଜିଷ୍ଟିକ୍ ବ୍ରାଣ୍ଡ ବ୍ଲୁ ଡାର୍ଟ ପାର୍ସଲ ମୂଲ୍ୟରେ କୁ ୭ପ୍ରତିଶତକୁ ବୃଦ୍ଧି କରିଛି।

  14. ଗୁଗୁଲ୍‌ରେ ଚଳିତବର୍ଷ ବିଶ୍ୱକପ୍ ସର୍ଚ୍ଚ ଦୃଷ୍ଟିରୁ ନୂତନ ରେକର୍ଡ ଛୁଇଁଛି। ଗୁଗୁଲ୍‌ ଦ୍ବାରା ଶେୟାର କରାଯାଇଥିବା ସୂଚନାରେ ଚଳିତବର୍ଷ ଭାରତର ଲୋକମାନେ କ’ଣ ସବୁ ସର୍ବାଧିକ ସର୍ଚ୍ଚ ଖୋଜିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଗୁଗୁଲ୍‌ ଟପ୍‌ ଟେନ୍‌ ସର୍ଚ୍ଚ ଲିଷ୍ଟରେ ସ୍ଥାନ ପାଇଛି।

  15. ନୂଆବର୍ଷରେ ନୂଆ ଅନୁଭୂତି ବଖାଣିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ (ଆଇଏସ୍‌ବିଟି)। ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି। ଶେଷ ସ୍ପର୍ଶ ଦିଆଯାଉଥିବା ଏହି ବସ୍‌ଷ୍ଟାଣ୍ଡକୁ ୨୦୨୪ ଜାନୁଆରୀରେ ଉଦ୍‌ଘାଟନ କରାଯିବା ନେଇ ଯୋଜନା ରହିଛି। ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍‌ଜିଟ୍‌ ସିଷ୍ଟମ ବସ୍‌ ଟର୍ମିନାଲ ଭାବେ ବରମୁଣ୍ଡାକୁ ବିକଶିତ କରାଯାଉଛି।

  16. ୧୯୬୦ ମସିହାରେ ପ୍ରତିଷ୍ଠା କରାଯାଇ ୧୯୭୯ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା ନନ୍ଦନକାନନ। ଏହାର ମୋଟ ୪୦୦ ହେକ୍ଟର (୯୦୦ଏକର) ଜମିରେ ରହିଛି ଚିଡ଼ିଆଖାନା ଓ ବଟାନିକାଲ୍‌ ଗାର୍ଡେନ। ଏଠାରେ ଏସିଆ ମହାଦେଶର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର ରହିଛି।

  17. ବିନା ଅନୁମତିରେ ପ୍ରାୟ ୧୨୬ଟି ଗଛ କାଟିବା ସହିତ କର୍ଣ୍ଣାଟକର ହସନ୍‌ ଜିଲ୍ଲାସ୍ଥିତ ଏକ ଗାଁକୁ ସେ କାଠ ଚୋରାଚାଲାଣ କରିଥିବା ଅଭିଯୋଗରେ ‘ବିଜେପି’ ସାଂସଦ ପ୍ରତାପ ସିମ୍‌ହାଙ୍କ ଭାଇ ବିକ୍ରମି ସିମ୍‌ହାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି

  18. ‘ଇନ୍‌ଷ୍ଟାଗ୍ରାମ୍‌’ରେ ପ୍ରେମ ବ୍ୟାପାରକୁ ନେଇ ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭାଗିରଥୀ ବିହାର ଅଞ୍ଚଳର ଏକ ଅଣଓସାରିଆ ଗଳିରେ ଜଣେ ୧୮ ବର୍ଷିୟ ଯୁବକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ୫୦ ଥର ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି। 

  19. ଦେଶରେ ୮୪୧ଜଣ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ‌ରିପୋର୍ଟ।

  20. ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ବରିଷ୍ଠ ମହିଳା ୫୫କେଜି ବର୍ଗରେ ସ୍ନେହା ସୋରେନ୍‌ଙ୍କୁ ଦୁଇଟି ପଦକ ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.