• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୂଆ ବର୍ଷ ୨୦୨୪ର ପ୍ରଥମ ଦିନରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଆଜି ସକାଳ ୯ଟା ୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୧ନମ୍ବର ଲଞ୍ଚ ପ୍ୟାଡ୍‌ରୁ ସଫଳତାର ସହିତ ଉତ୍‌କ୍ଷେପଣ ହୋଇଛି ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ‘ଏକ୍ସପୋସାଟ୍’ ବା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍।

  2. ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ । ଜାନୁୟାରୀ ୧୬ ତାରିଖ ଅନ୍‌ଲାଇନ୍‌ ପଞ୍ଜୀକରଣର ଶେଷ ତାରିଖ ।

  3. ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟରପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲ୍ୟୁଣ୍ଟର । ବିଭିନ୍ନ ସଫ୍ଟୱର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି ।

  4. ସମ୍ବଲପୁର ରେଂଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହୋଇଛି ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଏକୋଇଶିଆରେ ନାମକରଣ କରାଯାଇଛି । ଶିଶୁକନ୍ୟାର ନା ବିଜୟନୀ ରଖାଯାଇଛି ।

  5. ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାଓ୍ବା ଅଞ୍ଚଳରେ ଝଟକା ଲାଗିଛି ।

  6. ନବୀନ ଓଡ଼ିଶାରେ ନୂଆ ଇତିହାସ। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ମେଟ୍ରୋ’ ଭେଟି। ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  7. ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରିଛନ୍ତି।

  8.  ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ଅର୍ଥାତ୍‌ ଇଂରାଜୀ ନବବର୍ଷ ୨୦୨୪ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ଲାଷ୍ଟିକ୍‌, ପିଲିଥିନ୍‌, ଗୁଟ୍‌ଖା, ପାନ, ସିଗାରେଟ୍‌ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ ହୋଇଛି।

  9. ଜମ୍ମୁ-କଶ୍ମୀର ନିର୍ବାଚନ ସମେତ ଏକାଧିକ ରାଜ୍ୟ ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟନ୍ତ ରାଜନୀତିକୁ ସରଗରମ ରଖିବ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ସହ ନିର୍ବାଚନ ହେବାର ସମ୍ଭାବନା ଥିବା ବେଳେ ବର୍ଷ ଶେଷରେ ହରିୟାଣା ଓ ମହାରାଷ୍ଟ୍ରରେ ନିର୍ବାଚନ ହେବ।

  10. ଏକଦା ସମଗ୍ର ବିଶ୍ବରେ ମାଇକ୍ରୋ ଫାଇନାନ୍‌ସରେ ନୂତନ ବ୍ୟବସ୍ଥା ସୃଷ୍ଟି କରି ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ସ୍ଥିତି ସ୍ବଚ୍ଛଳ କରିଥିବା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି।

  11. ଲୋହିତ ସାଗରରେ ଏକ ମାର୍ସ୍କ କଣ୍ଟେନର ଜାହାଜ ଉପରେ ଇରାନ୍ ସମର୍ଥିତ ହାଉତି ବିଦ୍ରୋହୀଙ୍କ ଆକ୍ରମଣକୁ ଆମେରିକାର ହେଲିକପ୍ଟର ସଫଳତାର ସହ ପଣ୍ଡ କରିଛି। ଫଳରେ ୩ଟି ବିଦ୍ରୋହୀ ଜାହାଜ ବୁଡ଼ିଯିବା ସହ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

  12. ପଛରେ ଗୋଡ଼ାଇ ଗାଳିଗୁଲଜ କରିବା ଧାରା ୩୫୪ ଅନୁସାରେ ମହିଳାଙ୍କ ଶାଳୀନତା ହାନି ହେଲା ବୋଲି ଧରି ନିଆଯିବନାହିଁ ବୋଲି ଏକ ସମ୍ବେଦନଶୀଳ ମାମଲାରେ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ମତ ‌ରଖିଛନ୍ତି।

  13. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ମଜୁରି ପ୍ରଦାନ ଏବେ କେବଳ ଆଧାର ଆଧାରିତ ଦେୟ ବ୍ୟବସ୍ଥା (ଏବିପିଏସ୍) ମାଧ୍ୟମରେ କରାଯିବ।

  14. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର କହିଛି ଯେ ମେ ୧୯, ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୭.୩୮ ପ୍ରତିଶତ ନୋଟ ବ୍ୟାଙ୍କ୍‌କୁ ଫେରସ୍ତ ଆସିଯାଇଛି।

  15. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୋମବାର (ଜାନୁଆରୀ ୧) ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅଯୋଧ୍ୟା ମାମଲାର ବିଚାରପତିମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ କିଏ ରାୟ ଲେଖିଛି ତାହା ଉଲ୍ଲେଖ କରାଯିବ ନାହିଁ।

  16. ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ଜାରି କରାଯାଇଥିବା ପର୍ଯ୍ୟାୟ-୩ ନିୟନ୍ତ୍ରଣକୁ ଆଜି ପ୍ରାୟ ୧ ସପ୍ତାହ ପରେ ହଟାଇ ଦିଆଯାଇଛି। ଦିଲ୍ଲୀର ବାୟୁମାନ ୩୪୬ ରହିଛି, ଯାହା ପୂର୍ବଦିନ ତୁଳନାରେ ୫୫ ପଏଣ୍ଟ କମ୍‌।

  17. ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି।

  18. ସୋମବାର କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।

  19. ଇଣ୍ଡିଆ ଗଠବନ୍ଧନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି।

  20. ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.